ମୁମ୍ବାଇ: ଅସ୍ଥିଜନିତ ସମସ୍ୟାକୁ ଅଣଦେଖା କରୁଛନ୍ତି ଭାରତୀୟ ମହିଳା । ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଏପରି ତଥ୍ୟ ସାମ୍ନାକୁ ଆସିଛି । 75% ଭାରତୀୟ ମହିଳା ଅସ୍ଥି ସ୍ବାସ୍ଥ୍ୟର ଯତ୍ନ ନ ନେବା ସହ ଏଥିପାଇଁ ଉପଯୁକ୍ତ ଖାଦ୍ୟ ମଧ୍ୟ ଗ୍ରହଣ କରନ୍ତି ନାହିଁ(75% women ignorant of bone issues, dietary supplements) ।
ଏକ ମେଡିକାଲ କ୍ୟାମ୍ପରେ 4000 ରୁ ଅଧିକ ମହିଳାଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ସେମାନଙ୍କ ମଧ୍ୟରୁ 75%, ହାଡ ସମସ୍ୟା ବିଷୟରେ ଅଜ୍ଞ ଏବଂ କୌଣସି ଖାଦ୍ୟପେୟ ସପ୍ଲିମେଣ୍ଟ ଗ୍ରହଣ କରୁନାହାଁନ୍ତି । ଅକ୍ଟୋବର 20ରେ ବିଶ୍ୱ ଅଷ୍ଟିଓପୋରୋସିସ୍ ଦିବସର(World Osteoporosis Day) ଏକ ଅଂଶ ଭାବରେ 88 ବର୍ଷ ବୟସ୍କ ମୁମ୍ବାଇ ପ୍ରସୂତି ଏବଂ ସ୍ତ୍ରୀ ରୋଗ ସୋସାଇଟି(MOGS) ଦ୍ୱାରା ଆୟୋଜିତ ହୋଇଥିବା 'ବୋନ୍ ମିନେରାଲ୍ ଡେନସିଟୋମେଟ୍ରି ଓଷ୍ଟୋପୋରୋସିସ୍ ଡିଟେକସନ୍' କ୍ୟାମ୍ପରୁ ପ୍ରାଥମିକ ରିପୋର୍ଟ ପ୍ରକାଶ ପାଇଛି ।
MOGS ସଭାପତି ଡ. ନିରଞ୍ଜନ ଚୌହ୍ବାନ୍ କହିଛନ୍ତି ଯେ, "ଏହା ଦେଶର ସର୍ବବୃହତ ମାଗଣା ଚିକିତ୍ସା ଶିବିର । ଆମେ ମୁମ୍ବାଇର 38ଟି ସ୍ଥାନରେ ଅସ୍ଥିର ଖଣିଜ ସାନ୍ଧ୍ରତା ପାଇଁ 4,000 ରୁ ଅଧିକ ମହିଳା ରୋଗୀଙ୍କୁ ନେଇ ଏହି ପରୀକ୍ଷା କରିଥିଲୁ ।" ଶିବିରରେ ପରୀକ୍ଷିତ ମୋଟ ମହିଳା ରୋଗୀଙ୍କ ମଧ୍ୟରୁ 200 (5.2 ପ୍ରତିଶତ) ଭୟଙ୍କର ଅଷ୍ଟିଓପୋରୋସିସ୍ ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ଅନ୍ୟ 1,700 (47.6 ପ୍ରତିଶତ) ଟି-ସ୍କୋର (-1.0 ରୁ -2.5) ସହିତ ଅଷ୍ଟିଓପେନିଆରେ ଆକ୍ରାନ୍ତ ହୋଇଛନ୍ତି ।
"ସବୁଠାରୁ ବଡ ଚିନ୍ତାର ବିଷୟ ହେଉଛି ଯେ, ସମସ୍ତ ମହିଳା ରୋଗୀଙ୍କ ମଧ୍ୟରୁ 75% ହାଡ ରୋଗ କିମ୍ବା ଏହାକୁ ରୋକିବା ପାଇଁ କୌଣସି ଖାଦ୍ୟପେୟ ସପ୍ଲିମେଣ୍ଟ ବିଷୟରେ ଜାଣି ନଥିଲେ, ବାକି (25%) ଆଂଶିକ ସଚେତନ ଥିଲେ । ସେମାନେ ଉପଯୁକ୍ତ ଏବଂ ପୁଷ୍ଟିକର ଖାଦ୍ୟ, କ୍ୟାଲସିୟମ ଏବଂ ଭିଟାମିନ୍ ଡି ସପ୍ଲିମେଣ୍ଟ ଗ୍ରହଣ କରିସାରିଛନ୍ତି ।