ଓଡିଶା

odisha

ETV Bharat / sukhibhava

ଅନୁସନ୍ଧାନକାରୀଙ୍କ ଆଲର୍ଟ, ଏହି ଅଭ୍ୟାସ ପାଇଁ ମହିଳାଙ୍କ କ୍ଷେତ୍ରରେ ବଢୁଛି ଯକୃତ କର୍କଟ

ମାନବ ଶରୀରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ମଧ୍ୟରୁ ଯକୃତ ଅନ୍ୟତମ । ନିକଟରେ ମହିଳାଙ୍କ କ୍ଷେତ୍ରରେ ଯକୃତ କର୍କଟର କାରଣ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

By

Published : Aug 10, 2023, 11:55 AM IST

liver cancer in women
liver cancer in women

ହାଇଦ୍ରାବାଦ:ବିଶ୍ୱରେ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ରିପୋର୍ଟ ଅନୁସାରେ, କର୍କଟ ଏକ ମାରାତ୍ମକ ସ୍ୱାସ୍ଥ୍ୟ ସମସ୍ୟା ଯାହା ଦ୍ବାରା ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ସବୁ ବୟସର ଲୋକମାନେ ଏହି ରୋଗରେ ଆକ୍ରାନ୍ତ ହୋଇପାରନ୍ତି ତେଣୁ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ ଅଟେ । ତେବେ କର୍କଟ ରୋଗର ଅନେକ କାରଣ ହୋଇପାରେ କିନ୍ତୁ ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟ ଅଭ୍ୟାସ କର୍କଟ ରୋଗର ଆଶଙ୍କାକୁ ବୃଦ୍ଧି କରିପାରେ । ତେଣୁ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ରଖିବା ପାଇଁ କୁହାଯାଇଛି ।

କର୍କଟ ରୋଗର ବଢୁଥିବା ବିପଦକୁ ବୁଝିବା ପାଇଁ କରାଯାଇଥିବା ଏକ ଅଧ୍ୟୟନରେ ବୈଜ୍ଞାନିକମାନେ ଜାଣିବାକୁ ପାଇଲେ ଯେ, କେତେକ ନିତ୍ୟ ବ୍ୟବହାର୍ଯ୍ୟ ଅଭ୍ୟାସ ମହିଳାଙ୍କ ଠାରେ ଯକୃତ କର୍କଟ ରୋଗର ଆଶଙ୍କାକୁ ବୃଦ୍ଧି କରାଇପାରେ । ଯେଉଁ ମହିଳାମାନେ ପ୍ରତିଦିନ ଚିନି-ମିଠା ପାନୀୟ ପିଉଛନ୍ତି ସେମାନଙ୍କ ନିକଟରେ ଯକୃତ କର୍କଟ ରୋଗ ହେବାର ଆଶଙ୍କା ଅଧିକ ରହିଥାଏ ବୋଲି ଅନୁସନ୍ଧାନରୁ ଜଣାପଡିଛି ।

ମିଠା ପାନୀୟ ମହିଳାଙ୍କ ଯକୃତ କର୍କଟର କାରଣ:ଆମେରିକାର ବ୍ରିଘମ୍ ଆଣ୍ଡ ଓ୍ବିମେନ୍ସ ହସ୍ପିଟାଲର ଅନୁସନ୍ଧାନକାରୀଙ୍କ ନେତୃତ୍ୱରେ ଏକ ପର୍ଯ୍ୟବେକ୍ଷଣକାରୀ ଅଧ୍ୟୟନରେ ବୈଜ୍ଞାନିକମାନଙ୍କର ଏକ ଟିମ୍ ଏହା ଉପରେ ଆଲୋଚନା କରିଥିଲେ । ଏହି ଅଧ୍ୟୟନରେ 98,786 ପୋଷ୍ଟମେନୋପାଜାଲ ବା ମେନାପୋଜ ମହିଳା ଅନ୍ତର୍ଭୁକ୍ତ ହୋଇଥିଲେ । ଏହି ବିଷୟ ଉପରେ 20 ବର୍ଷ ଧରି ଅନୁଧ୍ୟାନ କରାଯାଇଥିଲା ।

ଏହି ଗବେଷଣାରୁ ଜଣାପଡିଛି ଯେ, 6.8 ପ୍ରତିଶତ ମହିଳା, ଯେଉଁମାନେ ପ୍ରତିଦିନ ଏକ କିମ୍ବା ଅଧିକ ମିଠା ପାନୀୟ ପିଇଥିଲେ ସେମାନଙ୍କ କ୍ଷେତ୍ରରେ ଯକୃତ କର୍କଟ ରୋଗର ଆଶଙ୍କା 85 ପ୍ରତିଶତ ବୃଦ୍ଧି ଏବଂ କ୍ରନିକ୍ ଯକୃତ ରୋଗରେ ମୃତ୍ୟୁ ହାର 68 ପ୍ରତିଶତ ବୃଦ୍ଧି ପାଇଥିଲା । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି ଯେ ଚିନିଯୁକ୍ତ ପାନୀୟ ସମସ୍ତ ଲୋକଙ୍କ ପାଇଁ କ୍ଷତିକାରକ ପ୍ରଭାବ ପକାଇପାରେ, ମହିଳାଙ୍କ ଠାରେ ଏହି ବିପଦ ଅଧିକ ଦେଖାଯାଏ ବୋଲି ରିପୋର୍ଟରେ ପ୍ରକାଶିତ ହୋଇଛି ।

