ଓଡିଶା

odisha

ETV Bharat / sukhibhava

ପିଲା ଜନ୍ମ ପରେ ମାନସିକ ଚାପରେ ରହୁଛନ୍ତି ବାପା ! - ଚାପ

ନିକଟରେ ହୋଇଥିବା ଅନୁସନ୍ଧାନ ଅନୁସାରେ, କେବଳ ମାଆମାନେ ନୁହଁନ୍ତି, ପିଲା ଜନ୍ମ ପରେ ଅଧିକାଂଶ ବାପାମାନେ ମଧ୍ୟ ଅବସାଦରେ ରୁହନ୍ତି । ଅଧିକ ପଢନ୍ତୁ

Frustrated father holding crying baby
Frustrated father holding crying baby

By

Published : Feb 6, 2023, 5:26 PM IST

ସ୍ବିଡେନ: କେବଳ ମାଆମାନେ ନୁହଁନ୍ତିି, ପିଲା ଜନ୍ମ ପରେ ଅଧିକାଂଶ ବାପାମାନେ ମଧ୍ୟ ଅବସାଦରେ ରୁହନ୍ତି । ଏକଥା ଆମେ କହୁନୁ, ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି । ସ୍ବିଡେନର କାରୋଲିନସ୍କା ପ୍ରତିଷ୍ଠାନର ଏକ ନୂତନ ଅଧ୍ୟୟନ ଅନୁଯାୟୀ, ପିଲାମାନେ ଛୋଟ ଥିବାବେଳେ ପିତାମାନେ ଉଦାସୀନ ହେବାର ସମ୍ଭାବନା ଅଧିକ ଥାଏ । ଯଦି ପିଲାର ଜନ୍ମ ପରେ ପାର୍ଟନର(ସହ-ଅଭିଭାବକ)ଙ୍କ ସହ ସମ୍ପର୍କ ଖରାପ ରୁହେ ତେବେ ବାପାମାନେ ମଧ୍ୟ ଉଦାସୀନ ହେବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ:-ଯୁବପିଢିଙ୍କୁ ଅଧିକ ଗ୍ରାସୁଛି ଆପେଣ୍ଡିସାଇଟ୍ସ, ଏହି ସବୁ ଲକ୍ଷଣକୁ ଆଦୌ କରନ୍ତୁନି ଅବହେଳା

ଏହି ଅନୁସନ୍ଧାନର ଫଳାଫଳ ଜର୍ଣ୍ଣାଲ୍ ଅଫ୍ ଇଫେକ୍ଟିଭ୍ ଡିସଅର୍ଡରରେ ପ୍ରକାଶ ପାଇଛି । କରୋଲିନସ୍କା ପ୍ରତିଷ୍ଠାନର ମହିଳା ଏବଂ ଶିଶୁ ସ୍ୱାସ୍ଥ୍ୟ ବିଭାଗର ସହଯୋଗୀ ପ୍ରଫେସର ମାଇକେଲ ୱେଲ୍ସ କହିଛନ୍ତି ଯେ, ବାପାମାନଙ୍କ ମାନସିକ ସ୍ବାସ୍ଥ୍ୟ ଜାଣିବା ପାଇଁ ଶିଶୁ ଏବଂ ବାଲ୍ୟକାଳରେ ସହ-ଅଭିଭାବକ ସ୍ଥିତି ପାଇଁ ପିତାମାନଙ୍କୁ ସ୍କ୍ରିନ କରିବା ଏବଂ ଯଦି ଆବଶ୍ୟକ ହୁଏ, ଶିଶୁର ସହଯୋଗ ଏବଂ ଯୋଗାଯୋଗରେ ଉନ୍ନତି ଆଣିବାର ଆବଶ୍ୟକତା ରହିଛି ।

