ଓଡିଶା

odisha

ETV Bharat / sukhibhava

Raksha Bandhan 2023: ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା, ଏହି ବିଷୟ ପ୍ରତି ଧ୍ୟାନ ଦେଲେ ହେବନି ସ୍ବାସ୍ଥ୍ୟ ସମସ୍ଯା

ରାକ୍ଷୀ ପୂର୍ଣ୍ଣିମାରେ ଭାଇର ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି କିଣନ୍ତୁ ରାକ୍ଷୀ। ଏହି ରାକ୍ଷୀ ପିନ୍ଧାଇଲେ ହେବନି ସ୍ବାସ୍ଥ୍ୟ ସମସ୍ୟା

Raksha Bandhan
Raksha Bandhan

By ETV Bharat Odisha Team

Published : Aug 29, 2023, 8:10 PM IST

ହାଇଦ୍ରାବାଦ:ରାତି ପାହିଲେ ଭାଇ-ଭଉଣୀର ପ୍ରେମର ପ୍ରତୀକ ରାକ୍ଷୀ ପୂର୍ଣ୍ଣିମା। ଏହି ଦିନ ଭଉଣୀମାନେ ନିଜ ଭାଇମାନଙ୍କ ହାତରେ ସୁରକ୍ଷାର ଡୋରି ବାନ୍ଧିଥାଆନ୍ତି। ଭାଇ.. ଗୋଟିଏ ଶଦ୍ଦ ହିଁ ମନରେ ଆତ୍ମବିଶ୍ବାସ ବୃଦ୍ଧି କରିଥାଏ ଏବଂ ମନରେ ସିଂହର ବଳ ଆସିଥାଏ। ବାପଙ୍କ ପରେ ପରିବାରର ଝିଅର ସୁରକ୍ଷା କବଚ ହେଉଛି ଭାଇ। ଏହି ସୁନ୍ଦର ସମ୍ପର୍କକୁ ଆହୁରି ମଜଭୁତ କରେ ରାକ୍ଷୀ। ଭାଇର ଦୀର୍ଘାୟୁ ଏବଂ ବିଜୟୀ କାମନା କରି ରାକ୍ଷୀ ବାନ୍ଧିଥାଏ ଭଉଣୀ। ଏହାର ପ୍ରତି ବଦଳରେ ଭାଇମାନେ ସୁରକ୍ଷା ପାଇଁ ପ୍ରତିଶୃତି ଦେବା ସହିତ ଉପହାର ଦେଇଥାଆନ୍ତି।

ଆଜିକାଲି ଅନଲାଇନ୍ ପ୍ଲାଟଫର୍ମ ଠାରୁ ଆରମ୍ଭ କରି ଦୋକାନରେ ବିଭିନ୍ନ ପ୍ରକାରର ଡିଜାଇନ୍ ଏବଂ ରଙ୍ଗର ରାକ୍ଷୀ ମିଳୁଛି। ପ୍ରତ୍ୟେକ ଭଉଣୀ ନିଜ ଭାଇକୁ ଏକ ସୁନ୍ଦର ରାଖୀ ବାନ୍ଧିବାକୁ ଚାହାଁନ୍ତି । କିନ୍ତୁ ଆଜି ମଧ୍ୟ ଅନେକ ଜାଣିନାହାନ୍ତି କେଉଁ ରାକ୍ଷୀ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ରୀକ୍ଷୀ କିଣିବା ସମୟରେ ଏହା ସ୍ବାସ୍ଥ୍ୟ ଉପରେ କେଉଁ ପ୍ରକାର ପ୍ରଭାବ ପକାଇବ ତାହା ଜାଣିବା ଉଚିତ। ରାକ୍ଷୀ ହେତୁ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ରହିଥାଏ ତେଣୁ ଏଥିପ୍ରତି ସତର୍କ ରହିବା ଆବଶ୍ୟକ।

ଏହା ମଧ୍ୟ ପଢନ୍ତୁ: Rakhi Envelope: ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀକୁ ଭାରତୀୟ ଡାକ ବିଭାଗର ସ୍ପେଶାଲ ଗିଫ୍ଟ

  • ରାକ୍ଷୀକୁ ଜୋରରେ ବାନ୍ଧନ୍ତୁ ନାହିଁ: ଭାଇ- ଉଭଣୀର ସମ୍ପର୍କ ଅନନ୍ୟ। ତେଣୁ ରାକ୍ଷୀ ବାନ୍ଧିବା ସମୟରେ ଭାଇର ସ୍ବାସ୍ଥ୍ୟ ଉପରେ ନଜର ରଖିବା ଭଉଣୀର କର୍ତ୍ତବ୍ୟ। ରାକ୍ଷୀ ବାନ୍ଧିବା ବେଳେ ଜୋରରେ ବା ଟାଇଟରେ ବାନ୍ଧିବା ଉଚିତ ନୁହେଁ। କାରଣ ଏହା ରକ୍ତ ପ୍ରଭାବ ଉପରେ ଖରାପ ପ୍ରଭାବ ପକାଇପାରେ। ଫଳରେ ହାତରେ ଯନ୍ତ୍ରଣା ହେବା ସହିତ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ।
  • କଣ୍ଟା ଭଳି ମୁନିଆ ଡିଜାଇନ ରାକ୍ଷୀ: ବଜାରରେ ଅନେକ ଡିଜାଇନର ରାକ୍ଷୀ ମିଳୁଛି। କିଛି ରାକ୍ଷୀର ଡିଜାଇନ କଣ୍ଟା ଭଳି ହୋଇଥିବା ବେଳେ ଏହା ହାତରେ ଫୋଡି ହେଲା ଭଳି ଲାଗିଥାଏ। ଫଳରେ ଚର୍ମ ଫୁଲିଯିବା ସହିତ ରକ୍ତସ୍ରାବ ଜନିତ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ରାକ୍ଷୀ କିଣିବା ସମୟରେ ସୂତାରେ ତିଆରି ରାକ୍ଷୀ କିଣିବା ଆବଶ୍ୟକ।
  • ପ୍ଲାଟିକ ରାକ୍ଷୀ କିଣନ୍ତୁ ନାହିଁ: ଭାଇକୁ ସବୁଠାରୁ ସୁନ୍ଦର ରାକ୍ଷୀ ପିନ୍ଧାଇବା ଲକ୍ଷ୍ୟ ରଖି ଭଉଣୀ ପ୍ଲାଷ୍ଟିକରେ ତିଆରି ସୁନ୍ଦର ଡିଜାଇନର ରାକ୍ଷୀ କିଣି ଥାଆନ୍ତି। କିନ୍ତୁ ଏହା ଶରୀର ଉପରେ କୁପ୍ରଭାବ ପକାଇପାରେ ବୋଲି କୁହାଯାଇଛି। କାରଣ ପ୍ଲାଷ୍ଟିକ ଅନେକ ଦୂଷିତ ପଦାର୍ଥରୁ ତିଆରି ହେଉଥିବାକୁ ଏହା ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାରେ ବୋଲି ଜଣାପଡିଛି। ତେଣୁ ସର୍ବଦା ସୂତା ରାକ୍ଷୀ ପିନ୍ଧନ୍ତୁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details