ଓଡିଶା

odisha

ETV Bharat / sukhibhava

Menopause: ରିସର୍ଚ୍ଚରେ ଖୁଲାସା, ମେନୋପୋଜ ପରେ 4ଜଣଙ୍କ ମଧ୍ୟରୁ ଜଣଙ୍କୁ ହୁଏ ଏହି ରୋଗ

ଏକ ରିପୋର୍ଟରେ ଦାବି କରି କୁହାଯାଇଛି ଯେ, ମେନୋପୋଜ ପରେ 4 ଜଣଙ୍କ ମଧ୍ୟରୁ ଜଣେ ମହିଳା ଏହି ରୋଗରେ ପୀଡିତ ହୋଇଥାଆନ୍ତି। ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 29, 2023, 4:06 PM IST

Menopause
Menopause

ହାଇଦ୍ରାବାଦ:କୁହାଯାଏ ସ୍ବାସ୍ଥ୍ୟ କ୍ଷେତ୍ରରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥାଆନ୍ତି। ମହିଳାଙ୍କୁ ବୟସର ବିଭିନ୍ନ ପର୍ଯ୍ୟାୟରେ ଭିନ୍ନ ଅନୁଭୂତିର ସାମ୍ନା କରିବାକୁ ପଡିଥାଏ। ଅଧିକାଂଶ ସମୟରେ ମୁଡ ସ୍ବିଗଂ ହୋଇଥାଏ। ଏହା ପଛରେ ଇଷ୍ଟ୍ରୋଜେନ୍ ଏବଂ ପ୍ରୋଜେଷ୍ଟେରନ୍ ହରମୋନ୍ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି କୁହାଯାଇଛି। ଆମେରିକାନ ହାର୍ଟ ଆସୋସିଏସନ(JAAH)ର ଜର୍ନଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ମହିଳାଙ୍କ କ୍ଷେତ୍ରରେ ଅନିୟମିତ ହାର୍ଟବିଟ ବା ହୃଦସ୍ପନ୍ଦନ(Irregular Heart Beat) କିମ୍ବା ଏଟ୍ରିଆଲ୍ ଫାଇବ୍ରିଲେସନ୍ (AFib) ଏବଂ ମହିଳାମାନଙ୍କ ମଧ୍ୟରେ ମେନୋପାଜ୍ ମଧ୍ୟରେ ସିଧାସଳଖ ସମ୍ପର୍କ ରହିଥାଏ। ଏକ ସୁସ୍ଥ ହାର୍ଟରେ ଚୋରୋଟିଚାମ୍ବର ରହିଥାଏ। ଦୁଇଟି ଚାମ୍ବର ଉପରେ ରହିଥିବା ବେଳେ ଅନ୍ୟ ଦୁଇଟି ତଳେ ରହିଥାଏ। ଏହି ଚାରୋଟି ଚାମ୍ବର ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରିଥାଆନ୍ତି। କିନ୍ତୁ ଯେତେବେଳେ ଉପର ଚାମ୍ବର ନିମ୍ନ ଚାମ୍ବର ସହିତ ସମନ୍ୱୟ କରିବାରେ ବିଫଳ ହୁଏ, ତେବେ ଏହି ଅବସ୍ଥାକୁ AFib କୁହାଯାଏ। AFib ହୃଦସ୍ପନ୍ଦନକୁ ବୃଦ୍ଧି କରିବା ସହିତ ରକ୍ତ ସଞ୍ଚାଳନର ପ୍ରବାହକୁ ହ୍ରାସ କରିଥାଏ।

