ହାଇଦ୍ରାବାଦ: ଗର୍ଭଧାରଣର ନଅ ମାସ ମହିଳାମାନଙ୍କ ପାଇଁ ଜଟିଳତା ଏବଂ ସମସ୍ୟାରେ ପରିପୂର୍ଣ୍ଣ ଥାଏ । ଆଜି ମଧ୍ୟ ଭାରତରେ ଗର୍ଭଧାରଣ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ସଚେତନତାର ଅଭାବ ରହିଛି । ଏହି ଅବଧି ସମୟରେ ମହିଳାମାନଙ୍କଠାରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ମଧ୍ୟରୁ ପ୍ରିକ୍ଲାମ୍ପସିଆ (Preeclampsia) ଅନ୍ୟତମ । ଏହା ଏକ ଅତ୍ୟଧିକ ସମ୍ବେଦନଶୀଳ ବ୍ୟାଧି । ଉଚ୍ଚ ରକ୍ତଚାପ ଏହି ରୋଗର ମୁଖ୍ୟ ଲକ୍ଷଣ ମଧ୍ୟରୁ ଗୋଟିଏ । ତଥ୍ୟ ଅନୁସାରେ ଆମ ଦେଶରେ ପ୍ରାୟ 8 ରୁ 10 ପ୍ରତିଶତ ଗର୍ଭବତୀ ମହିଳା ଏହି ରୋଗରେ ପୀଡିତ ହୁଅନ୍ତି । ତେବେ ଏହା କାହିଁକି ହୁଏ, ଗର୍ଭାବସ୍ଥାରେ ଏହି ରୋଗ ବିରୁଦ୍ଧରେ କିପରି ଯତ୍ନ ନେବେ, ଜାଣନ୍ତୁ...
ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ଭଲ ନୁହେଁ:-
ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ମହିଳାଙ୍କ ପାଇଁ ଗୁରୁତର କ୍ଷତି ଘଟାଇପାରେ । ଯଦିଓ ଜଣେ ମହିଳାଙ୍କର ଉଚ୍ଚ ରକ୍ତଚାପ ଥାଏ ଏବଂ ସେ ଗର୍ଭଧାରଣ କରୁଛନ୍ତି, ତେବେ ଏହି ଅବଧି ତାଙ୍କ ପାଇଁ କଷ୍ଟକର ହୋଇପଡେ । ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ରହିବା ଦ୍ବାରା ପ୍ରିକ୍ଲାମ୍ପସିଆ ଏବଂ ଏକ୍ଲାମ୍ପସିଆ ଭଳି ରୋଗ ହୋଇପାରେ । ଏହା ଉଭୟ ମାଆ ଏବଂ ଶିଶୁର ଜୀବନକୁ ବିପଦରେ ପକାଇପାରେ । ଗର୍ଭଧାରଣର 20 ସପ୍ତାହ ଅତ୍ୟନ୍ତ ସମ୍ବେଦନଶୀଳ । ଏପରି ପରିସ୍ଥିତିରେ, ପ୍ରିକ୍ଲାମ୍ପସିଆର ସମସ୍ୟା କୌଣସି ଲକ୍ଷଣ ବିନା ବିକଶିତ ହୋଇପାରେ । ଏଥିପାଇଁ ମୁଖ୍ୟତଃ ଉଚ୍ଚ ରକ୍ତଚାପ ଉପରେ ଧ୍ୟାନ ଦେବା ଉଚିତି୍, ଯେପରି ରକ୍ତଚାପ ବଢିନଯାଏ । ଯଦି ଗର୍ଭଧାରଣ ସମୟରେ ପ୍ରବଳ ମୁଣ୍ଡବିନ୍ଧା, ଦେଖିବାରେ ସମସ୍ୟା, ବାନ୍ତି ଆସିବା ଭଳି ଲାଗିବା, ବାନ୍ତି ହେବା, ଲିଭର୍(ଯକୃତ) କିମ୍ବା କିଡନୀ(ବୃକକ) ସମସ୍ୟା ଥାଏ, ତେବେ ଡାକ୍ତରଙ୍କୁ ଜଣାନ୍ତୁ ।
ପ୍ରିକ୍ଲାମ୍ପସିଆ କାରଣରୁ ପ୍ରଭାବିତ ହୁଏ ଧମନୀ:-
ଏହି ବ୍ୟାଧି ଗର୍ଭବତୀ ମହିଳାଙ୍କ ପାଇଁ ଅଧିକ ଜଟିଳତା ସୃଷ୍ଟି କରିପାରେ । ଏହା ଧମନୀକୁ ପ୍ରଭାବିତ କରିଥାଏ, ଯାହା ପ୍ଲେସେଣ୍ଟାକୁ ରକ୍ତ ଯୋଗାଇଥାଏ । ଏହା ଗର୍ଭସ୍ଥ ଶିଶୁର ବିକାଶକୁ ମଧ୍ୟ କରିପାରେ । ତା' ସହିତ ଶିଶୁର ଆଗୁଆ ଜନ୍ମ ବା 9 ମାସ ପୂର୍ବରୁ ଜନ୍ମ ହେବାର ସମ୍ଭାବନାକୁ ବଢାଇଥାଏ । ଅନ୍ୟାନ୍ୟ ଗମ୍ଭୀର ବ୍ୟାଧି 'HELLP ସିଣ୍ଡ୍ରୋମ' ସୃଷ୍ଟି କରିପାରେ । ଅଙ୍ଗର କ୍ଷତି କିମ୍ବା ଷ୍ଟ୍ରୋକ୍ ସହିତ ହୃଦରୋଗର ଆଶଙ୍କା ମଧ୍ୟ ବଢିଯାଏ । (ତେବେ HELLP ସିଣ୍ଡ୍ରୋମ ହେଉଛି, ଗର୍ଭଧାରଣର ଏକ ଜଟିଳତା । ଏହା ଏକ ରକ୍ତ ସମ୍ବନ୍ଧୀୟ ରୋଗ । ଏହା କେତେକ ମହିଳାଙ୍କ ରକ୍ତ କୋଷରେ ବ୍ୟାଘାତ ସୃଷ୍ଟି କରେ, ଯଦ୍ବାରା ଲୌହିl ରକ୍ତ କଣିକା, ପ୍ଲେଟ୍ଲେଟ୍ ଇତ୍ୟାଦି ନଷ୍ଟ ହେବାକୁ ଲାଗେ ।)