ଓଡିଶା

odisha

ବ୍ରେନ ଟ୍ରମା ଓ ପୁରୁଷଙ୍କ ସେକ୍ସୁଆଲ୍ ଡିସଫଙ୍କସନ୍

ମସ୍ତିଷ୍କ ସଂପର୍କିତ ସମସ୍ୟା ବ୍ୟକ୍ତିର ଯୌନ ସ୍ୱାସ୍ଥ୍ୟ ଉପରେ ମଧ୍ୟ ବ୍ୟାପକ ପ୍ରଭାବ ପକାଏ । ବ୍ରେନ ଡ୍ୟାମେଜ୍ ଲୋକକୁ ଦୁର୍ବଳ କରିଦିଏ । ସେ ନିଜର ଶାରୀରିକ ଓ ଯୌନଗତ ଆବଶ୍ୟକତା ପରିପ୍ରକାଶ କରିପାରିରେ ନାହିଁ । ଏନେଇ ହାଇଦ୍ରାବାଦସ୍ଥିତ ମାଇକ୍ରୋ ସର୍ଜିକାଲ୍ ଆଂଡ୍ରୋଲୋଜିଷ୍ଟ ଡକ୍ଟର ରାହୁଲ ରେଡ୍ଡୀ କଣ କହିଛନ୍ତି ସେନେଇ ଅଧିକ ପଢନ୍ତୁ...

By

Published : Sep 13, 2020, 9:35 AM IST

Published : Sep 13, 2020, 9:35 AM IST

ବ୍ରେନ ଟ୍ରମା ଓ ପୁରୁଷଙ୍କ ସେକ୍ସୁଆଲ୍ ଡିସଫଙ୍କସନ୍
ବ୍ରେନ ଟ୍ରମା ଓ ପୁରୁଷଙ୍କ ସେକ୍ସୁଆଲ୍ ଡିସଫଙ୍କସନ୍

ବ୍ରେନ ବା ମସ୍ତିଷ୍କ ହେଉଛି ଆମ ଶରୀରର ଅବିଚ୍ଛେଦ୍ୟ ଅଂଶ । ଶରୀରର ସମସ୍ତ କାର୍ଯ୍ୟ ନିୟନ୍ତ୍ରଣ କରେ ମସ୍ତିଷ୍କ । ତେଣୁ ମସ୍ତିଷ୍କ ପରି ସବୁଠୁ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ଅଂଶ କ୍ଷତିଗ୍ରସ୍ତ ହଲେ ଏହା ଶରୀର ଅନ୍ୟାନ୍ୟ ମେକାନିଜିମକୁ ପ୍ରଭାବିତ କରିଥାଏ । ଆଉ ବେଳେ ବେଳେ ଏହା ପ୍ରଭାବିତ ବ୍ୟକ୍ତିର ଅନ୍ୟ କାର୍ଯ୍ୟକ୍ଷମତାକୁ ପ୍ରଭାବିତ କରେ । ସବୁଠୁ ବଡ କଥା ହେଲା ମସ୍ତିଷ୍କ ସଂପର୍କିତ ସମସ୍ୟା ବ୍ୟକ୍ତିର ଯୌନ ସ୍ୱାସ୍ଥ୍ୟ ଉପରେ ମଧ୍ୟ ବ୍ୟାପକ ପ୍ରଭାବ ପକାଏ । ବ୍ରେନ ଡ୍ୟାମେଜ୍ ଲୋକକୁ ଦୁର୍ବଳ କରିଦିଏ । ସେ ନିଜର ଶାରୀରିକ ଓ ଯୌନଗତ ଆବଶ୍ୟକତା ପରିପ୍ରକାଶ କରିପାରିରେ ନାହିଁ ।

ବ୍ରେନ ଟ୍ରମା ନେଇ ହାଇଦ୍ରାବାଦ ସ୍ଥିତ ମାଇକ୍ରୋ ସର୍ଜିକାଲ୍ ଆଂଡ୍ରୋଲୋଜିଷ୍ଟ ଡକ୍ଟର ରାହୁଲ ରେଡ୍ଡୀଙ୍କ ସହ ଆମେ ଆଲୋଚନା କରିଥିଲୁ । ଡକ୍ଟର ରାହୁଲଙ୍କ ଅନୁସାରେ କୌଣସି ଗୁରୁତର ଦୁର୍ଘଟଣା ବା ରୋଗ ଦ୍ୱାରା ବ୍ରେନ୍ ଟ୍ରମା ହୋଇଥାଏ । ଏପରି ହେଲେ ମସ୍ତିଷ୍କ ସୂଚାରୁ ରୂପେ କାର୍ଯ୍ୟ କରିପାରେ ନାହିଁ । ଏହାର କ୍ରିୟା ପ୍ରତିକ୍ରିୟା ସୀମିତ ହୋଇଯାଏ । ବ୍ରେନ୍‌ର ଦୁର୍ବଳ ସ୍ଥିତି ବଂଶାନୁକ୍ରମିକ ହୋଇ ନ ଥାଏ । ତାହା ନିର୍ଦ୍ଦିଷ୍ଟ ସଂକ୍ରମଣ ବା ହାଇପରଟେନସନ ଯୋଗୁଁ ବି ସୃଷ୍ଟି ହୋଇଥାଏ । ଏହା ବ୍ୟତୀତ ଦୁର୍ଘଟଣାରେ ମସ୍ତିଷ୍କର ରକ୍ତ ଶିରା କ୍ଷତିଗ୍ରସ୍ତ ହେଲେ ତାହା ବ୍ରେନ୍ ଟ୍ରମା ସୃଷ୍ଟି କରେ । ଏହା ‘ସେରେବ୍ରୋଭସ୍କ୍ୟୁଲାର ଇଂଜୁରୀ’ ଭାବେ ପରିଚିତ । ଏଭଳି ସ୍ଥିତି ଦ୍ୱାରା ଶରୀର ଉପରେ ମାତ୍ରାଧିକ କୁପ୍ରଭାବ ପଡେ ।