ମେନୋପୋଜ ପରେ AFibର ଶିକାର ହୁଅନ୍ତି ମହିଳା: AFibର ଅନେକ କାରଣ ରହିଥାଏ। ବିଶେଷକରି ଏହାକୁ ଜେନେଟିକ ବୋଲି କୁହାଯାଏ। ବୃଦ୍ଧାବସ୍ଥା, ମେଦବହୁଳତା, ମଧୁମେହ, ଉଚ୍ଚ ରକ୍ତଚାପ କିମ୍ବା ଅତ୍ୟଧିକ ଚାପ, ନିଦ୍ରାର ଅଭାବ ଭଳି ସମସ୍ୟା ମହିଳାଙ୍କୁ ମେନୋପୋଜ ପରେ ସମ୍ମୁଖୀନ ହେବାକୁ ପଡିଥାଏ। ଏକ ରିପୋର୍ଟରେ କୁହାଯାଇଛି ଯେଉଁ ମହିଳାମାନେ ଟ୍ରିଆଲ୍ ଫାଇବ୍ରିଲେସନରେ ପୀଡିତ ନୁହନ୍ତି ସେମାନଙ୍କ ଠାରେ ହୃଦଘାତର ଆଶଙ୍କା ଅଧିକ ରହିଥାଏ ବୋଲି କୁହାଯାଇଛି।

ଏହା ମଧ୍ୟ ପଢନ୍ତୁ: କେଉଁ ମହିଳାମାନେ ଅଧିକ ବୟସ ବଞ୍ଚି ଥାଆନ୍ତି, ଋତୁସ୍ରାବ ଏବଂ ମେନୋପୋଜ ସହ କଣ ସମ୍ବନ୍ଧ ଜାଣନ୍ତୁ

ରିସର୍ଚ୍ଚରେ ଖୁଲାସା: ଆମେରିକାନ ହାର୍ଟ ଆସୋସିଏସନର ଅନୁସନ୍ଧାନରେ 83,736 ମହିଳାଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଉକ୍ତ ସମସ୍ତ ମହିଳା ମେନୋପୋଜ ଦେଇ ଗତି କରୁଥିବା ବେଳେ ପ୍ରାୟ ସମସ୍ତଙ୍କର ବୟସ 64 ବର୍ଷ ରହିଥିଲା। ଏହି ଅନୁସନ୍ଧାନକୁ ସଫଳ କରିବା ପାଇଁ ଗବେଷକ ପ୍ରାୟ 10 ବର୍ଷ ପର୍ଯ୍ୟନ୍ତ ଅନୁସନ୍ଧାନ କରିଥିଲେ। ତେବେ ରିସର୍ଚ୍ଚର ଶେଷରେ ଜଣାପଡିଥିଲା ଯେ, ମେନୋପୋଜ ପରେ 24 ହଜାର ମହିଳାଙ୍କ ଠାରେ ଟ୍ରିଆଲ୍ ଫାଇବ୍ରିଲେସନର ଆଶଙ୍କା ବୃଦ୍ଧି ପାଇଥିଲା। ଉକ୍ତ ମହିଳାଙ୍କ ଠାରେ ନିଦ୍ରାହୀନତା, ଅବସଦାନ ସମସ୍ୟା ଦେଖାଯାଇଥିଲା।

ଏହି ରିସର୍ଚ୍ଚରୁ ଅନେକ ଗୁରୁତ୍ବପୂର୍ଣ୍ଣ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ମେନୋପୋଜ ପରେ ମହିଳାମାନଙ୍କ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଦେଖାଯାଇଥିଲା। ମାନସିକ କ୍ଷେତ୍ରରେ ମଧ୍ୟ ଅଧିକ ପରିବର୍ତ୍ତନ ଦୃଷ୍ଟିଗୋଚର ହୋଇଥିଲା। ଏହି ଅନୁସନ୍ଧାନରେ ଅଂଶଗ୍ରହଣ କରିଥିବା 90 ପ୍ରତିଶତ ମହିଳା ଆମେରିକୀୟ ଥିଲେ। ତେଣୁ ଏହି ଅନୁସନ୍ଧାନ ପ୍ରତ୍ୟେକ ମହିଳାଙ୍କ ପାଇଁ ପ୍ରଯୁଜ୍ୟ ବୋଲି ଦାବି କରିପାରିବ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି। କିନ୍ତୁ ଏହି ଅନୁସନ୍ଧାନରେ ଏହା ସ୍ପଷ୍ଟ ହୋଇଛି ଯେ ଚାପ ଏବଂ ନିଦ୍ରା ଅଭାବରୁ ମହିଳାମାନେ ମେନୋପୋଜ ପରେ AFib ପୀଡିତ ହୋଇଥାଆନ୍ତି।

ABOUT THE AUTHOR

...view details