ନୂଆଦିଲ୍ଲୀ: COVID-19 ମହାମାରୀ ସହ ସାରା ବିଶ୍ବ ମୁକାବିଲା କରୁ ଥିବାବେଳେ ଟମାଟୋ ଫ୍ଲୁ(Tomato Flu) କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ପିଲାମାନଙ୍କ ଠାରେ ଟମାଟୋ ଫ୍ଲୁ ବ୍ୟାପି ସାରିଥିବା ଲାନ୍ସେଟ(Lancet) ରିପୋର୍ଟ କରିଛି(Tomato Flu Outbreak Among Children In India) । ଦେଶରେ ବ୍ୟାପିଥିବା ବିଭିନ୍ନ ରାଜ୍ୟ ମଧ୍ୟରୁ ଓଡିଶା ମଧ୍ୟ ରହିଛି ।
ଓଡିଶାର ଶିଶୁମାନଙ୍କ ଠାରେ ଟମାଟୋ ଫ୍ଲୁ ଲକ୍ଷ୍ୟଣ ଦେଖାଯାଇଥିବା ନେଇ ଲାନ୍ସେଟ ଶ୍ବାସକ୍ରିୟା ଚିକିତ୍ସା, ଏକ ମେଡିକାଲ ପତ୍ରିକାରେ(Lancet Respiratory Medicine, a medical journal) ପ୍ରକାଶ ପାଇଛି । ଟମାଟୋ ଫ୍ଲୁ ପ୍ରଥମେ କେରଳର କୋଲାମ ଜିଲ୍ଲାରେ 6 ମଇ 2022 ରେ ଚିହ୍ନଟ ହୋଇଥିଲା ଏବଂ ଜୁଲାଇ 26, 2022 ସୁଦ୍ଧା ଏହି ରୋଗରେ 5 ବର୍ଷରୁ କମ୍ 82ରୁ ଅଧିକ ଶିଶୁ ସ୍ଥାନୀୟ ଆକ୍ରାନ୍ତ ହୋଇଥିବା ନେଇ ସରକାରୀ ଡାକ୍ତରଖାନା ଦ୍ବାରା ରିପୋର୍ଟ କରାଯାଇଥିଲା । ଲାନ୍ସେଟରେ ଏହା ପ୍ରକାଶ ପାଇଛି । ସେହିପରି ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ, କେରଳର ଅନ୍ୟାନ୍ୟ ଅଞ୍ଚଳର ପିଲାମାନଙ୍କୁ ମଧ୍ୟ ଟମାଟୋ ଫ୍ଲୁ ବ୍ୟାପି ସାରିଛି । ପ୍ରଭାବିତ ଅଞ୍ଚଳଗୁଡ଼ିକ ହେଉଛି ଆଞ୍ଚଲ, ଆର୍ଯ୍ୟଙ୍କାଭୁ ଏବଂ ନେଡୁଭାଥୁର । କେରଳ ବ୍ୟତୀତ ତାମିଲନାଡୁ ଏବଂ ଓଡିଶାରେ ମଧ୍ୟ ଟମାଟୋ ଫ୍ଲୁ ବ୍ୟାପି ସାରିଥିବା ରିପୋର୍ଟ ହୋଇଛି ।
ଏହି ବିରଳ ଭାଇରାଲ୍ ସଂକ୍ରମଣ ଏକ ଏଣ୍ଡେମିକ୍ ଅବସ୍ଥାରେ ଅଛି ଏବଂ ଜୀବନ ପ୍ରତି ଏତେଟା ବିପଦ ନାହିଁ, ତଥାପି COVID-19 ମହାମାରୀର ଭୟାନକତାକୁ ଦୃଷ୍ଟିରେ ରଖି ଟମାଟୋ ଫ୍ଲୁ ରୋକିବା ପାଇଁ ସଜାଗ ରହିବା ଆବଶ୍ୟକ ବୋଲି ଲାନସେଟ୍ ରିପୋର୍ଟରେ ଦର୍ଶାଇଛି । ତେବେ ଟମାଟୋ ଫ୍ଲୁ ସଂକ୍ରମିତ ହେଲେ ଶରୀରରେ ଲାଲ ରଙ୍ଗର ଯନ୍ତ୍ରଣାଦାୟକ ଫୁଲା ହୋଇଥାଏ, ଯାହା ଧୀରେ ଧୀରେ ବୃଦ୍ଧି ପାଇଥାଏ । ରିପୋର୍ଟ ଅନୁଯାୟୀ, ଏହି ଫୁଲା ମଙ୍କିପକ୍ସ ସହ ମଧ୍ୟ ସାମାନ୍ୟ ସାମଞ୍ଜସ୍ୟ ରହିଥାଏ ।
ରିପୋର୍ଟରେ, ଲାନସେଟ୍ କହିଛି, ହାତ, ପାଦ ଏବଂ ପାଟି ରୋଗର ସମାନତାକୁ ଦୃଷ୍ଟିରେ ରଖି ଯଦି ପିଲାମାନଙ୍କରେ ଟମାଟୋ ଫ୍ଲୁ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ ନହୁଏ, ତେବେ ବୟସ୍କମାନଙ୍କଠାରେ ବିସ୍ତାର କରି ସଂକ୍ରମଣ ଗୁରୁତର ପରିଣାମ ଆଣିପାରେ । ଧ୍ୟାନ ଦେବା ଜରୁରୀ, Immunocompromised(ପ୍ରତିରକ୍ଷାରେ ଅକ୍ଷମ) ବୟସ୍କମାନଙ୍କ ଠାରେ ମଧ୍ୟ ସଂକ୍ରମଣ ଧରିବାର ବିପଦରେ ଅଛନ୍ତି ।
କାହାକୁ ଅଧିକ ସଂକ୍ରମିତ ହୋଇଥାଏ ?