ଓଡିଶା

odisha

By

Published : Apr 6, 2023, 11:46 AM IST

ETV Bharat / sukhibhava

BHU Study: ମାନସିକ ଚାପ ପୁରୁଷଙ୍କ ଶକ୍ତିକୁ ପ୍ରଭାବିତ କରୁଛି

ବନାରସ ହିନ୍ଦୁ ୟୁନିଭରସିଟି(BHU) ପ୍ରାଣୀ ବିଜ୍ଞାନ ବିଭାଗର ଏକ ଅନୁସନ୍ଧାନ ଅନୁସାରେ, ଚାପ ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଛି । ଅଧିକ ପଢନ୍ତୁ

Etv Bharat
Etv Bharat

ଲକ୍ଷ୍ନୌ: ଚାପ ଆମ ସାମୁହିକ ସ୍ବାସ୍ଥ୍ୟକୁ ବିଗାଡିଦିଏ, ଏକଥା ଅଧିକାଂଶ ଲୋକେ ଜାଣିଥିବେ ନିଶ୍ଚୟ । ଚାପ କାରଣରୁ କେବଳ ଆମ ମାନିସକ ନୁହେଁ, ଶାରୀରିକ ସୁସ୍ଥତା ମଧ୍ୟ ବାଧାପ୍ରାପ୍ତ ହୁଏ । ହେଲେ ଏହି ଚାପ ପୁରୁଷଙ୍କ କ୍ଷେତ୍ରରେ ଆଉ ଏକ ମୁଖ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ଅନୁସନ୍ଧାନ ଅନୁସାରେ, ଚାପ ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଛି । ଉତ୍ତରପ୍ରଦେଶ ବନାରସ ହିନ୍ଦୁ ୟୁନିଭରସିଟି(BHU) ପ୍ରାଣୀ ବିଜ୍ଞାନ ବିଭାଗର ଅନୁସନ୍ଧାନକାରୀ ଏହି ତଥ୍ୟ ଜାଣିବାକୁ ପାଇଛନ୍ତି ।

ମୂଷା ଉପରେ କରାଯାଇଥିବା ଅନୁସନ୍ଧାନରୁ ଏହା ଜଣାପଡିଛି ଯେ, ଜୀବନଶୈଳୀ ତଥା ଅନ୍ୟାନ୍ୟ କାରଣରୁ ପୁରୁଷଙ୍କ ଉପରେ ପଡୁଥିବା ମାନସିକ ଚାପ ମଧ୍ୟ ସେକ୍ସୁଆଲ୍ ଲାଇଫ୍‌କୁ ପ୍ରଭାବିତ କରିପାରେ । ସବ୍-କ୍ରୋନିକ୍ ମାନସିକ ଚାପ ପୁରୁଷଙ୍କ ଯୌନ ଶକ୍ତି ଏବଂ ପେନିଲ୍ ଇରେକସନ୍‌(ପୁରୁଷଙ୍କ ଲିଙ୍ଗ)ରେ ବାଧା ସୃଷ୍ଟି କରିଥାଏ । ଅନୁସନ୍ଧାନ ବିଭାଗର ରାଘବ କୁମାର ମିଶ୍ରା ଏବଂ ତାଙ୍କର ପିଏଚଡି ଛାତ୍ର ଅନୁପମ ଯାଦବ ସବ୍-କ୍ରୋନିକ୍ ସାଇକୋଲୋଜିକାଲ୍ ଷ୍ଟ୍ରେସ୍(ମାନସିକ ଚାପ) ଏବଂ ମେଲ୍ ସେକ୍ସୁଆଲ୍ ପୋଟେନ୍ସି(ପୁରୁଷ ଯୌନ ଶକ୍ତି) ଏବଂ ପେନିଲ୍ ଇରେକସନ୍ ଉପରେ ଏହାର ପ୍ରଭାବ ବାବଦରେ ଜାଣିବା ପାଇଁ ଅନୁସନ୍ଧାନ କରିଥିଲେ । ଏହି ଅନୁସନ୍ଧାନର ଫଳାଫଳ ବିଶ୍ବର ଖ୍ୟାତିସମ୍ପନ୍ନ ପତ୍ରିକା 'ନ୍ୟୁରୋଏଣ୍ଡୋକ୍ରାୟୋନୋଲୋଜି'(Neuroendocrinology)ରେ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ:-Sleep and Fertility: ନିଦ୍ରାହୀନତା କରିପାରେ ପିତା-ମାତା ହେବାରୁ ବଞ୍ଚିତ !