ତେବେ, ବ୍ରେନ ଇଂଜୁରୀ ପୁରୁଷର ଯୌନ ସ୍ୱାସ୍ଥ୍ୟକୁ ବି ପ୍ରଭାବିତ କରେ ବୋଲି ଡକ୍ଟର ରେଡ୍ଡି କହନ୍ତି । ଏଭଳି ସ୍ଥିତିରେ ପୁରୁଷର ଯୌନାଙ୍ଗ ଉତ୍ତେଜିତ ହେବା ନେଇ ସୂଚନା ଦେଉଥିବା ମସ୍ତିଷ୍କର ଅଂଶ କ୍ଷତିଗ୍ରସ୍ତ ହୋଇଯାଏ । ପରିଣାମ ସ୍ୱରୂପ ବ୍ୟକ୍ତି ଯୌନ ସଂପର୍କ ରଖିବାରେ ସମର୍ଥ ହୋଇପାରେ ନାହିଁ । ଯୌନଗତ ଭାବେ ସେ ଦୁର୍ବଳ ହୋଇଯାଏ । ଏଭଳି ଜଟିଳ ପରିସ୍ଥିତିରୁ ସୁସ୍ଥ ହେବା କଷ୍ଟକର । ଆଉ ଜଣେ ବ୍ୟକ୍ତି ଯଦି ୪୦ ବର୍ଷରୁ କମ୍ ବୟସ୍କ ହୋଇଥିବେ,ତାହା ହେଲେ ଏଭଳି ଏକ ବୟସରେ ଯୌନ ଅକ୍ଷମତା ସଂପୃକ୍ତ ବ୍ୟକ୍ତିଙ୍କୁ ମାନସିକ ଭାବେ ବିଚଳିତ କରେ ।

ଯୌନଗତ ଆଚରଣରେ ପରିବର୍ତ୍ତନ

କୌଣସି ଦୁର୍ଘଟଣା ଯୋଗୁଁ ବ୍ରେନ ଇଂଜୁରୀ ପୁରୁଷର ଯୌନ କ୍ଷମତାକୁ କିଭଳି ପ୍ରଭାବିତ କରେ, ସେ ନେଇ ଆମ ବିଶେଷଜ୍ଞ ବିସ୍ତୃତ ସୂଚନା ଦେଇଛନ୍ତି ।

୧. ଯୌନ ଇଚ୍ଛା ହ୍ରାସ

କୌଣସି କାରଣରୁ ବ୍ରେନ୍ ଇଂଜୁରୀ ସ୍ଥଳେ, ଆମର ବିଭିନ୍ନ ଭାବନାକୁ ନିୟନ୍ତ୍ରଣ କରୁଥିବା ବ୍ରେନର୍ ସେହି ଅଂଶ ଯଦି କ୍ଷତିଗ୍ରସ୍ତ ହୋଇଯାଏ,ତାହା ହେଲେ ରୋଗୀଠାରେ ଯୌନ ଇଚ୍ଛା ହ୍ରାସ ପାଏ ।

୨. ଦୁର୍ବଳତା ଓ ଚରମାନନ୍ଦ ପ୍ରାପ୍ତିରେ ଅସମର୍ଥ

ବ୍ରେନ ଟ୍ରମା ଯୋଗୁଁ ଅସ୍ଥାୟୀ ବା ସ୍ଥାୟୀ ଦୁର୍ବଳତା ଦେଖାଯାଏ । ଏହାବାଦ୍ ଯୌନ ଦୁର୍ବଳତାରେ ପୀଡିତ ଥିବା ମହିଳା ବା ପୁରୁଷଙ୍କ ପାଇଁ ଚରମାନନ୍ଦ ପ୍ରାପ୍ତିରେ ବି ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଅବସାଦ, ଚିନ୍ତା ଓ ବ୍ୟକ୍ତିଗତ ସଂପର୍କରେ ସମସ୍ୟା ବି ଯୌନ ସମ୍ଭୋଗ ଇଚ୍ଛା କମ୍ କରିଥାଏ ।

