ଓଡିଶା

odisha

ETV Bharat / sukhibhava

COVID-19: ବ୍ରିଟେନରେ ଚିହ୍ନଟ ହେଲା କୋଭିଡର ନୂଆ ଭାରିଆଣ୍ଟ, ଜାଣନ୍ତୁ ଏହାର ଲକ୍ଷଣ - ଏରିସର ଲକ୍ଷଣ

ବ୍ରିଟେନରେ ଚିହ୍ନଟ ହେଲା କୋଭିଡର ନୂଆ ଭାରିଆଣ୍ଟ। ଅଧିକ ପଜିଟିଭ ଚିହ୍ନଟକୁ ନେଇ ବଢୁଛି ଚିନ୍ତା। ଅଧିକ ପଢନ୍ତୁ

COVID 19
COVID 19

By

Published : Aug 7, 2023, 12:43 PM IST

ହାଇଦ୍ରାବାଦ: ପ୍ରଚେଷ୍ଟା ସତ୍ତ୍ବେ ବିଶ୍ବରେ ମୂଳପୋଛ ହୋଇପାରୁନାହିଁ କୋରୋନା ସଂକ୍ରମଣ । 3 ବର୍ଷରୁ ଊର୍ଦ୍ଧ୍ବ ହେବ ଏହା ଏକ ପ୍ରକାର ଚିନ୍ତାର କାରଣ ପାଲଟିଛି । କୋରୋନାର ନାମ ଶୁଣିଲେ ହିଁ 2021 ମସହିରା ଦାରୁଣ କାହାଣୀ ଆଖି ସାମ୍ନାକୁ ଆସିଯାଉଛି । ଯଦିଓ ବର୍ତ୍ତମାନ କୋରୋନାର ପ୍ରାଦୁର୍ଭାବ କମିଯାଉଛି କିନ୍ତୁ ଅନେକ ଦେଶରେ ଏହାର ଭାରିଆଣ୍ଟର ଚର୍ଚ୍ଚା ଜୋର ଧରିଛି । ଏଭଳି ଏକ ଖବର ବର୍ତ୍ତମାନ ବ୍ରିଟେନରୁ ସାମ୍ନାକୁ ଆସିଛି । ଏକ ରିପୋର୍ଟରେ କୁହାଯାଇଛି ଯେ, କରୋନାର ନୂଆ ଭାରିଆଣ୍ଟ EG.5.1 ବର୍ତ୍ତମାନ ବ୍ରିଟେନରେ ଦ୍ରୁତ ଗତିରେ ବ୍ୟାପୁଛି, ଯାହାକୁ ଏରିସ୍ ନାମରେ ନାମିତ କରାଯାଇଛି।

ସୂଚନା ଅନୁସାରେ, ବର୍ତ୍ତମାନ ବ୍ରିଟେନରେ ଶୀତ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ଭାରିଆଣ୍ଟ୍‌ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ତେବେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏହି ଭାରିଆଣ୍ଟ ଓମିକ୍ରନ୍‌ର ସବ ଭାରିଆଣ୍ଟ୍‌ ବୋଲି କୁହାଯାଉଛି । ଏହି ଭାରିଆଣ୍ଟ କାୟା ବିସ୍ତାର କରିବା ପରେ ପୁଣି ଲୋକଙ୍କ ମନରେ ଛନକା ପଶିଛି ।