ଏହା ମଧ୍ୟ ପଢନ୍ତୁ:-ନିଦ୍ରା ସମସ୍ୟା ଭୋଗୁଛନ୍ତି କି ? ଆପଣାନ୍ତୁ ଏହି 5 ପ୍ରାକୃତିକ ହର୍ବାଲ୍

ସେ କହିଛନ୍ତି ଯେ, ପ୍ରାୟ 9-10 ପ୍ରତିଶତ ପିତା ପ୍ରସବ ପରବର୍ତ୍ତୀ ଅବସାଦ ଅନୁଭବ କରନ୍ତି, ଯାହା ସାମଗ୍ରିକ ଜନସଂଖ୍ୟାଠାରୁ ଅଧିକ । ପୂର୍ବ ଅନୁସନ୍ଧାନ ଅନୁଯାୟୀ, ଯେଉଁ ପିଲାମାନେ ଉଦାସୀନ ପିତାଙ୍କ ସଂସ୍ପର୍ଶରେ ଆସନ୍ତି, ସେମାନଙ୍କର ଯୌବନ ଅବସ୍ଥାରେ ମାନସିକ, ଭାବନାତ୍ମକ ଏବଂ ଆଚରଣଗତ ସମସ୍ୟା ହେବାର ଅଧିକ ବିପଦ ରହିଛି । ତେଣୁ ଅନୁସନ୍ଧାନକାରୀମାନେ ଏଥିରେ ଅଧିକ ଅନୁସନ୍ଧାନର ଆବଶ୍ୟକତା ଥିବା କହନ୍ତି । ଏହି ଅନୁସନ୍ଧାନ ଆହୁରି ବ୍ଯାପକ ହୋଇପାରିଲେ ଉଭୟ ପିତାମାତା ଏବଂ ପିଲାମାନଙ୍କ ମଧ୍ୟରେ ମାନସିକ ରୋଗକୁ ରୋକାଯାଇ ପାରିବ ବୋଲି ଅନୁସନ୍ଧାନକାରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Urticaria: କେମିତି କରିବେ ଚର୍ମରୋଗ ୟୁର୍ଟିକେରିଆ ପରିଚାଳନା, ଜାଣନ୍ତୁ

ଏହି ଅନୁସନ୍ଧାନ ପାଇଁ ସ୍ୱିଡେନରେ ଦୁଇ ବର୍ଷ ପର୍ଯ୍ୟନ୍ତ ବୟସ ପିଲାଙ୍କର ବାପାମାନଙ୍କୁ ନେଇ ଫେସବୁକ ମାଧ୍ୟମରେ ଅନୁସନ୍ଧାନ କରାଯାଇଥିଲା । ଏଥିରେ 429 ଜଣ ବାପା ସାମିଲ ହୋଇଥିଲେ । ଅଂଶଗ୍ରହଣକାରୀମାନଙ୍କୁ ପ୍ରଶ୍ନପତ୍ର ସମାପ୍ତ କରିବାକୁ କୁହାଯାଇଥିଲା, ଯେଉଁଠାରେ ସେମାନେ ସେମାନଙ୍କର ଉଦାସୀନତାର ଲକ୍ଷଣ ଏବଂ ସେମାନଙ୍କ ଭାବନାକୁ ଉଲ୍ଲେଖ କରିଥିଲେ । ପିଲାମାନେ ହାରାହାରି 8, 13 ଏବଂ 26 ମାସର ହୋଇଥିବାବେଳେ ତିନି ପର୍ଯ୍ୟାୟରେ ତଥ୍ୟ ସଂଗ୍ରହ କରାଯାଇଥିଲା । ତେବେ ଅଧ୍ୟୟନ ସମୟରେ ପ୍ରାୟ 20 ପ୍ରତିଶତ ପିତା ଅବସାଦରେ ଥିବା ଜାଣିବାକୁ ପାଇଛନ୍ତି ଅନୁସନ୍ଧାନକାରୀ ।

ABOUT THE AUTHOR

...view details