ଓଡିଶା

odisha

ETV Bharat / sukhibhava

World Milk Day 2023: ଶରୀରକୁ କ୍ୟାଲସିୟମ ଯୋଗାଏ କ୍ଷୀର, କାହିଁକି ପାଳନ ହୁଏ ଦୁଗ୍ଧ ଦିବସ ଜାଣନ୍ତୁ - ବିଶ୍ୱ ଦୁଗ୍ଧ ଦିବସର ଇତିହାସ

ସୁସ୍ଥ ରହିବା ପାଇଁ ଖାଦ୍ୟରେ କ୍ଷୀରକୁ ଅନ୍ତର୍ଭୁକ୍ତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ବିଶ୍ୱ ଦୁଗ୍ଧ ଦିବସର ଇତିହାସ କଣ ଜାଣନ୍ତୁ । ଅଧିକ ପଢନ୍ତୁ

World Milk Day 2023
World Milk Day 2023

By

Published : Jun 1, 2023, 6:16 AM IST

ହାଇଦ୍ରାବାଦ:ପିଲାମାନଙ୍କଠୁ ବୃଦ୍ଧ ପର୍ଯ୍ୟନ୍ତ, ପ୍ରାୟ ସବୁ ବୟସର ଲୋକଙ୍କ ଜୀବନରେ କ୍ଷୀର ଏକ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଭାବେ ବିବେଚିତ ହୋଇଛି । ଜୀବନ ଆରମ୍ଭରୁ ଆମ ଜୀବନରେ କ୍ଷୀର ମୁଖ୍ୟ ଭୂମିକା ଗ୍ରହଣ କରିଛି । କ୍ଷୀର ହେଉଛି ଏକ ପୁଷ୍ଟିକର ଖାଦ୍ୟ ଯାହା ସବୁ ବୟସର ଲୋକମାନେ ସେମାନଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ । ତେଣୁ ଏହାର ଆବଶ୍ୟକତାକୁ ଅଧିକ ଲୋକଙ୍କୁ ଅବଗତ କରାଇବା ଏବଂ ଦୁଗ୍ଧକୁ ବିଶ୍ୱବ୍ୟାପୀ ବ୍ୟବସାୟ ଭାବରେ ପ୍ରୋତ୍ସାହିତ କରିବା ପାଇଁ ଜୁନ୍ 1କୁ 'ବିଶ୍ୱ ଦୁଗ୍ଧ ଦିବସ' ଭାବରେ ପାଳନ କରାଯାଏ । ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଦ୍ବାରା କ୍ଷୀରକୁ ଖାଦ୍ୟରେ ଗୁରୁତ୍ୱ ଦେବା ପାଇଁ 'ବିଶ୍ୱ ଦୁଗ୍ଧ ଦିବସ' ପାଳନ କରିବା ପାଇଁ ଘୋଷଣା କରାଯାଇଥିଲା । ବିଶ୍ୱ ଦୁଗ୍ଧ ବଜାର ହେଉଛି ବିଶ୍ୱ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଭାରତୀୟ ଅର୍ଥନୀତିର ସ୍ଥାପନାରେ ଏହାର ମହତ୍ବ ରହିଛି । ଭାରତ ହେଉଛି ଦୁଗ୍ଧର ବୃହତ୍ତମ ଉତ୍ପାଦକ। 2001 ପରଠାରୁ, ପ୍ରତିବର୍ଷ ଜୁନ୍ 1ରେ 'ବିଶ୍ୱ ଦୁଗ୍ଧ ଦିବସ' ପାଳନ କରାଯାଏ ।

ଏହା ମଧ୍ୟ ପଢନ୍ତୁ: World No Tobacco Day 2023: ତମାଖୁ ମୁକ୍ତ ବିଶ୍ୱ ଭିଜନ୍‌, 'ଖାଦ୍ୟ ଖାଆନ୍ତୁ, ତମାଖୁ ନୁହେଁ'

