କ୍ୟାନସର ହେଉଛି ଜଟିଳତମ ରୋଗ ମଧ୍ୟରେ ଅନ୍ୟତମ । ତେଣୁ ଲେଖକ ସିଦ୍ଧାର୍ଥ ମୁଖାର୍ଜୀ ଯଥାର୍ଥରେ ଏହି ରୋଗକୁ ‘ଏମ୍ପରର ଅଫ ମାଲାଡିଜ’ ବା ରୋଗର ସମ୍ରାଟ ବୋଲି ଅଭିହିତ କରିଛନ୍ତି । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ କ୍ୟାନସରରେ ପ୍ରାଣ ହରାଇଛନ୍ତି । ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳରେ ଅତ୍ୟାଧୁନିକତା ସତ୍ତ୍ବେ ସମସ୍ତଙ୍କୁ ଆରୋଗ୍ୟ କଲା ଭଳି ଚିକିତ୍ସା ପଦ୍ଧତି ଏଯାଏଁ ବାହାରିନାହିଁ ।
କ୍ୟାନସର କଣ ,ତାହା ବୁଝିବାକୁ ହେଲେ, ଆମକୁ ପ୍ରଥମେ ସେଲ୍ ଓ ଏହା କିପରି କାମ କରେ, ତାହା ପ୍ରଥମେ ଜାଣିବାକୁ ପଡିବ । ସେଲ ବା କୋଷ ହେଉଛି ଆମ ଶରୀରେ କ୍ଷୁଦ୍ରତମ ଶାଖା । ଏହା ପ୍ରାଚୀରର ଇଟା ଭଳି । ଟିସୁ ଓ ଅଙ୍ଗପ୍ରତ୍ୟଙ୍ଗ ନିର୍ମାଣ ପାଇଁ ବିଭିନ୍ନ ଉପାୟରେ ସଙ୍ଗଠିତ ହୋଇଥାଏ କୋଷ । ଜିନ୍ ଅନୁସାରେ କୋଷ ଭିନ୍ନ ଭିନ୍ନ ଭାବେ କାମ କରିଥାଏ ।ପରିପକ୍ବ ଲୋହିତ ରକ୍ତ କୋଷକୁ ଛାଡିଦେଲେ ଆମ ଶରୀରର ପ୍ରତ୍ୟେକ କୋଷରେ ୨୦ ହଜାରରୁ ୨୫ ହଜାର ଜିନ ରହିଥାଏ, ଯାହା କି ଡିଏନଏର ଫଙ୍କସନାଲ୍ ଷ୍ଟ୍ରେଚ୍ । ପ୍ରତି ଜିନର କୋଡ ବା ନିର୍ଦ୍ଦେଶ ଥାଏ । ଏହା ଏନଜାଇମ, ରିସେପ୍ଟର, ଲିଗାଣ୍ଡ ଭଳି ଜଟିଳ ପ୍ରୋଟିନ ସିଷ୍ଟମକୁ ନିର୍ଦ୍ଦେଶ ଦେଇଥାଏ । ଏଗୁଡିକ କୋଷକୁ ଯେକୌଣସି ଫଙ୍କସନାଲ ପ୍ରପର୍ଟି ଯୋଗାଇଥାନ୍ତି । କିନ୍ତୁ କେବଳ ପ୍ରୋଟିନ ପାଖରେ କଥା ସରି ନଥାଏ । ଏସବୁ ପ୍ରୋଟିନର କାର୍ଯ୍ୟକ୍ଷମତା ମେଟାବଲିକ ପ୍ରକ୍ରିୟା ଓ ଏକାଧିକ ମେଟାବଲାଇଟିସି ସିନ୍ଥେସିସକୁ ଜନ୍ମ ଦିଏ । ପ୍ରୋଟିନ ସହ ଏହି ମେଟାବଲାଇଟିସ ଓ ଅନ୍ୟ ବାୟୋମୋଲିକ୍ୟୁଲସ ସେଲ୍ କାର୍ଯ୍ୟକାରିତାରେ ସହାୟକ ହୁଏ ।