୩. ବ୍ରେନ ଟ୍ରମା ଓ ଶାରୀରିକ ସମସ୍ୟା

ଯୌନକ୍ରିୟା ଓ ଉତ୍ତେଜନା ସୃଷ୍ଟିର କାରଣ ହେଉଥିବା ମସ୍ତିଷ୍କର ଗୋଟିଏ ଅଂଶ ଯଦି ଟ୍ରମା ବା ଇଂଜୁରୀ ଯୋଗୁଁ କ୍ଷତିଗ୍ରସ୍ତ ହୁଏ, ତାହା ହେଲେ ଜଣେ ବ୍ୟକ୍ତିପାଇଁ ଯୌନଗତ ସମସ୍ୟା ସୃଷ୍ଟି ହୁଏ । ଦୈହିକ ସଂପର୍କ ସ୍ଥାପନରେ ସେ ବିଫଳ ହୁଏ । ଏପରିକି ଶାରୀରିକ ଭାବେ ସୁସ୍ଥସବଳ ଥିବା ବ୍ୟକ୍ତିର ବ୍ରେନ୍ ଟ୍ରମା ବା ଇଂଜୁରୀ ହେଲେ ସେ ମାଲାଇଜ୍‌, ଆନୋରେକ୍ସିଆ , ଆଟ୍ରାକସନ୍ ମାନିଆ ଭଳି ରୋଗର ସମ୍ମୁଖୀନ ହୋଇଥାଏ ।

୪. ଭାବନାତ୍ମକ ପ୍ରଭାବ

ମେଣ୍ଟାଲ ଟ୍ରମା ଯୋଗୁଁ ଚିନ୍ତା, ଅସ୍ଥିରତା ଓ ଅବସାଦ ଭଳି ସ୍ଥିତିର ସାମନା କଲେ ବି ଯୌନ ଇଚ୍ଛା ହ୍ରାସ ପାଏ ।

୫. ଔଷଧୀୟ ଚିକିତ୍ସା

ମସ୍ତିଷ୍କ ସଂପର୍କିତ ସମସ୍ୟା ଯୋଗୁଁ ରୋଗୀକୁ ଦିଆଯାଉଥିବା ମେଡିସିନ ବି ପୁରୁଷର ସମ୍ଭୋଗ ଇଚ୍ଛା ହ୍ରାସ କରେ । ଏହାଛଡା ଫିଜିକାଲ ଆନୋରେକ୍ସିଆ ବୃଦ୍ଧି ପାଇଥାଏ ।

୬. ଅନ୍ୟ ଶାରୀରିକ କ୍ଷତି

ଦୁର୍ଘଟଣାରେ ବ୍ରେନ୍‌କୁ ଛାଡି ଯଦି ଶରୀରର ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ଅଂଗ କ୍ଷତିଗ୍ରସ୍ତ ହେଲେ ମଧ୍ୟ ମଣିଷର ଯୌନ ସଂପର୍କ ପ୍ରଭାବିତ ହୋଇଥାଏ ।

୭. ଅନ୍ୟାନ୍ୟ ରୋଗ

ବ୍ରେନ୍ ଟ୍ରମା ଦ୍ୱାରା ପ୍ରଭାବିତ ବ୍ୟକ୍ତି ଡାଇବେଟିସ, ଉଚ୍ଚ ରକ୍ତଚାପ ଭଳି ରୋଗରେ ପୀଡିତ ଥିଲେ ସମସ୍ୟା ବଢିଥାଏ ।

ଡକ୍ଟର ରେଡ୍ଡିଙ୍କ ମତରେ ବ୍ରେନ ଟ୍ରମା ବା ବ୍ରେନ୍ ଇଂଜୁରୀ ଏକ ଗୁରୁତର ସମସ୍ୟା । ତେଣୁ ଏଭଳି ରୋଗୀଙ୍କ ବିଶେଷ ଯତ୍ନ ନେବା ଜରୁରୀ । ବ୍ରେନ ଟ୍ରମା ସେମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ବି ପ୍ରଭାବିତ କରିଥାଏ । ଏ ଦୃଷ୍ଟିରୁ ବ୍ରେନ୍ ଟ୍ରମାରେ ପୀଡିତ ବ୍ୟକ୍ତିଙ୍କ ସମସ୍ୟା ଜାଣିବା ପାଇଁ ସେମାନଙ୍କ ସହ କଥାବାର୍ତ୍ତା କରିବା ଦରକାର । ବ୍ରେନ୍ ଟ୍ରମାର ଚିକିତ୍ସା କରିହେବ । କିନ୍ତୁ ଏହା ଦ୍ୱାରା ସୃଷ୍ଟି ହେଉଥିବା ଯୌନଗତ ସମସ୍ୟା ଦୂର କରିବା ଏତେ ସହଜ ନୁହେଁ । ତେଣୁ ଜଣେ ବିଶେଷଜ୍ଞଙ୍କ ଦ୍ୱାରା ନିୟମିତ କାଉନସେଲିଂ ସହ ସଠିକ୍ ସତର୍କତା ଅବଲମ୍ବନ ସହ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ ଜରୁରୀ ।

ABOUT THE AUTHOR

...view details