ଓଡିଶା

odisha

ETV Bharat / sukhibhava

Amebiasis Infection: ବର୍ଷାରେ ବୃଦ୍ଧି ପାଏ ଆମିବାୟସିସ ସଂକ୍ରମଣ, ଜାଣନ୍ତୁ ଏହାର ଲକ୍ଷଣ

ବର୍ଷା ଯୋଗୁଁ ଆମିବାୟସିସର ଆଶଙ୍କା ବୃଦ୍ଧି ପାଇଥାଏ । ଏହା ଅନ୍ତନଳୀ ସଂକ୍ରମଣ ଅଟେ । ଅଧିକ ପଢନ୍ତୁ

Amebiasis Infection
Amebiasis Infection

By

Published : Jul 3, 2023, 3:38 PM IST

ହାଇଦ୍ରାବାଦ:ଖରାରୁ ମୁକ୍ତି ଦେବା ସହ ମୌସୁମୀ ବର୍ଷା ସମସ୍ତଙ୍କ ମନରେ ଖୁସି ଭରିଥାଏ । କିନ୍ତୁ ଏହାସହ ଅନେକ ସଂକ୍ରାମକ ରୋଗ ସାଙ୍ଗରେ ନେଇ ଆସିଥାଏ । ଏହି ଋତୁରେ ସଂକ୍ରାମକ ରୋଗ ସାଧାରଣ କହିଲେ ଅତ୍ୟୁକ୍ତି ହେବ ନାହିଁ । ଯଦି ବର୍ଷା ଋତୁରେ ସ୍ବାସ୍ଥ୍ୟର ଯତ୍ନ ନନିଆଯାଏ ତେବେ ଅନେତ ପ୍ରକାର ସଂକ୍ରାମକ ରୋଗ ହେବାର ସମ୍ଭାବନା ରହିଥାଏ । ଏଭଳି କିଛି ସଂକ୍ରାମକ ରୋଗ ମଧ୍ୟରୁ ଆମିବାୟସିସ ଅନ୍ୟତମ । ତେବେ ଜାଣନ୍ତୁ କଣ ଏହି ଆମିବାୟସିସ ଏବଂ କିଭଳି ଏଥିରୁ ମୁକ୍ତି ପାଇବେ ?

ଆମିବାୟସିସ କଣ ?:ଆମିବାୟସିସ ହେଉଛି ଏଣ୍ଟୋମିବା ହିଷ୍ଟୋଲାଇଟିକା ନାମକ ଏକ ପ୍ରୋଟୋଜୋଆ ଦ୍ବାରା ଅନ୍ତନଳୀରେ ପରଜୀବୀ ସଂକ୍ରମଣ ଅଟେ । ଏହି ରୋଗ ଆମୋବିକ୍ ଡିସେଣ୍ଟ୍ରି ଭାବରେ ମଧ୍ୟ ଜଣାଶୁଣା । ଏହି ରୋଗ ହେବା ଦ୍ବାରା ପେଟରେ ଯନ୍ତ୍ରଣା ହେବା ସହ ତରଳ ଝାଡା ହୋଇଥାଏ । ପରଜୀବୀ ଜୀବାଣୁ ଦ୍ବାରା ଆମିବାୟସିସ ମୁଖ୍ୟତଃ ଏକ ଜଳବାହୀତ ରୋଗ ଅଟେ । ଏହା ଦୂଷିତ ଜଳ ପିଇବା ଏବଂ ଦୂଷିତ ଖାଦ୍ୟ ପଦାର୍ଥ ଖାଇବା ଦ୍ୱାରା ହୋଇଥାଏ । ପରିଷ୍କାର ପରିଚ୍ଛନ୍ନତା ନରହିଲେ ଏହି ରୋଗ ହୋଇଥାଏ । ଏହି ପରଜୀବୀ ଅନ୍ତନଳୀକୁ ସଂକ୍ରମିତ କରିବା ପରେ ଶରୀରର ଅନେକ ପ୍ରଣାଳୀକୁ ପ୍ରଭାବିତ କରିଥାଏ । ଆମିବାୟସିସ ଲକ୍ଷଣରେ ପୀଡିତ ବ୍ୟକ୍ତିଙ୍କ ପେଟରେ ଏକ ସିଷ୍ଟ୍‌ ସୃଷ୍ଟି ହେବାର 1ରୁ 4 ସପ୍ତାହ ପରେ ଏହି ରୋଗର ଲକ୍ଷଣ ଦେଖାଯାଇଥାଏ । କିନ୍ତୁ ଅଧିକାଂଶ ଲୋକ ଏହି ରୋଗର ଶିକାର ହୋଇନଥାନ୍ତି । କେବଳ 10ରୁ 20 ପ୍ରତିଶତ ଲୋକ ଆମେବିଆସିସ୍ କାରଣରୁ ଅସୁସ୍ଥ ହୋଇଥାଆନ୍ତି ।

ଏହା ମଧ୍ୟ ପଢନ୍ତୁ: Herbs during Monsoon: ବର୍ଷାର ମଜା ନେବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ହର୍ବାଲ, ଶୀଘ୍ର ଦୂର ହେବ ରୋଗ

ଆମିବାୟସିସର ଲକ୍ଷଣ:

  • ପେଟରେ ଯନ୍ତ୍ରଣା
  • ତରଳ ଝାଡା
  • ଝାଡାରେ ରକ୍ତପଡିବା
  • ତଳି ପେଟରେ ଗଭୀର ଯନ୍ତ୍ରଣା ହେବା
  • ଜ୍ୱର
  • ବାନ୍ତି
  • ମୁଣ୍ଡ ବୁଲାଇବା
  • ଭୋକ ନଲାଗିବା

ଏହି ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ:

  1. ଶୌଚାଳୟର ସିଟ ନିୟମିତ ପରିଷ୍କାର କରିବା ଆବଶ୍ୟକ
  2. ବର୍ଷା ଋତୁରେ ସର୍ବସାଧାରଣ ଶୌଚାଳୟ ବ୍ୟବହାର କରିବାଠାରୁ ଦୂରେଇ ରୁହିବା ଉଚିତ
  3. ହାତ ଧୋଇବା ପରେ ସର୍ବଦା ଖାଦ୍ୟ ଖାଆନ୍ତୁ
  4. ଶିଶୁର ଡାଏପର ବଦଳାଇବା ପରେ ଉଷୁମ ପାଣିରେ ହାତ ଧୋଇବା ଉଚିତ
  5. ବାହାରୁ ଆସିଥିବା ଫଳ ଓ ପନିପରିବା ଭଲ ଭାବରେ ଧୋଇ ଖାଆନ୍ତୁ
  6. ବଜାରରେ ଉପଲବ୍ଧ ବରଫ କ୍ୟୁବ ବ୍ୟବହାର କରିବାଠାରୁ ଦୂରେଇ ରୁହନ୍ତୁ
  7. ବାହାରେ ଖାଦ୍ୟ କିମ୍ବା ରାସ୍ତାର ଖାଦ୍ୟ ଖାଇବାଠାରୁ ଦୂରେଇ ରୁହିବା ଆବଶ୍ୟକ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details