ଏହାଛଡା ଏକ ସ୍ବାଭାବିକ ସେଲ୍ ଅନେକ ଥର ଭାଗ ଭାଗ ହୋଇପାରେ । ଯେତେବେଳେ ଗୋଟିଏ ସେଲ ଅବସାଦଗ୍ରସ୍ତ ପରିବେଶ ବା ସଙ୍କେତ ପାଏ, ଏହା ଜଟିଳ ପ୍ରୋଟିନ ସିଗନାଲିଂ ଓ ମେଟାବଲାଇଟସ୍ ସହାୟତାରେ ମୁକାବିଲା କରିବାକୁ ଚେଷ୍ଟା କରେ । କିନ୍ତୁ ଅବସାଦ ସ୍ତର କିଛି ନିର୍ଦ୍ଦିଷ୍ଟ ରେଖା ଅତିକ୍ରମ କଲେ ସେଲ୍ ବା କୋଷ ଆପୋପଟୋସିସ (ପ୍ରୋଗ୍ରାମ୍ଡ ଡେଥ୍ ) ପାଇଁ ନିଷ୍ପତ୍ତି ନେଇଥାଏ । ନହେଲେ ତ୍ରୁଟି ସଂଶୋଧନ କରିବା ପାଇଁ ଏହା ସେଲୁଲାର ଡିଭିଜନକୁ ରୋକିପାରେ ।
ଯେକୌଣସି ସିଷ୍ଟମ ଭଳି ସେଲୁଲାର ସିଷ୍ଟମ ମଧ୍ୟ ତ୍ରୁଟିରୁ ମୁକ୍ତ ନୁହେଁ ଓ ଏହା ବି ସାମାନ୍ୟ ପରିବର୍ତ୍ତନର ସମ୍ବେଦୀ ହୋଇଥାଏ । କ୍ୟାନସର ଦୃଷ୍ଟିକୋଣରୁ ଆମେ ଯଦି ସେଲ ଗୁଡିକର ଅସ୍ବଭାବିକ କାର୍ଯ୍ୟକ୍ଷମତା ସଂପର୍କରେ କହିବା,ତାହା ହେଲେ ଏହା ଜେନେଟିକାଲ ବା ଅନୁବଂଶୀୟ । ଯେ କୈାଣସି ପ୍ରପର୍ଟି ବା ଜୀବନ୍ତ ସିଷ୍ଟମର କାର୍ଯ୍ୟ ପରିବେଶ ଓ ଜିନ୍ ମଧ୍ୟରେ ହେଉଥିବା ପାରସ୍ପରିକ କ୍ରିୟା ଯୋଗୁଁ ସୃଷ୍ଟି ହୋଇଥାଏ । ତେଣୁ ଜିନ୍ (ମ୍ୟୁଟେସନ )ରେ ପରିବର୍ତ୍ତନ ବିଭିନ୍ନ ପରିବେଶଗତ କାରଣ ଯଥା ଧୂମପାନ, ମଦ, ତମାଖୁ ଓ କୀଟନାଶକ ଦ୍ବାରା ହୋଇଥାଏ । ଆମେ ଜାଣୁ ଯେ, ଗୋଟିଏ ସେଲ ନିର୍ଦ୍ଦିଷ୍ଟ କିଛି ସମୟ ପର୍ଯ୍ୟନ୍ତ ବିଭାଜିତ ହୋଇପାରିବ । କ୍ୟାନସର କୋଷିକା ମଧ୍ୟ ଅନିର୍ଦ୍ଦିଷ୍ଟ ସମୟ ଯାଏଁ ବିଭାଜିତ ହୋଇ ମାସ୍ ଅଫ୍ ସେଲ୍ସ ସୃଷ୍ଟି କରିଥାଏ, ଯାହାକୁ ସାଧାରଣ ଅର୍ଥରେ ଟ୍ୟୁମର କୁହାଯାଏ ।