ମିଶ୍ରା କହିଛନ୍ତି, "ପୁରୁଷ ଯୌନ ଶକ୍ତି ଏକ ଜଟିଳ ନ୍ୟୁରୋଏଣ୍ଡୋକ୍ରାଇନ୍ ପ୍ରକ୍ରିୟା ଏବଂ ପୁରୁଷତ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ତଥାପି 50 ପ୍ରତିଶତ ଅନେକ ଅଜଣା କାରଣ ରହିଛି, ଯାହା ପୁରୁଷଙ୍କ ଯୌନ ଶକ୍ତିକୁ ହ୍ରାସ କରିପାରେ । ବିଭିନ୍ନ ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡିଛି ଯେ, ନିକଟ ଅତୀତରେ ପରିବର୍ତ୍ତିତ ଜୀବନଶୈଳୀ, ମାନସିକ ଚାପ, ପୁଷ୍ଟିକର ଖାଦ୍ୟ, ମେଟାବୋଲିକ୍ ବ୍ୟାଧି ଏହି ସମସ୍ୟା ସୃଷ୍ଟି କରିପାରେ ।" ମାନସିକ ଚାପ ଏବଂ ଯୌନ ଶକ୍ତି ହ୍ରାସ ମଧ୍ୟରେ ଥିବା ସମ୍ପର୍କ ଉପରେ ବର୍ଷ ବର୍ଷ ଧରି ବିତର୍କ ହୋଇଆସୁଛି । ଏହାସହ ବିଶ୍ବବ୍ୟାପୀ ଅନେକ ଅଧ୍ୟୟନ କରାଯାଉଛି ବୋଲି ମିଶ୍ରା କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ମୂଷାମାନଙ୍କ ଉପରେ କରାଯାଇଥିବା ଏହି ଅଧ୍ୟୟନରୁ ଜଣାପଡିଛି ଯେ, ମାନସିକ ଚାପର ଶିକାର ହୋଇଥିବା ବୟସ୍କ ମୂଷାମାନଙ୍କର ଏପରି ଲକ୍ଷଣ ଦେଖାଯାଇଥିଲା । ପୁରୁଷ ମୂଷାଙ୍କର ମାନସିକ ଚାପ ଯୌନ ଶକ୍ତି ଏବଂ ଇରେକ୍ଟାଇଲ୍ ଡିସଫଙ୍କସନ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ ବୋଲି ଅଧ୍ୟୟନରୁ ଜଣାଗଲା । ଅନୁସନ୍ଧାନକାରୀ ଟିମ୍ ଏହି ଅନୁସନ୍ଧାନ ପାଇଁ 30 ଦିନ ପର୍ଯ୍ୟନ୍ତ ପ୍ରତିଦିନ 1.5 ରୁ 3 ଘଣ୍ଟା ପର୍ଯ୍ୟନ୍ତ ସବ୍-କ୍ରୋନିକ୍ ସାଇକୋଲୋଜିକାଲ୍ ଷ୍ଟ୍ରେସ୍‌ର ପ୍ରଭାବ ଉପରେ ନଜର ରଖିଥିଲେ ।

ତାଙ୍କ କହିବାନୁସାରେ, ଯେତେବେଳେ ଷ୍ଟ୍ରେସ୍ ହରମୋନ୍(କର୍ଟିକୋଷ୍ଟେରନ୍) ସ୍ତର ବଢିଥାଏ, ସେତେବେଳେ ମାନସିକ ଚାପ ଗୋନାଡୋଟ୍ରୋପିନ୍‌ର ରକ୍ତ ସଞ୍ଚାଳନ ସ୍ତରକୁ ହ୍ରାସ କରିଥାଏ । ଏହା ପୁରୁଷ ହରମୋନ୍ (ଟେଷ୍ଟୋଷ୍ଟେରନ୍) ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଏହି ଅଧ୍ୟୟନ ମାନସିକ ଚାପ ଏବଂ ପୁରୁଷ ଯୌନ ଶକ୍ତି ଉପରେ ବିଶ୍ଳେଷଣର ନୂତନ କ୍ଷେତ୍ର ପାଇଁ ବାଟ ଖୋଲିପାରେ ବୋଲି ଅନୁସନ୍ଧାନକାରୀ ରାଘବ ମିଶ୍ରା କହିଛନ୍ତି ।

ABOUT THE AUTHOR

...view details