ହାଇଦ୍ରାବାଦ:ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ପ୍ରଦାହ ଜନିତ ଅନ୍ତସ୍ଥଳୀ ରୋଗ । ତେବେ ଏକ ନୂତନ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଚର୍ମ ରୋଗ ଏଟୋପିକ୍ ଡର୍ମାଟାଇଟିସ୍(ଏକଜିମା) ପ୍ରଦାହଜନକ ଅନ୍ତସ୍ଥଳୀ ରୋଗ (ହଜମ ସହ ଜଡ଼ିତ ରୋଗ) ହେବାର ଆଶଙ୍କାକୁ ବୃଦ୍ଧି କରିପାରେ । ଜାମା ଡର୍ମାଟୋଲୋଜି ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ ଦର୍ଶାଯାଇଛି ଯେ ଏଟୋପିକ୍ ଡର୍ମାଟାଇଟିସ୍ ଥିବା ବୟସ୍କମାନଙ୍କଠାରେ ପ୍ରଦାହଜନକ ଅନ୍ତ୍ରସ୍ଥଳୀ ରୋଗ (IBD) 34 ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଛୋଟଛୁଆଙ୍କ କ୍ଷେତ୍ରରେ ଏହା 44ପ୍ରତିଶତ ବୃଦ୍ଧି ପାଇଛି ।
ଏଟୋପିକ୍ ଡର୍ମାଟାଇଟିସ୍ ହେଉଛି ଏକ କ୍ରନିକ୍ ପ୍ରଦାହଜନକ ରୋଗ। ଯାହା ଚର୍ମର ଫୁଲା, ଲାଲ ହୋଇଯିବା ଏବଂ ଚର୍ମରେ ଉତ୍ତେଜନା ସୃଷ୍ଟି କରିଥାଏ। ଇନ୍ଫ୍ଲାମେଟୋରୀ ବାଉଲ ଡିଜିଜ(IBD)ରେ ଅଲସରାଟିଭ କୋଲାଇଟିସ୍ (ଅଲସର୍) ଏବଂ ଅନ୍ତନଳୀ ଫୁଲିଯିବା ଭଳି ସମସ୍ୟା ହୋଇଥାଏ । ଯାହା ପାଚନତନ୍ତ୍ର ସହିତ ଏକ ରୋଗ ଅଟେ । ତେବେ ରିସର୍ଚ୍ଚରେ କୁହାଯାଇଛି ଯେ, ଏଟୋପିକ ଡର୍ମାଟାଇଟିସ ତ୍ବଚାକୁ ପ୍ରଭାବିତ କରିଥାଏ ।
ଆମେରିକାର ପେନସିଲଭାନିଆ ୟୁନିଭରସିଟିର ଜୋଏଲ୍ ଏମ୍ ଗେଲଫ୍ୟାଣ୍ଡ କହିଛନ୍ତି ଯେ, "ଏଟୋପିକ୍ ଡର୍ମାଟାଇଟିସ୍ ରୋଗୀଙ୍କ ପାଇଁ ଚିକିତ୍ସାର ସର୍ବୋତ୍ତମ ମାନ ବୁଝିବା ଜରୁରୀ ଅଟେ। ଏଟୋପିକ୍ ଡର୍ମାଟାଇଟିସ୍ ଏବଂ ପ୍ରଦାହଜନକ ଅନ୍ତ୍ର ରୋଗ, ପ୍ରଦାହ ଚର୍ମ ଏବଂ ଅନ୍ତସ୍ଥଳୀ ବ୍ୟାଘାତର କାରଣ ହୋଇପାରେ। ସେଠାରେ ନିର୍ଦ୍ଦିଷ୍ଟ ସାଇଟୋକାଇନ୍ ଏବଂ କେତେକ ପ୍ରକାରର ପ୍ରୋଟିନ୍ ଅଛି, ଯାହା ପ୍ରତିରକ୍ଷା ପ୍ରଣାଳୀ କାର୍ଯ୍ୟକଳାପରେ ଏକ ଭୂମିକା ଗ୍ରହଣ କରିଥାଏ।"