ହାଇଦ୍ରାବାଦ:ଆଜିକା ସମୟରେ ସମସ୍ତେ ଫିଟ୍ ରହିବା ପାଇଁ ଚାହିଁଥାଆନ୍ତି । ସୁସ୍ଥ ରହିବା ପାଇଁ ଅନେକ ଉପାୟ ଆପଣାଇ ଥାଆନ୍ତି। କିଛି ବ୍ୟକ୍ତି ଖାଦ୍ୟ ବା ଡାଏଟ ଉପରେ ବିଶେଷ ଗୁରୁତ୍ବ ଦେଉଥିବା ବେଳେ ଆଉ କିଛି ଜଣ ଯୋହ ଏବଂ ବ୍ୟାୟାମ ଉପରେ ବିଶେଷ ଧ୍ୟାନ ଦେଇଥାଆନ୍ତି । ଲୋକମାନେ ନିଜ ପସନ୍ଦ ଏବଂ ସୁବିଧା ଅନୁଯାୟୀ ବ୍ୟାୟାମ କରିବାକୁ ପସନ୍ଦ କରନ୍ତି । ତେବେ ବର୍ତ୍ତମାନର ଟ୍ରେଣ୍ଡ୍ରେ ରହିଛି ପାଣିରେ ବ୍ୟାୟାମ (Water Exercises)। ଖୁବ କମ ସମୟରେ ଅଧିକ ଓଜନ ହ୍ରାସ ହେଉଥିବାରୁ ଏହାକୁ ଆପଣାଉଛନ୍ତି ଯୁବପିଢ଼ି । ଜଳ ବ୍ୟାୟାମର ଅନେକ ସ୍ୱାସ୍ଥ୍ୟ ଉପକାର ରହିଛି । ଏହାଦ୍ବାରା କ୍ୟାଲୋରୀ ହ୍ରାସ ପାଇବା, ଚାପ କମିବା ସହିତ ହୃଦୟ ମଧ୍ୟ ସୁସ୍ଥ ରହିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଥାଆନ୍ତି । ଜଳ ବା ପାଣିରେ ବ୍ୟାୟାମ ଦ୍ବାରା ହାଡ଼ ଏବଂ ଗଣ୍ଠି ଉପରେ ରହିଥିବା ଚାପକୁ ମଧ୍ୟ ହ୍ରାସ କରାଯାଇ ପାରିବ । ଯାହା ଓଜନ ହ୍ରାସ କରିବାରେ ବେସ ସହାୟକ ହୋଇଥାଏ ।
- ପୁସ୍-ଅପ୍(Push-up): ସାଧାରଣତଃ ଝିଅମାନଙ୍କ ଅପେକ୍ଷା ପୁଅମାନେ ପୁସ୍ଅପ୍ ଅଧିକ କରିଥାଆନ୍ତି । ଶରୀରର ଗଠନ ବା ବଡି ତିଆରି କରିବାରେ ପୁସ୍-ଅପ୍ ଅଧିକ ସାହାଯ୍ୟ କରିଥାଏ । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମନରେ ସ୍ଥଳ ଅପେକ୍ଷା ଜଳରେ ପୁସ-ଅପ କରିବା ବା ଦଣ୍ଡ ମାରିବା ଦ୍ବାରା ଅଧିକ କ୍ୟାଲୋରୀ ବର୍ଣ୍ଣ ହୋଇପାରିବ । ଏହି ବ୍ୟାୟାମ କରିବା ପାଇଁ ପ୍ରଥମେ ହାତକୁ ପୁଷ୍କରିଣୀର ଅଗ୍ର ଭାଗରେ ରଖନ୍ତୁ । ଏହାପରେ ସମଗ୍ର ଶରୀରର ଓଜନକୁ ଶରୀରର ଉପରୀ ଭାଗରେ ପ୍ରଯୋଗ କରିବା ପାଇଁ ଚେଷ୍ଚା କରନ୍ତୁ । ଏହାପରେ ପାଦକୁ ଉଠାଇବାକୁ ଚେଷ୍ଟା କରି ପାଦ, ବାହୁ ଏବଂ ହାତକୁ ପାଣିରୁ ବାହାର କରି ଉପରକୁ ଉଠିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ବାରା ସହଜରେ ଏବଂ ଖୁବଶୀଘ୍ର ଓଜନ ହ୍ରାସ ହୋଇପାରିବ ।
- ପାଣିରେ ଚାଲିବା ବା ଦୌଡିବା, ପହଁରିବା: ରାସ୍ତାରେ ନିୟମିତ ଚାଲିବା ଅପେକ୍ଷା ପାଣିରେ ପହଁରିବା ଦ୍ବାରା ଶୀଘ୍ର ଓଜନ ହ୍ରାସ ହୋଇଥାଏ । କାରଣ ପାଣିରେ ପହଁରିବା ଦ୍ବାରା ଆଣ୍ଠୁ, ହାତ ଏବଂ ଗୋଡ ଉପରେ ଅଧିକ ପ୍ରଭାବ ପଡ଼ିଥାଏ।
- ପ୍ରେସ୍ ଦ ଶୋ': ଏହି ବ୍ୟାୟାମ କରିବା ପାଇଁ ସ୍କ୍ବାଟ୍(ଏକ ପ୍ରକାର ବ୍ୟାୟାମ) ସ୍ଥିତିରେ ଶରୀରକୁ ବିପରୀତ କିକ୍ ବୋର୍ଡକୁ ଧରିବାକୁ ହେବ, ଯାହାଦ୍ୱାରା ଆପଣଙ୍କ ଛାତି ସୁଇମିଂ ପୁଲ୍ରେ ବୁଡ଼ି ରହିବ । ନିଜ ବାହୁକୁ କିକ୍ ବୋର୍ଡ୍ ଆଡ଼କୁ ପାଣିର ବିପରୀତ ଦିଗକୁ ବଢ଼ାନ୍ତୁ । ଏହି ବ୍ୟାୟାମ ସାହାଯ୍ୟରେ ଆପଣଙ୍କ କାନ୍ଧ ଓ ପିଠି ଯନ୍ତ୍ରଣା କମ୍ ହେବାରେ ସହାୟକ ହେବ ।