ନୂଆଦିଲ୍ଲୀ:ବ୍ୟାୟାମ ବା ଶାରୀରିକ କାର୍ଯ୍ୟକଳାପ(physical activity) ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ସାମ୍ପ୍ରତିକ ଅନୁସନ୍ଧାନରେ ଦର୍ଶାଯାଇଛି ଯେ, ଗୋଟିଏ ଦିନରେ କମ୍ ସମୟ ପାଇଁ ହେଲେ ମଧ୍ୟ ଶାରୀରିକ କାର୍ଯ୍ୟକଳାପ ଚିନ୍ତା, ଓଜନ ବୃଦ୍ଧି ଏବଂ ରକ୍ତଚାପ ହ୍ରାସ କରିବାରେ ଉପଯୋଗୀ ହୋଇପାରେ । ଏଥିସହ ସ୍ନାୟୁ ପ୍ରଣାଳୀରେ ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବା ସହିତ ଉତ୍ତମ ନିଦ ମଧ୍ୟ ଦେଇଥାଏ । ଦ୍ରୁତ ଗତିରେ ଚାଲିବା, ପାହାଚ ଚଢିବା, ଦଉଡିରେ ଡିଆଁ ମାରିବା ଇତ୍ୟାଦି 8-10 ମିନିଟ୍ ପାଇଁ କଲେ ମଧ୍ୟ ଶରୀର ଉପରେ ସକରାତ୍ମକ ପ୍ରଭାବ ପଡିଥାଏ ।
'ଏକ୍ସରସାଇଡ୍ ସ୍ନାକ୍ସ' ନାମକ ଏକ ବ୍ୟାୟାମ ଦ୍ବାରା ହୃଦ୍ରୋଗ, ରକ୍ତରେ ଶର୍କରା ସ୍ତର ଏବଂ ଚାପରେ ଉନ୍ନତି ଆଣିବାରେ ସହାୟକ ହୋଇଥାଏ ବୋଲି ଅନଟାରିଓର ମ୍ୟାକମାଷ୍ଟର୍ ବିଶ୍ୱବିଦ୍ୟାଳୟର କାନ୍ନିସିଓଲୋଜି ପ୍ରଫେସର ମାର୍ଟିନ୍ ଗିବଲାଙ୍କ ଦ୍ବାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି । ସେହିଭଳି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି ଯେ, ସୁସ୍ଥ ରହିବା ପାଇଁ ବୟସ୍କମାନେ ପ୍ରତି ସପ୍ତାହରେ 150 ମିନିଟ୍ ମଧ୍ୟମ ବ୍ୟାୟାମ କିମ୍ବା 75 ମିନିଟ୍ ପ୍ରବଳ ତୀବ୍ରତା ଏରୋବିକ୍ କାର୍ଯ୍ୟକଳାପକୁ ଅନ୍ତର୍ଭୁକ୍ତ କରିବା ଉଚିତ୍ । ଆହୁରି ମଧ୍ୟ, ଅକ୍ଟୋବରରେ ୟୁରୋପୀୟ ହାର୍ଟ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଗୋଟିଏ ସପ୍ତାହରେ 15 ରୁ 20 ମିନିଟ୍ ବ୍ୟାୟାମ ଅଭ୍ୟାସ ଗ୍ରହଣ କରିବା ବୟସ୍କମାନଙ୍କ ମଧ୍ୟରେ ମୃତ୍ୟୁହାର ହ୍ରାସ ପାଇଥାଏ ।
ବହୁ ସଂଖ୍ୟାରେ ଫିଟନେସ୍ ଆପ୍ ମଧ୍ୟ ଆରାମ ଦାୟକ ବ୍ୟାୟାମ ଶିଖାଉଛି । ନିମ୍ନରେ ଦୁଇଟି 10 ମିନିଟର ୱାର୍କଆଉଟ୍ ରୁଟିନ୍ ଦିଯାଇଛି, ଯାହାକୁ ଘରେ ଟ୍ରାଏ କରିପାରିବେ । ଏଥିପାଇଁ କୌଣସି ଜିମ୍ ଯନ୍ତ୍ରପାତି ଆବଶ୍ୟକ ନାହିଁ, କେବଳ ଦିନରେ ମାତ୍ର 10 ମିନିଟ୍ ଆବଶ୍ୟକ ।