ଶୀତଦିନେ ମଧୁମେହରେ ପୀଡିତ ଲୋକେ ଅସଲ ଆହ୍ୱାନର ସମ୍ମୁଖୀନ ହୁଅନ୍ତି । ଥଣ୍ଡା ପାଗ ସହ କମ୍ ଶାରୀରିକ କାର୍ଯ୍ୟକଳାପ ଶରୀର ଉପରେ ଚାପ ପକାଇଥାଏ । ଫଳରେ ଫାଇଟ୍ ଅର୍ ଫ୍ଲାଇଟ୍ ବା ଲଢ ବା ଗଡ ମୋଡ୍କୁ ଚାଲିଯାଏ ଆମ ଶରୀର । ଏହା ଦ୍ୱାରା ପ୍ରାକୃତିକ ସର୍ଭାଇଭାଲ ହରମୋନ୍ସ ଯେପରିକି ଆଡ୍ରେନାଲିମ ଓ କୋରିଷ୍ଟଲ ନିର୍ଗମନ ହୋଇଥାଏ । ପରିଣାମ ସ୍ୱରୂପ ଯକୃତରୁ ଅଧିକ ପରିମାଣର ଗ୍ଲୁକୋଜ ରିଲିଜ ହୋଇ ବ୍ଲଡ ସୁଗାର ସ୍ତର ବୃଦ୍ଧି କରିଥାଏ ।
ଜିନ୍ଦଲ ନେଚର କ୍ୟୁର ଇନଷ୍ଟିଚ୍ୟୁଟର ଡେପୁଟି ଚିଫ୍ ମେଡିକାଲ ଅଫିସର ଡକ୍ଟର ଏଚ.ପି ଭାରତୀ କହନ୍ତି ଯେ, ବର୍ତମାନ ଭାରତରେ ୫୦ ମିଲିଅନରୁ ଅଧିକ ମଧୁମେହ ରୋଗୀ ଅଛନ୍ତି । ୨୦୨୫ ସୁଦ୍ଧା ଏହି ସଂଖ୍ୟା ୬ କୋଟିରୁ ଅଧିକ ହେବା ସମ୍ଭାବନା ରହିଛି । ତେଣୁ ଦେଶ ପାଇଁ ଏହା ଏକ ବଡ ଆହ୍ୱାନ ସୃଷ୍ଟି କରିଛି । ତେବେ ନେଚରପାଥିକ ଆଭିମୁଖ୍ୟ ସହ ନିର୍ଦ୍ଦିଷ୍ଟ ବ୍ୟବହାରଗତ ପରିବର୍ତନ ଦ୍ୱାରା ଶୀତଦିନେ ମଧୁମେହର ପ୍ରଭାବଶାଳୀ ପରିଚାଳନା ହୋଇପାରିବ ବୋଲି ସେ କହନ୍ତି । ଡକ୍ଟର ଭାରତୀ ୧୦ଟି ନେଚରପାଥି ଓ ଯୋଗ ଟିପ୍ସ ସଂପର୍କରେ ସୂଚନା ଦେଇଛନ୍ତି, ଯାହା କି ଶୀତଦିନେ ମଧୁମେହ ରୋଗୀଙ୍କ କାମରେ ଲାଗିପାରିବ । ଆହାର ଯେଉଁ ଋତୁ ହେଉନା କାହିଁକି, ଏକ ସନ୍ତୁଳିତ ଆହାର ମଧୁମେହକୁ ନିୟନ୍ତ୍ରଣରେ ରଖିପାରିବ । ପ୍ରଚୁର ପନିପରିବା, ଫଳ, ହୋଲ୍ ଗ୍ରେନସ, ଡାଲି, ବିନ୍ସ ଏବଂ ଓଟମିଲ୍ସ । ମିଠା ଓ ଫ୍ୟାଟି ଫୁଡ୍ଠାରୁ ଦୂରେଇ ରହିବା ଉଚିତ । ଡ୍ରାଏ ଫ୍ରୁଟ୍ ଖାଇବାରେ ବି ମଧୁମେହ ରୋଗୀମାନେ ସଂଯମ ରଖିବା ଦରକାର । କାରଣ ଡ୍ରାଏ ଫ୍ରୁଟ୍ ସୁଗାର ଲେବଲ ବଢାଏ ।
ପର୍ଯ୍ୟାପ୍ତ ଜଳଯୋଜନ
ଶରୀରକୁ ସବୁ ସମୟରେ ହାଇଡ୍ରେଟେଡ୍ ରଖିବା ଅତ୍ୟାବଶ୍ୟକ ହୋଇଥାଏ । ପରିସ୍ରା ଜରିଆରେ ଅଧିକ ଗ୍ଲୁକୋଜ ରିଲିଜ୍ ଯେପରି ହେବ, ସେଥିପାଇଁ ଶରୀରକୁ ଜଳମୟ କରିବା ଜରୁରୀ । ପାଣି ହିଁ ପ୍ରାଥମିକ ପାନୀୟ ହେବା ଦରକାର । କାରଣ ଅନ୍ୟ ପାନୀୟରେ ସୁଗାର ଥାଏ ।
ଯୋଗ
ପ୍ରାଚୀନକାଳରୁ ରହିଆସିଥିବା ଯୋଗ ଅଭ୍ୟାସ ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ । ମଧୁୁମେହ ରୋଗୀ ବି ଯୋଗ ଦ୍ୱାରା ଉପକୃତ ହୋଇପାରିବେ । ଯୋଗ ମଧୁମେହକୁୁ ନିୟନ୍ତ୍ରଣରେ ରଖେ । କିଛି ନିର୍ଦ୍ଦିଷ୍ଟ ପ୍ରକାର ଯୋଗାସନ ଦ୍ୱାରା ଇନସୁଲିନ କ୍ଷରଣ ହୋଇଥାଏ । ଫଳରେ ବ୍ଲଡ ଗ୍ଲୁକୋଜ ସ୍ତର ନିୟନ୍ତ୍ରଣରେ ରହେ ।
ବିକଳ୍ପ ଚିକିତ୍ସା
ଆକ୍ୱାପଙ୍କଚର, ଫିଜିଓଥେରାପି, ହାଇଡ୍ରୋଥେରାପି ଆଦି ଶରୀରର ସନ୍ତୁଳନକୁ ବିଭିନ୍ନ ଭାବେ ରକ୍ଷା କରିବାରେ ସହାୟକ ହୁଏ । ଆକ୍ୱାପଙ୍କଚର ପଦ୍ଧତିରେ ଓଜନ ହ୍ରାସ ହେବା ସହ ବ୍ଲଡ୍ ସୁଗାର ସ୍ତର ନିୟନ୍ତ୍ରଣ କରେ । ଇନସୁଲିନ ରେସିଟାନ୍ସ ହ୍ରାସ ହୁଏ । ଫିଜିଅଥେରାପି ଓ ହାଇଡ୍ରୋଥେରାପି ନ୍ୟୁରୋଲୋଜିକାଲ କ୍ରିୟାକୁ ଦୃୃଢ କରିଥାଏ , ଯାହା ଫଳରେ ଓଜନ ହ୍ରାସ ହେବା ସହ ରକ୍ତ ଚାପ ହ୍ରାସ କରେ ।