ଓଡିଶା

odisha

By

Published : Mar 8, 2023, 12:48 PM IST

ETV Bharat / sukhibhava

Women's Day Special: ମହିଳାମାନଙ୍କର PCOS ସମସ୍ୟା କଣ ? ଜାଣନ୍ତୁ

ମହିଳାମାନଙ୍କର PCOS ସମସ୍ୟା ଏକ ରୋଗ ନହେଲେ ମଧ୍ୟ ଏହା କୌଣସି ରୋଗଠାରୁ କମ୍ ନୁହେଁ । ତେବେ PCOS କଣ, କାହିଁକି ଏହା ହୋଇଥାଏ ଏବଂ ଏହାର ପ୍ରଭାବ କଣ ରହିଛି, ଜାଣନ୍ତୁ...

an woman feeling stomach problem
an woman feeling stomach problem

ହାଇଦ୍ରାବାଦ:ମହିଳାମାନେ ଅଧିକ ଆବେଗପୂର୍ଣ୍ଣ ହୋଇଥାନ୍ତି, ତା' ସାଙ୍ଗକୁ ସେମାନେ ଖୁବ୍ ସମ୍ବେଦନଶୀଳ ମଧ୍ୟ । କେତେକ ରୋଗ ମହିଳାମାନଙ୍କ ଶାରୀରିକ ରୂପ ଏବଂ ହରମୋନ୍ କାରଣରୁ ମଧ୍ୟ ଦେଖାଯାଏ । ଆଜି ଆମେ ଏପରି ଏକ ରୋଗ ବିଷୟରେ କହିବୁ ଯାହା ପ୍ରକୃତରେ ଏକ ରୋଗ ନୁହେଁ, କିନ୍ତୁ ଏହା କୌଣସି ରୋଗଠାରୁ କମ୍ ନୁହେଁ । ଏହି ରୋଗର ନାମ ହେଉଛି PCOS । PCOS କ'ଣ କହିବା ପୂର୍ବରୁ ପ୍ରଥମେ କହି ରଖୁଛୁ ଯେ, ଏହି ରୋଗ ହରମୋନାଲ ଅସନ୍ତୁଳନ ସହିତ ସମ୍ପୁର୍ଣ୍ଣ ଭାବରେ ଜଡିତ । ଯଦି ଏହାର ଠିକ ସମୟରେ ଚିକିତ୍ସା କରାନଯାଏ, ତେବେ ଏହା ଗୁରୁତର ସମସ୍ୟା ସୃଷ୍ଟି କରିପାରେ ।

PCOS କ'ଣ ?:PCOSକୁ ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ କୁହାଯାଏ । ଏହା କୌଣସି ପ୍ରକାର ରୋଗ ନୁହେଁ ବୋଲି ଡାକ୍ତରମାନେ କହନ୍ତି, ଏହା ମହିଳାମାନଙ୍କ ମଧ୍ୟରେ ହରମୋନ୍ ଅସନ୍ତୁଳନର ଏକ ଅବସ୍ଥା । ଏଥିରେ ମହିଳାଙ୍କ ଶରୀରରେ ଉପସ୍ଥିତ ଥିବା ଆଣ୍ଡ୍ରୋଜେନ୍‌ର ହରମୋନ୍ ଅସନ୍ତୁଳନ କାରଣରୁ ହୁଏ ।

ଏହା ମଧ୍ୟ ପଢନ୍ତୁ:-Women's Day Special: ଏହି 5 ପ୍ରକାର କର୍କଟ ମହିଳାଙ୍କୁ କରେ ଆକ୍ରାନ୍ତ

ଏହାର ଲକ୍ଷଣ ବିଷୟରେ କହିବାକୁ ଗଲେ ଏହା ମହିଳାମାନଙ୍କଠାରେ ମେଦବହୁଳତା, ପିରିୟଡ୍ସ ବନ୍ଦ ହୋଇଯିବା, ଅନେକ ସ୍ଥାନରେ କେଶ ବୃଦ୍ଧି, ବନ୍ଧ୍ୟାତ୍ୱ, ଏହା ବ୍ୟତୀତ ମହିଳାମାନେ ପ୍ରାୟତଃ ପେଟ ଫୁଲିବା ଲକ୍ଷଣ ପ୍ରକାଶ କରନ୍ତି । ତଥାପି, ଏହି ଲକ୍ଷଣଗୁଡ଼ିକ ମଧ୍ୟରୁ ଅନେକ ଅନ୍ୟ ରୋଗ ସହିତ ମଧ୍ୟ ଜଡିତ ହୋଇପାରେ । ଏହି ହରମୋନାଲ ଅସନ୍ତୁଳନ କାରଣରୁ ଗର୍ଭଧାରଣରେ ସମସ୍ୟା ସୃଷ୍ଟି ହୋଇପାରେ ।

ଏହା ମଧ୍ୟ ପଢନ୍ତୁ:-No Smoking Day: ଜୀବନକୁ ଭଲପାଆନ୍ତୁ, ନିକୋଟିନ ନିଶାରୁ ଦୂରେଇ ରୁହନ୍ତୁ

ଚିକିତ୍ସା:ଯେହେତୁ PCOS ଏକ ରୋଗ ନୁହେଁ, ଏହାର କୌଣସି ଉପଶମ ମଧ୍ୟ ନାହିଁ । ଲକ୍ଷଣ ଆଧାରରେ ମହିଳାମାନେ ଏହାର ଚିକିତ୍ସା କରନ୍ତି । ପେଟ ଫୁଲିବା ସମସ୍ୟାରୁ ରକ୍ଷା ପାଇବା ପାଇଁ ସୁସ୍ଥ ଖାଦ୍ୟ ଗ୍ରହଣ କରାଯିବା ଉଚିତ୍ । ଏହା ଆରାମ ଦେଇପାରେ । ଏଥି ସହିତ ଡାକ୍ତରମାନେ ମହିଳାମାନଙ୍କୁ ହରମୋନ୍ ସନ୍ତୁଳନ ପାଇଁ କିଛି ଔଷଧ ଦିଅନ୍ତି । ଏହାର ନିୟମିତ ଚିକିତ୍ସା ଚାଲିଥାଏ । ନିୟମିତ ଯୋଗ ଏବଂ ବ୍ୟାୟାମ ମଧ୍ୟ ଅନେକ ଆରାମ ଦେଇପାରେ । ମେଦବହୁଳତା କାରଣରୁ ଏହି ସମସ୍ୟା ଗମ୍ଭୀର ହୋଇଥାଏ । ଯଦି ମହିଳାମାନେ ମେଦବହୁଳତା ହ୍ରାସ କରନ୍ତି, ତେବେ ଏହାକୁ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇପାରିବ ।

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ABOUT THE AUTHOR

...view details