ହାଇଦ୍ରାବାଦ:ଗତ ଏକ କିମ୍ବା ଦୁଇ ଦଶନ୍ଧି ମଧ୍ୟରେ ବ୍ରେନ ଷ୍ଟ୍ରୋକ୍ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି । କେବଳ ଆମେରିକାରେ ବ୍ରେନ ଷ୍ଟ୍ରୋକ୍ ଯୋଗୁଁ ପ୍ରତିବର୍ଷ 1.40 ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି । ତେବେ ସମସ୍ତେ ମସ୍ତିଷ୍କାଘାତ ବା ବ୍ରେନ ଷ୍ଟ୍ରୋକ ବିଷୟରେ ଜାଣିଥିବେ ହେଲେ, ସ୍ପାଇନାଲ(ମେରୁଦଣ୍ଡ) ଷ୍ଟ୍ରୋକ୍ ବିଷୟରେ ବହୁତ ଅଳ୍ପ ଲୋକ ଜାଣିଥିବେ । ବର୍ତ୍ତମାନ ବ୍ରେନ ଷ୍ଟ୍ରୋକ ଭଳି ସ୍ପାଇନାଲ ଷ୍ଟ୍ରୋକ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହା ମସ୍ତିଷ୍କାଘାତ ପରି ମାରାତ୍ମକ ନୁହେଁ, କିନ୍ତୁ ଏହା ମନୁଷ୍ୟକୁ ଅନେକ କଷ୍ଟ ଯନ୍ତ୍ରଣା ଦେଇଥାଏ ।
ମସ୍ତିଷ୍କକୁ ରକ୍ତ ପ୍ରବାହରେ ବାଧା ସୃଷ୍ଟି ହେତୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଥାଏ । ଅନ୍ୟପଟେ ମେରୁଦଣ୍ଡ ବା ସ୍ପାଇନାଲ ଷ୍ଟ୍ରୋକରେ ମଧ୍ୟ ସମାନ ସମସ୍ୟା ଆରମ୍ଭ ହୁଏ । ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ମେରୁଦଣ୍ଡକୁ କ୍ରମାଗତ ରକ୍ତ ଯୋଗାଣ ଆବଶ୍ୟକ । ଏହା ଆପଣଙ୍କ ଶରୀରର ଅନ୍ୟ ଅଂଶକୁ ସ୍ନାୟୁ ଇମ୍ପୁଲ୍ସ ପଠାଇବାରେ ସାହାଯ୍ୟ କରେ । ଯଦି ଏହି ପ୍ରକ୍ରିୟା ଠିକ ଚାଲିବ ତାହାହେଲେ ମନୁଷ୍ୟ ହାତଗୋଡ ଚଳପ୍ରଚଳ କରିପାରିବା ସହ ସମସ୍ତ ଅଙ୍ଗ ସଠିକ୍ ଭାବରେ କାର୍ଯ୍ୟ କରିଥାଏ । ସ୍ପାଇନାଲ ଷ୍ଟ୍ରୋକ ଯୋଗୁଁ ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇପାରେ।
ସ୍ନାଇନାଲ ଷ୍ଟ୍ରୋକ: ଯଦି ମେରୁଦଣ୍ଡକୁ ରକ୍ତ ପ୍ରବାହ ପ୍ରଭାବିତ ହୁଏ କିମ୍ବା କୌଣସି କାରଣରୁ ଏହା ଅବରୋଧ କରେ, ତେବେ ଏହା ଅମ୍ଳଜାନ ଏବଂ ପୋଷକ ତତ୍ତ୍ବ ମିଳିନଥାଏ । ଏହି ସମସ୍ୟାକୁ ମେରୁଦଣ୍ଡ ଷ୍ଟ୍ରୋକ ବା ସ୍ପାଇନ କାର୍ଡ ଇନଫାର୍କସନ କୁହାଯାଇଥାଏ ।
ମେରୁଦଣ୍ଡକୁ ପୋଷକ ତତ୍ତ୍ବ ଏବଂ ଅମ୍ଳଜାନ ଯୁକ୍ତ ରକ୍ତ ଯୋଗାଣ ବନ୍ଦ ହୋଇଯାଇଥାଏ । ସାଧାରଣତଃ ରକ୍ତ ଜମାଟ ବାନ୍ଧିବା (ଇସକୋମେକ୍ ସ୍ପାଇନାଲ ଷ୍ଟ୍ରୋକ) କିମ୍ବା ରକ୍ତସ୍ରାବ (ହେମୋରିଜିକ୍ ସ୍ଲାଇନାଲ ଷ୍ଟ୍ରୋକ), ଯାହା ମେରୁଦଣ୍ଡର ଟିସୁ ଏବଂ କୋଷଗୁଡ଼ିକର କ୍ଷତି ଘଟାଇପାରେ । କହିବାକୁ ଗଲେ ସ୍ପାଇନାଲ ଷ୍ଟ୍ରୋକ ସମସ୍ୟାରେ ସମ୍ମୁଖୀନ ବ୍ୟକ୍ତିଙ୍କ ସଂଖ୍ୟା ବହୁତ କମ ଦେଖାଯାଇଥାଏ ।