ଓଡିଶା

odisha

Nipah Virus Precautions: ନିପା ଭାଇରସ ଦୂର ପାଇଁ ସଚେତନତା ଜରୁରୀ

By ETV Bharat Odisha Team

Published : Sep 19, 2023, 5:16 PM IST

କେରଳ ସମେତ ଦେଶର କେତେକ ସ୍ଥାନରେ ନିପା ଭାଇରସ ସଂକ୍ରମଣ ମାମଲା ବଢିବାରେ ଲାଗିଛି। ଏଥିରେ ଜ୍ୱର, ବାନ୍ତି, ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା ଏବଂ ନିଶ୍ୱାସ ନେବାରେ ଅସୁବିଧା ଭଳି ଲକ୍ଷଣ ଦେଖାଯାଏ। ତେବେ ଜାଣନ୍ତୁ ଏହି ସଂକ୍ରମଣରୁ ରୋକିବା ପାଇଁ କଣ କରିବେ ?

Nipah Virus Precautions
Nipah Virus Precautions

ହାଇଦ୍ରାବାଦ:ନିପା ଏକ ଭାଇରାଲ୍ ସଂକ୍ରମଣ। ଏହି ରୋଗ ପଶୁମାନଙ୍କ ଠାରୁ ଆସିଥିବାରୁ ଏହାକୁ ଜୁନୋଟିକ ରୋଗ କୁହାଯାଏ। ତେବେ ଏହି ରୋଗ ଜଣଙ୍କ ଠାରୁ ଅନ୍ୟଜଣଙ୍କୁ ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଥିବା ବେଳେ ଦୂଷିତ ଖାଦ୍ୟ ପଦାର୍ଥରୁ ମଧ୍ୟ ଏହି ରୋଗ ବ୍ୟାପିଥାଏ। କେତେକ କ୍ଷେତ୍ରରେ ପରିସ୍ରା ଏବଂ ରକ୍ତ ମାଧ୍ୟମରେ ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପିଥାଏ। 2018 ମସହିରା କେରଳରେ ଅନେକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ କେରଳ ସମେତ ଅନେକ ସହରର କଡ ଲେଉଟାଇଲାଣି ନିପା ଭାଇରସ।

ନିପା ଭାଇରସର ଲକ୍ଷଣ:ନିପା ଭାଇରସ୍ ହେଉଛି ଏକ ପ୍ରକାର ରେସ୍ପିରେଟାରୀ ଭାଇରସ। ଏହା ଜ୍ୱର, ବାନ୍ତି, ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା, ନିଶ୍ୱାସ ନେବାରେ ଅସୁବିଧା ଭଳି ସମସ୍ୟା ସୃଷ୍ଟି କରେ। ଭାଇରାଲ୍ ସଂକ୍ରମଣର ସାଧାରଣ ଲକ୍ଷଣ ମଧ୍ୟ ଏଥିରେ ଦେଖାଯାଏ। ଯଦି ଏହି ରୋଗ ଗୁରୁତର ହୁଏ ତେବେ ସ୍ନାୟୁଗତ ସମସ୍ୟା ଦେଖାଦେଇପାରେ। ଜାପାନିଜ୍ ଏନସେଫାଲାଇଟିସ୍ ତଥା ମସ୍ତିଷ୍କ ଜ୍ୱର ଭଳି ଲକ୍ଷଣ ଥାଇପାରେ। ତେବେ କୋଭିଡ ଠାରୁ ନିପା ଭାଇରସ ଆକ୍ରାନ୍ତଙ୍କ ମୃତ୍ୟୁହାର ଅଧିକ। କୋରୋନାଠୁ 20% ଅଧିକ ଘାତକ ନିପା ଭାଇରସ ବୋଲି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ଡିଡି ରାଜୀବ ବହଲ ସୂଚନା ଦେଇଥିଲେ।

ଏହା ମଧ୍ୟ ପଢନ୍ତୁ: Nipah Virus: କୋରୋନା ଭାଇରସ ଭଳି ଘାତକ କି ନିପା ଭାଇରସ, ଜାଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ

କେତେବେଳେ ଯାଞ୍ଚ କରିବେ: ଏହି ସଂକ୍ରମଣରେ ବିଶେଷ ଗମ୍ଭୀର ଲକ୍ଷଣ ଦୃଷ୍ଟିଗୋଚର ହୁଏ ନାହିଁ। ଏଗୁଡିକ ସାଧାରଣ ଭାଇରାଲ୍ ଜ୍ବର ଭଳି ହୋଇଥାଏ। ଯଦି ନିକଟରେ ସ୍ଥାନୀୟ ଅଞ୍ଚଳରେ କୌଣସି ନିପା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି କିମ୍ବା ଆପଣଙ୍କ ନିକଟରେ ଜ୍ବରର କୌଣସି ଲକ୍ଷଣ ଦେଖାଯାଉଛି ତାହାଲେ ପରୀକ୍ଷା କରାଇନେବା ଆବଶ୍ୟକ। କୋଭିଡ ପରି ଏଥିରେ ମଧ୍ୟ RTPCR ଟେଷ୍ଟ କରାଯାଇଥାଏ। ଏହା ସହିତ ଆଣ୍ଟିବଡି ପରୀକ୍ଷା ମଧ୍ୟ କରାଯାଇପାରେ।

ସାବଧାନତା: ଏହା ଏକ ଭାଇରାଲ୍ ସଂକ୍ରମଣ ହୋଇଥିବା କାରଣରୁ ବାୟୁ ମାଧ୍ୟମରେ ବା ସ୍ପର୍ଶ୍ବ ଦ୍ବାରା ବ୍ୟାପିଥାଏ। ଏପରି ପରିସ୍ଥିତିରେ ହାତ ଧୋଇବା ସହିତ ପରିଷ୍କାର ପରିଚ୍ଛନ୍ନତା ରହିବା ଉଚିତ ଅଟେ।

  • ଯେଉଁ ବ୍ୟକ୍ତି ସଂକ୍ରଂମିତ ପ୍ରାଣୀମାନଙ୍କ ଚିକିତ୍ସା କରୁଛନ୍ତି ସେମାନଙ୍କ ଠାରୁ ମଧ୍ୟ ଦୂରତା ବଜାୟୀ ରଖନ୍ତୁ।
  • ସଂକ୍ରମିତ ରହୁଥିବା ସ୍ଥାନ ପରିତ୍ୟାଗ କରନ୍ତୁ।
  • ପ୍ରଭାବିତ ଅଞ୍ଚଳରେ ରହୁଥିବା ଲୋକମାନେ କଞ୍ଚା ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ। ଖାସ କରି ମାଂସ ଠାରୁ ଦୂରେଇ ରୁହନ୍ତୁ। କାରଣ ମାଂସ ଦ୍ବାରା ମଧ୍ୟ ସଂକ୍ରମିତ ହେବାର ସମ୍ଭାବନା ଅଧିକ ରହିଥାଏ।
  • ସବୁବେଳେ ରନ୍ଧା ଖାଦ୍ୟ ଖାଆନ୍ତୁ। କଟା ଫଳ ଏବଂ ପନିପରିବା ଖାଇବା ଠାରୁ ଦୂରେଇ ରୁହନ୍ତୁ।
  • ନିପା ଭାଇରସ ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିବା ଠାରୁ ଦୂରେଇ ରୁହନ୍ତୁ।
  • ଯଦି କେହି ଲକ୍ଷଣ ଦେଖନ୍ତି, ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ।
  • ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଫଳ ଏବଂ ତଟକା ପନିପରିବା ଖାଆନ୍ତୁ।

ABOUT THE AUTHOR

...view details