ଓଡିଶା

odisha

ଅନୁସନ୍ଧାନ: ସ୍ବାମୀଙ୍କୁ ରକ୍ତଚାପ ଥିଲେ, ସ୍ତ୍ରୀ ହୋଇପାରେ ପୀଡିତ

By ETV Bharat Odisha Team

Published : Dec 12, 2023, 3:40 PM IST

Martinsville Health Alert: ଉଚ୍ଚ ରକ୍ତଚାପ ନେଇ ଅନେକ ଅଧ୍ୟୟନରେ ଆଶ୍ଚର୍ଯ୍ୟଜନକ ଖୁଲାସା କରାଯାଇଛି। ସ୍ବାମୀଙ୍କୁ ରକ୍ତଚାପ ଥିଲେ ସ୍ତ୍ରୀ ବି ପୀଡିତ ହୋଇପାରେ ବୋଲି କୁହାଯାଇଛି। ଅଧିକ ପଢନ୍ତୁ

High Blood Pressure
High Blood Pressure

ହାଇଦ୍ରାବାଦ:ବର୍ତ୍ତମାନ ଘରେ ଘରେ ମଧୁମେହ ଏବଂ ରକ୍ତଚାପ ରୋଗୀ ରହିଛନ୍ତି। ପ୍ରାୟ ପ୍ରତ୍ୟେକ ପରିବାରରେ ଜଣେ ସଦସ୍ୟ ଏଥିରେ ଆକ୍ରାନ୍ତ ହୋଇଥାଆନ୍ତି। ହାଇ ବିପିକୁ ଉଚ୍ଚ ରକ୍ତଚାପ ହାଇପରଟେନସନର ସମସ୍ୟା ବୋଲି ମଧ୍ୟ କୁହାଯାଏ । ହାଇ ବିପି ହେଉଛି ଏପରି ଏକ ପରିସ୍ଥିତି ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇପାରେ । ତେବେ ଆପଣଙ୍କ ପରିବାରରେ ଦମ୍ପତିଙ୍କ ମଧ୍ୟରୁ ଜଣେ ଉଚ୍ଚ ରକ୍ତଚାପର ଶିକାର ହୋଇଛନ୍ତି କି? ତାହେଲେ ଅନ୍ୟଜଣେ ହୋଇଯାଆନ୍ତୁ ସାବଧାନ! ଦମ୍ପତିଙ୍କ ମଧ୍ୟରୁ ଜଣକୁ ହୃଦଘାତ ହୋଇଥିଲେ ଅନ୍ୟ ଜଣଙ୍କୁ ହୃଦଘାତର ଆଶଙ୍କା ଅଧିକ ବୋଲି ଏକ ରିପୋର୍ଟରେ କୁହାଯାଇଛି। ଏନେଇ ଜର୍ଣ୍ଣାଲ ଅଫ ଆମେରିକାନ ହାର୍ଟ ଆସୋସିଏନ ଷ୍ଟେଟରେ ପ୍ରକାଶିତ ହୋଇଛି। କୁହାଯାଇଛି ଯେ, ପରିବାରରେ ଯଦି ସ୍ତ୍ରୀ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ତାହାଲେ ସ୍ବାମୀକୁ ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା ଅଧିକ ରହିଥାଏ। ଅନ୍ଯପଟେ ସ୍ବାମୀ ଯଦି ଉଚ୍ଚ ରକ୍ତଚାପର ଶିକାର ହୋଇଥାଏ ତାହେଲେ ସ୍ତ୍ରୀକୁ ମଧ୍ୟ ଉଚ୍ଚ ରକ୍ତଚାପ ହେବାର ଆଶଙ୍କା ଅଧିକ ରହିଥାଏ।

ଏହା ମଧ୍ୟ ପଢନ୍ତୁ: ଅନୁସନ୍ଧାନ: ବୟସ ବୃଦ୍ଧି ସହ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗୀଙ୍କ ହୃଦଘାତ ଆଶଙ୍କା କମିପାରେ

ସାଧାରଣତଃ ବୟସ୍କ ଏବଂ ବୃଦ୍ଧାବସ୍ଥାରେ ଉଚ୍ଚ ରକ୍ତଚାପ ଏକ ସାଧାରଣ ସମସ୍ୟା ହୋଇଥାଏ। ତେବେ ବୈଜ୍ଞାନିକଙ୍କ କହିବା ଅନୁସାରେ ଆଶ୍ଚର୍ଯ୍ୟର ବିଷୟ ଯେ ଅନେକ ଦମ୍ପତି ଯେଉଁମାନେ କି ଉଭୟେ ଉଚ୍ଚ ରକ୍ତଚାପର ଶିକାର ହୋଇଛନ୍ତି। ଭାରତରେ 50 ବର୍ଷରୁ ଉର୍ଦ୍ଧ୍ବ 20 ପ୍ରତିଶତ ଦମ୍ପତି ଉଚ୍ଚ ରକ୍ତଚାପର ଶିକାର ହୋଇଥିବା ନେଇ ରିପୋର୍ଟରେ କୁହାଯାଇଛି। ଏଭଳି ସମାନ ସ୍ଥିତି ଆମେରିକା, ଇଂଲଣ୍ଡ ଏହା ଚାଇନାରେ ରହିଛି। ଏକ ଉଦାହରଣ ଦେଇ କୁହାଯାଇଛି ଯେ, ଯଦି ଜଣେ ସୁସ୍ଥ ମହିଳା ଉଚ୍ଚ ରକ୍ତଚାପ ଯୁକ୍ତ ପୁଅକୁ ବିବାହ କରେ ତାହାଲେ ପରବର୍ତ୍ତିି ଅବସ୍ଥାରେ ଉକ୍ତ ମହିଳାକୁ ରକ୍ତଚାପ ହେବାର ଆଶଙ୍କା 19 ପ୍ରତିଶତ ଅଧିକ ରହିଥାଏ। ଅନ୍ୟପଟେ ପୁରୁଷଙ୍କ ତୁଳନାରେ ମଧ୍ୟ ସମାନ ବୋଲି କୁହାଯାଇଛି।

ଏହା ମଧ୍ୟ ପଢନ୍ତୁ: Reduce Blood Pressure: ବିନା ଔଷଧରେ ରକ୍ତଚାପ ହ୍ରାସ କରିବାକୁ ଚାହୁଁଛନ୍ତି କି? ଖାଆନ୍ତୁ ଏହି ପରିବା

ତେବେ ଶେଷରେ ଏହା ଦର୍ଶାଯାଇଛି ସ୍ବାସ୍ଥ୍ୟ ସମସ୍ୟା ଉଭୟ ଦମ୍ପତିଙ୍କ ଉପରେ ପ୍ରଭାବ ପକାଇଥାଏ। ଦମ୍ପତିଙ୍କ ପରସ୍ପର ଉପରେ ନିର୍ଭରଶୀଳତା, ଭାବପ୍ରବଣତା, ପରିବେଶ, ଜୀବନଶୈଳୀର ଅଭ୍ୟାସ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ବୋଲି ଅନୁସନ୍ଧାନକାରୀମାନେ ମତ ପ୍ରକାଶ କରିଛନ୍ତି। ତେଣୁ ଉଚ୍ଚ ରକ୍ତଚାପ ହେଲେ ଦମ୍ପତି ସଜାଗ ଏବଂ ଚିକିତ୍ସା କରିବା ଜରୁରୀ ଅଟେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details