ତେଣୁ ଜିନ ସ୍ତରରେ ଆମର ସ୍ବଭାବିକ ସେଲ୍ ବା କୋଷରେ କୌଣସି ତ୍ରୁଟି ହିଁ କ୍ୟାନସର । ଆମେ ଜାଣୁ ଯେ, ପ୍ରତ୍ୟେକ ସେଲ୍ରେ ୨୦ ହଜାରରୁ ୨୫ ହଜାର ଜିନ ଥାଏ । କ୍ୟାନସରରେ ଶହ ଶହ ଜିନର ସ୍ବରୂପ ବଦଳିଯାଏ । ବିଭିନ୍ନ ପ୍ରକାର କ୍ୟାନସର ରହିଛି ଓ ତାହା ଭିନ୍ନ ଭିନ୍ନ କାରଣରୁ ମଧ୍ୟ ହୋଇଥାଏ । ଉଦାହରଣ ସ୍ବରୂପ, ସ୍ନାୟୁ କ୍ୟାନସର ଧୂମପାନ କଲେ ହୋଇଥାଏ । କିନ୍ତୁ ଲିଭର କ୍ୟାନସରର କାରଣ ପଛରେ ଥାଏ ମଦ୍ୟପାନ ।
ଅନେକ ସମୟରେ ସାଧାରଣ ପ୍ରଶ୍ନ ପଚରାଯାଇଥାଏ ଯେ, କାହିଁକି କୌଣସି ଥେରାପି ନାହିଁ । ପ୍ରକୃତ କଥା ହେଲା କ୍ୟାନସର ପାଇଁ ଥେରାପି ତ ଅନେକ ରହିଛି , କିନ୍ତୁ ସବୁ ଔଷଧ (କେମୋଥେରାପି ) ୧୦୦ ପ୍ରତିଶତ ପ୍ରଭାବଶାଳୀ ହୋଇନାହିଁ । ସେଗୁଡିକ ଭିନ୍ନ ଭିନ୍ନ ରୋଗୀଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ଭାବେ କାମ କରେ । ଅନୁବଂଶୀୟ ଭାବେ ଆମେ ପରସ୍ପରଠାରୁ କେଉଁ ସ୍ତରରେ ହେଲେ ଅଲଗା ହୋଇଥାଉ । (ଯାହାଫଳରେ କି ଆମେ ଅଦ୍ବିତୀୟ ) । ଏହି କାରଣରୁ ହିଁ ଏକା କ୍ୟାନସର ସତ୍ତ୍ବେ ଔଷଧର ପ୍ରଭାବ କାହା ପାଇଁ କେମିତି ରହେ ।
ତେବେ,ଏଥିପାଇଁ ଆମର ଜୀବନଶୈଳୀ, ଆହାର , ବ୍ୟାୟାମ ଓ ଡାଇବେଟିସ ବା ଏଡ୍ସ ଭଳି ଭିନ୍ନ ଭିନ୍ନ କାରଣ ଦାୟୀ । ଆଉ ଗୋଟିଏ ପ୍ରଶ୍ନ ଉଙ୍କିମାରେ ଯେ, କେଉଁ ପର୍ଯ୍ୟାୟରେ ଏକ ନିର୍ଦ୍ଦିଷ୍ଟ କ୍ୟାନସର ରହେ । ପ୍ରଥମ, ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ବିଷୟରେ ଆମେ ଶୁଣିଥାଉ । ଏସବୁ ପର୍ଯ୍ୟାୟ କ’ଣ ଓ କାହିଁକି ଆଡଭାନସଡ ବା ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ଥିବା କ୍ୟାନସରର ଚିକିତ୍ସା କଷ୍ଟସାଧ୍ୟ ହୋଇଥାଏ ?