ବିଶ୍ବ ଦୁଗ୍ଧ ଦିବସର ଇତିହାସ:2001 ମସିହାରେ ଜୁନ୍ 1କୁ ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଦ୍ୱାରା ବିଶ୍ୱ ଦୁଗ୍ଧ ଦିବସ ଭାବେ ଘୋଷଣା କରାଯାଇଥିଲା । ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଦ୍ବାରା ଦୁଗ୍ଧ ଚାଷୀ ଏବଂ ଦୁଗ୍ଧ କ୍ଷେତ୍ରକୁ ପ୍ରଶଂସା କରିବା ଏବଂ ଦୁଗ୍ଧର ମହତ୍ତ୍ବକୁ ବିଶ୍ବରେ ଖାଦ୍ୟ ଭାବରେ ଗ୍ରହଣ କରିବା ପାଇଁ ଏହି ଦିବସ ପାଳନ କରାଯାଉଛି । 2001 ମସିହାରୁ 2016 ମସିହା ଯାଏଁ ବିଶ୍ବର ପ୍ରାୟ 40ଟି ଦେଶରେ ଏହି ଦିବସ ପାଳନ କରାଯାଇଥିଲା । ଏହି ଦିନ ଜାତୀୟ ଅର୍ଥନୀତିରେ ଦୁଗ୍ଧ ଶିଳ୍ପର ଗୁରୁତ୍ୱକୁ ଦର୍ଶାଇ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ କରାଯାଉଛି ।

ବିଶ୍ୱ ଦୁଗ୍ଧ ଦିବସର ମହତ୍ତ୍ୱ:ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ସମସ୍ତଙ୍କୁ ପ୍ରଦାନ କରୁଥିବା ଲାଭ ଏହି ଦିନ ସମଗ୍ର ବିଶ୍ୱରେ ସକ୍ରିୟ ଭାବରେ ପ୍ରଚାରିତ କରାଯାଇଥାଏ । ଏହି ଶିଳ୍ପ ସହିତ ଜଡିତ ଅନେକ ଲୋକଙ୍କ ଜୀବିକା ଯାଡ଼ି ହୋଇ ରହିଛି ।

ବିଶ୍ୱ ଦୁଗ୍ଧ ଦିବସର ଥିମ:ପ୍ରତିବର୍ଷ ବିଶ୍ୱ ଦୁଗ୍ଧ ଦିବସ ଉତ୍ସବ ଏକ ଉତ୍ସର୍ଗୀକୃତ ଥିମ୍ ଉପରେ ଧ୍ୟାନ ଦେଇଥାଏ । ଯାହାକି ଏହି ପ୍ରସଙ୍ଗର ବିଭିନ୍ନ ଦିଗକୁ ଏକ ସଂଗଠିତ ଏବଂ ସମନ୍ୱିତ ଢଙ୍ଗରେ ସାମ୍ନାକୁ ଆଣିବାରେ ସାହାଯ୍ୟ କରିଥାଏ । 2023ରେ ଦୁଗ୍ଧଜାତ ଦ୍ରବ୍ୟ କିପରି ଜନସାଧାରଣଙ୍କ କ୍ଷେତ୍ରରେ ସହାୟକ ହେଉଛି ଏବଂ ଏହାସହ ପୁଷ୍ଟିକର ଖାଦ୍ୟ, ଜୀବିକା ଯୋଗାଉଛି ସେ ଉପରେ ଧ୍ୟାନ ଦିଆଯିବ । କେତେକ ମନୋନୀତ ଦେଶ ପ୍ରଥମେ ବିଶ୍ୱ ଦୁଗ୍ଧ ଦିବସ ପାଳନ କରିଥିଲେ । ତେବେ କିଛି ବର୍ଷ ପରେ ଏଦି ଦିନକୁ ସାରା ବିଶ୍ବରେ ପାଳନ କରାଯାଇଥିଲା । ଆଜି 100ରୁ ଅଧିକ ଦେଶରେ ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଏ । ଆମେ ଆଶା କରୁଛୁ ବିଶ୍ୱ ଦୁଗ୍ଧ ଦିବସ 2023 ଆମର ଦୈନନ୍ଦିନ ଖାଦ୍ୟରେ କ୍ଷୀରର ମହତ୍ତ୍ୱକୁ ସ୍ୱୀକୃତି ଦେବାରେ ସାହାଯ୍ୟ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details