ଓଡିଶା

odisha

ETV Bharat / sukhibhava

ପାରୋଲରେ ଥିବା କଏଦୀଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, 15 ଦିନ ମଧ୍ୟରେ ଆତ୍ମସମର୍ପଣ କର - କୋଭିଡ

କୋଭିଡ ସଂକ୍ରମଣ ବୃଦ୍ଧି କାରଣରୁ ସ୍ପେଶାଲ୍ ପାରୋଲରେ ଆସିଥିବା କଏଦୀଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ମାମଲା ବିଚାରାଧୀନ ଥିବାରୁ ଆସନ୍ତା 15 ଦିନ ମଧ୍ୟରେ ଆତ୍ମସମର୍ପଣ କର । ଅଧିକ ପଢନ୍ତୁ

SC
SC

By

Published : Mar 25, 2023, 12:22 PM IST

ନୂଆଦିଲ୍ଲୀ: ସ୍ପେଶାଲ୍ ପାରୋଲରେ ଯାଇଥିବା କଏଦୀ ତୁରନ୍ତ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । କୋଭିଡ ସମୟରେ ଯେଉଁ ଅଭିଯୁକ୍ତମାନେ ପାରୋଲରେ ଯାଇଥିଲେ ସେମାନଙ୍କୁ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିପାଇଁ 15 ଦିନ ସମୟ ଦିଆଯାଇଛି । ଶୁକ୍ରବାର(ମାର୍ଚ୍ଚ 24) ଏକ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଜଷ୍ଟିସ୍ ଏମ୍ ଆର ଶାହା ଏବଂ ସି.ଟି. ରବିକୁମାର କହିଛନ୍ତି, "ମାର୍ଚ୍ଚ 23, 2020, ମେ' 7, 2021 ଏବଂ ଜୁଲାଇ 16, 2021 ରେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ସୁପାରିଶ କ୍ରମେ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ଜରୁରୀକାଳୀନ ପାରୋଲ ବା ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ ହୋଇଥିବା ସମସ୍ତ ଅଭିଯୁକ୍ତ ଆସନ୍ତା 15 ଦିନ ମଧ୍ୟରେ ସମ୍ପୃକ୍ତ ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ପଡିବ ।" ବେଞ୍ଚ୍ ଆହୁରି କହିଛନ୍ତି ଯେ, ଜେଲ୍ କର୍ତ୍ତୃପକ୍ଷ ମଧ୍ୟ ଅଭିଯୁକ୍ତମାନଙ୍କୁ ଏନେଇ ଚେତାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ:-Earth Hour: ଆଜି ପାଳନ ହେବ ଆର୍ଥ ଆୱାର, ବାଲୁକା କଳାରେ ଘଣ୍ଟାଟିଏ ଲାଇଟ୍ ବନ୍ଦ କରିବାକୁ ବାର୍ତ୍ତା

ଏହାପରେ ଅଭିଯୁକ୍ତଙ୍କ ମାମଲାର ଶୁଣାଣି କରାଯିବ ଏବଂ ବେଲ୍ ଆବେଦନର ଆଇନ ଅନୁସାରେ ନିଷ୍ପତ୍ତି ନିଆଯିବ । ଖଣ୍ଡପୀଠଙ୍କ କହିବା ଅନୁସାରେ, ମଧ୍ୟବର୍ତ୍ତୀକାଳୀନ ଜାମିନରେ ଯାଇଥିବା କଏଦୀଙ୍କ ମାମଲା ଏବେ ମଧ୍ୟ ବିଚାରାଧୀନ ରହିଛି । କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇବାରୁ ସେମାନଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦିଆଯାଇଥିଲା । ସେମାନଙ୍କୁ ଦୋଷମୁକ୍ତ କରାଯାଇ ନାହିଁ । ଏହାର ଅର୍ଥ ନୁହେଁ ଅଭିଯୁକ୍ତ ଦୀର୍ଘଦିନ ପର୍ଯ୍ୟନ୍ତ ବାହାରେ ବୁଲିବେ । ବର୍ତ୍ତମାନ ସଂକ୍ରମଣ ମାମଲା ହ୍ରାସ ପାଇଛି, ତୁରନ୍ତ ସେମାନେ ଥାନାରେ ହାଜର ହୁଅନ୍ତୁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ 2020 ଏବଂ 2021 ରେ ସର୍ବୋଚ୍ଚ ଅଦାଲତ କୋରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି କଏଦୀଙ୍କୁ ସ୍ପେଶାଲ୍ ପାରୋଲ ପାଇଁ ଅନୁମତି ଦେଇଥିଲେ । ଏହି ଅନୁମତି ପରେ ଓଡିଶାର 608 ଜଣ କଏଦୀ ସ୍ପେଶାଲ୍ ପାରୋଲରେ ଅଛନ୍ତି । ରାଜ୍ୟରେ ଥିବା ମୋଟ 87ଟି ଜେଲରୁ 5ଟି ଜୋନରେ ଥିବା କଏଦୀ ଏହି ମଧ୍ୟବର୍ତ୍ତୀକାଳୀନ ଜାମିନରେ ଆସିଥିଲେ । ଏମାନଙ୍କ ମଧ୍ୟରୁ ଚୌଦ୍ବାର ସର୍କଲର ୧୮୫ଜଣ, ବାରିପଦା ସର୍କଲର ୯୧ଜଣ, ସମ୍ବଲପୁରର ସର୍କଲର ୧୦୫ଜଣ, ବ୍ରହ୍ମପୁରର ସର୍କଲର ୧୬୦ଜଣ, କୋରାପୁଟ ସର୍କଲର ୬୭ ଜଣ ପାରୋଲରେ ଆସିଛନ୍ତି ।

ABOUT THE AUTHOR

...view details