ଯକୃତ କର୍କଟ ଏବଂ ଯକୃତ ସମ୍ବନ୍ଧୀୟ ରୋଗ: ଅନୁସନ୍ଧାନକାରୀମାନେ ଫାଇବ୍ରୋସିସ୍, ସିରୋସିସ୍ କିମ୍ବା କ୍ରନିକ୍ ହେପାଟାଇଟିସ୍ ଭଳି କ୍ରନିକ୍ ଯକୃତ ରୋଗ, ଯକୃତ କର୍କଟ ଏବଂ ମୃତ୍ୟୁର ଆକଳନ କରିଥିଲେ । କେଉଁ କାରଣ ପାଇଁ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ କିଛି ମହିଳାଙ୍କ ମୃତ୍ୟୁ ହୋଇଥିଲା ସେ ବିଷୟରେ ଜାଣିବା ପାଇଁ ଅନୁସନ୍ଧାନ କରିଥିଲେ । ଅନୁସନ୍ଧାନ ସମୟରେ, ବୈଜ୍ଞାନିକମାନେ ଜାଣିବାକୁ ପାଇଲେ ଯେ ଯେତେବେଳେ ଏହି ମହିଳାମାନଙ୍କର ତଥ୍ୟ ଅଧ୍ୟୟନ କରାଯାଇଥିଲା । ସେଥିରୁ ଜଣାପଡିଥିଲା ଯେ, ଯେଉଁ ମହିଳାମାନେ ଅଧିକ ଶର୍କରା ପାନୀୟ ଖାଉଛନ୍ତି, ଏହି ପ୍ରକାରର ବିପଦ ଅଧିକ ରହିଛି ।

ଜର୍ନଲ ଅଫ ଆମେରିକାନ ମେଡିକାଲ୍ ଆସୋସିଏସନ୍(JAAMA) ନେଟୱାର୍କ ଓପନରେ ପ୍ରକାଶିତ ଅଧ୍ୟୟନ ଲେଖକ ଲଙ୍ଗଓ୍ବଙ୍ଗ ଜାଓ କହିଛନ୍ତି, "ଆମର ଅନୁସନ୍ଧାନ ଅନୁଯାୟୀ, ମିଠା ପାନୀୟର ବ୍ୟବହାର ଏବଂ କ୍ରନିକ୍ ଯକୃତ ରୋଗରୁ ମୃତ୍ୟୁହାର ମଧ୍ୟରେ ସମ୍ପର୍କ ସମ୍ବନ୍ଧରେ ଅଧ୍ୟୟନ କରିବା ଏହା ପ୍ରଥମ । ପ୍ରଥମ ପର୍ଯ୍ୟାୟ ଅନୁସନ୍ଧାନରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଯଦି ଆମର ଅନୁସନ୍ଧାନ ସଠିକ ହୁଏ, ତେବେ ଭୌଗୋଳିକ ଦୃଷ୍ଟିରୁ ଯକୃତ ରୋଗର ବିପଦକୁ ହ୍ରାସ କରିବାରେ ବହୁତ ସହାୟକ ହୋଇପାରେ।

ବଢୁଛି ଲିଭର କ୍ୟାନ୍ସର ରୋଗୀଙ୍କ ସଂଖ୍ୟା: ଉଲ୍ଲେଖନୀୟ କଥା ହେଉଛି, ବିଶ୍ୱରେ ଯକୃତ କର୍କଟ ସ୍ୱାସ୍ଥ୍ୟ ପ୍ରତି ବିପଦ ବଢିବାରେ ଲାଗିଛି । ପରିସଂଖ୍ୟାନ ଅନୁଯାୟୀ, ସାରା ବିଶ୍ୱରେ ପ୍ରତିବର୍ଷ ଆଠ ଲକ୍ଷରୁ ଅଧିକ ଲୋକ ଏହି କର୍କଟ ରୋଗରେ ଆକ୍ରାନ୍ତ ହୁଅନ୍ତି । ପ୍ରତିବର୍ଷ ସାତ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥାଆନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ କୁହନ୍ତି, ଜୀବନଶୈଳୀ ଏବଂ ଖାଦ୍ୟରେ ପରିବର୍ତ୍ତନ କରିବା ଏହି ରୋଗର ବିପଦକୁ ବହୁ ପରିମାଣରେ ହ୍ରାସ କରିବାରେ ସହାୟକ ହୋଇପାରିବ।

ଏହା ମଧ୍ୟ ପଢନ୍ତୁ: Liver Cancer: କାହିଁକି ହୁଏ ଯକୃତ କର୍କଟ, ଜାଣନ୍ତୁ ଏହାର କାରଣ ଓ ନିରାକରଣ

World Liver Day: ଯକୃତ ସ୍ବାସ୍ଥ୍ୟର ଯତ୍ନ ନେବା କେତେ ଜରୁରୀ, ଜାଣନ୍ତୁ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details