ଆଗାମୀ ଦିନରେ ମାମଲା ବୃଦ୍ଧି ନେଇ ଆଶା କରାଯାଉଛି: ବ୍ରିଟେନ୍‌ର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି (UKHSA) ଅନୁଯାୟୀ, କୋରୋନାର 7ଟି ମାମଲା ସାମ୍ନାକୁ ଆସିଛି ଯାହା କୋରୋନା ଭାଇରସ ସହିତ ଜଡ଼ିତ । ତଥ୍ୟ ଅନୁଯାୟୀ, କୋଭିଡର ମୋଟ ମାମଲା ମଧ୍ୟରୁ 14 ପ୍ରତିଶତ ମାମଲା କେବଳ ଏରିସ୍ ଭାରିଆଣ୍ଟ ସହିତ ଜଡିତ । UKHSA କହିଛି ଯେ, ପୂର୍ବ ସପ୍ତାହ ତୁଳନାରେ କୋଭିଡ ମାମଲା ପ୍ରତି ସପ୍ତାହରେ ଦ୍ରୁତ ଗତିରେ ବଢିବାରେ ଲାଗିଛି । ରେସ୍ପିରେଟରୀ ଡାଟାମାର୍ଟ ସିଷ୍ଟମର ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ 4 ହଜାରରୁ ଅଧିକ ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ 5.4 ପ୍ରତିଶତ ମାମଲା କୋଭିଡ ବୋଲି ଚିହ୍ନଟ ହୋଇଛି । ପୂର୍ବ ରିପୋର୍ଟରେ, 4 ହଜାରରୁ ଅଧିକ ପରୀକ୍ଷାରେ 3.7ରୋଗୀଙ୍କ ରିପୋର୍ଟ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲା ।

ପ୍ରଥମ ମାମଲା ଏହି ଦିନ ଆସିଥିଲା: ଏହି ଭାରିଆଣ୍ଟ୍‌ର ପ୍ରଥମ ମାମଲା 3 ଜୁଲାଇରେ ଜଣା ପଡିଥିଲା । ଯେଉଁମାନେ ଅନ୍ୟଦେଶରୁ ଆସୁଛନ୍ତି, ସେମାନଙ୍କ ସ୍ବାସ୍ଥ୍ୟ ଉପରେ ବିଶେଷ ଯତ୍ନ ଦିଆଯାଉଛି । ତେବେ ସବୁଠାରୁ ଚିନ୍ତାର ବିଷୟ ଏହା ଯେ, ବର୍ତ୍ତମାନ ଶୀତଋତୁ ଆରମ୍ଭ ହେବାକୁ ବସିଥିବା ବେଳେ ଏହି ସମୟରେ ଏହି ଭାଇରସ୍‌ କାୟା ବିସ୍ତାର କରୁଛି ।

ଏହା ମଧ୍ୟ ପଢନ୍ତୁ:Covid-19: ୟୁରୋପୀୟ ଦେଶରେ କୋରୋନାର ନୂଆ ଭାରିଆଣ୍ଟ EU.1.1 ଠାବ

ବ୍ରିଟେନରେ କୋଭିଡର ନୂଆ ଲହରକୁ ନେଇ ଆଶଙ୍କା: ୟୁନିଭରସିଟି କଲେଜ ଲଣ୍ଡନରେ ଅପରେସନ୍ ରିସର୍ଚ୍ଚର ପ୍ରଫେସର ଖ୍ରୀଷ୍ଟିନା ପାଗେଲଙ୍କ ଅନୁଯାୟୀ, "କୋଭିଡର ନୂଆ ଭାରିଆଣ୍ଟ ବ୍ରିଟେନ୍‌ରେ ହଇଚଇ ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବରରେ କୋଭିଡଙ୍କ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।"

ଏରିସ୍‌ର ଲକ୍ଷଣ: ଏହାର ଲକ୍ଷଣ କୋଭିଡର ଲକ୍ଷଣ ସହିତ ସମାନ ଅଟେ । ଏରିସରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କ ନିକଟରେ ଜ୍ବର, ଥଣ୍ଡା ଲାଗିବରହିବା, କାଶ ହେବା, କଫ ବାହାରିବା ଭଳି ଲକ୍ଷଣ ଦେଖାଯାଉଛି। ତେବେ ଚିନ୍ତାଜନକ ବିଷୟ ଯେ, ଏଥିରେ ନିମୋନିଆର ଲକ୍ଷଣ ଦେଖାଯାଉଛି ।

ବିଦ୍ର: ଏହି ଖବର ଇଟିଭି ଭାରତର ନିଜସ୍ବ ଖବର ନୁହେଁ। ଏହା ଏକ ଅନ୍ତର୍ଜାତୀୟ ରିପୋର୍ଟ ଉପରେ ଆଧାରିତ ଖବର।

ABOUT THE AUTHOR

...view details