ହାଇଦ୍ରାବାଦ: ପିସ୍ତା ଏପରି ଏକ ଡ୍ରାଏ ଫ୍ରୁଟ୍ସ, ଯେଉଁଥିରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି । ପିସ୍ତା ସମସ୍ତ 9 ଆମିନୋ ଏସିଡ୍ ସହ ପ୍ରୋଟିନ୍ର ଏକ ଉତ୍ତମ ଉତ୍ସ । ଏହା ବାର୍ଦ୍ଧକ୍ୟ, ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟରେ ସାହାଯ୍ୟ କରେ, ଉତ୍ତମ ଚର୍ମ ଏବଂ କେଶ ପାଇଁ ମଧ୍ୟ ପିସ୍ତା ଲାଭପ୍ରଦ । ପିସ୍ତା ଫିଟ୍ନେସ୍ ବଜାୟ ରଖିବାରେ ମଧ୍ୟ ସହାୟକ ହୋଇପାରେ ।
2020ରେ କରାଯାଇଥିବା ଏକ ଅନୁସନ୍ଧାନ ଅନୁସାରେ, କାଲିଫର୍ନିଆରେ ଉତ୍ପାଦ ହେଉଥିବା ପିସ୍ତାରେ ପ୍ରୋଟିନ ଭରପୂର ପରିମାଣରେ ମିଳିଥାଏ । ପିସ୍ତାରୁ କ୍ୟାଲସିୟମ, ମାଙ୍ଗାନିଜ, ଆମିନୋ ଏସିଡ୍ ପୋଷକ ତତ୍ତ୍ୱ ମିଳିଥାଏ । ଏହାକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ । ତେବେ ପିସ୍ତାରେ କେଉଁ କେଉଁ ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି, ଜାଣନ୍ତୁ
ଓଜନ ହ୍ରାସ କରିବାରେ ପିସ୍ତା ଉପଯୋଗୀ
ପିସ୍ତା ଭିଟାମିନ୍ ଏବଂ ମିନେରାଲ୍ସ, ମୋନୋଅନ୍ସାଚ୍ୟୁରେଟେଡ୍ ଏବଂ ପଲିଅନ୍ସାଚ୍ୟୁରେଟେଡ୍ ଫ୍ୟାଟି ଏସିଡ୍, ପ୍ରୋଟିନ୍ ଏବଂ ଫାଇବରର ଉତ୍ସ, ଯାହା ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରେ । ଅନୁସନ୍ଧାନକାରୀମାନେ ନିକଟରେ ଜାଣିବାକୁ ପାଇଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ପିସ୍ତାରୁ 20% କ୍ୟାଲୋରୀ ଗ୍ରହଣ କରନ୍ତି, ତେବେ ତାଙ୍କର ଓଜନ ବୃଦ୍ଧି ହେବ ନାହିଁ, ଏହା ରକ୍ତଚାପରେ ଉନ୍ନତି ଆଣିପାରେ । ଆହୁରି ମଧ୍ୟ, ଓଜନ ହ୍ରାସ କରୁଥିବା ଲୋକମାନେ ପିସ୍ତା ଖାଇବା ଦ୍ୱାରା ଉପକୃତ ହୋଇପାରିବେ ।