ହାଇଦ୍ରାବାଦ:ଦେଶରେ କୋରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ 6 ହଜାର ପାର କଲାଣି । ମହାମାରୀରୁ ରକ୍ଷା ପାଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଉଛନ୍ତି । କୋଭିଡ୍ର ତୃତୀୟ ଲହରରେ ସଂକ୍ରମିତ ହୋଇଥିବା ଅଧିକାଂଶ ଲୋକେ ପୋଷ୍ଟ କୋଭିଡ ସିଣ୍ଡ୍ରୋମରେ ପୀଡିତ ଅଛନ୍ତି । ପୋଷ୍ଟ କୋଭିଡ ସିଣ୍ଡ୍ରୋମ ମଧ୍ୟ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକମାନେ ପୁନର୍ବାର କରୋନା ହେବାର ଆଶଙ୍କା ରହିଛି । ତେଣୁ ବିଶେଷ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, କୋଭିଡ ରୋଗୀମାନେ ପ୍ରାୟ 2ରୁ 4 ସପ୍ତାହ ମଧ୍ୟରେ ସୁସ୍ଥ ହୋଇଯାଆନ୍ତି । ତଥାପି, କେତେକ ରୋଗୀଙ୍କ ମଧ୍ୟରେ କୋଭିଡର ଲକ୍ଷଣ ଚାରି ସପ୍ତାହରୁ ଅଧିକ ସମୟ ଧରି ରହିଥାଏ । ଏପରି ଅବସ୍ଥାକୁ ଏକ୍ୟୁଟ୍ ପୋଷ୍ଟ କୋଭିଡ ସିଣ୍ଡ୍ରୋମ ଭାବରେ ଜଣାଶୁଣା । ଏହି ସମସ୍ୟା ମୁଖ୍ୟତଃ ପୂର୍ବରୁ ଅନ୍ୟାନ୍ୟ ରୋଗ, ଯେପରିକି ମଧୁମେହ, ଉଚ୍ଚ ରକ୍ତଚାପ କର୍କଟ ଭଳି ରୋଗରେ ପୀଡିତ ରୋଗୀଙ୍କ କ୍ଷେତ୍ରରେ ଦେଖାଯାଏ । କାରଣ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥିବାରୁ ସହଜରେ କୋଭିଡ ଭୂତାଣୁ ସଂକ୍ରମିତ କରିଥାଏ ଏବଂ ଉପଶମ ହେବାରେ ବିଳମ୍ବ ହୁଏ ।
ଡାକ୍ତରଙ୍କ କହିବା ଅନୁସାରେ ପ୍ରାପ୍ର ବୟସ୍କ ବ୍ୟକ୍ତିଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଉଛି । ଏହିପରି ଲୋକଙ୍କଠାରେ କୋଭିଡ୍ର ପୁନଃସଂକ୍ରମଣ ଆଶଙ୍କା ମଧ୍ୟ ଅଧିକ । ଏଥିପାଇଁ ବୟସ୍କ ବ୍ୟକ୍ତିଙ୍କର ଅଧିକ ଯତ୍ନ ନେବା ଆବଶ୍ୟକ । କିପରି ଯତ୍ନ ନେବେ, ସେନେଇ ନିମ୍ନରେ ବର୍ଣ୍ଣନା କରାଯାଇଛି