ଓଡିଶା

odisha

ETV Bharat / sukhibhava

National Reading Day 2023: ପୁଥୁଭେଇଲ ନାରାୟଣ ପାନିକରଙ୍କ ସ୍ମୃତିରେ ପାଳନ ହୁଏ ପଠନ ଦିବସ

ପାନିକର୍ ଯିଏ କି କେରଳରେ ଲାଇବ୍ରେରୀ ଏବଂ ସାକ୍ଷରତା ଆନ୍ଦୋଳନର ପିତା ଥିଲେ। ଜୁନ୍ 19ରେ ତାଙ୍କର ଦେହାନ୍ତ ହୋଇଥିଲା ତାଙ୍କ ସ୍ମୃତିରେ ଜୁନ୍ 19 ରେ ଜାତୀୟ ପଠନ ଦିବସ ପାଳନ କରାଯାଏ । ଅଧିକ ପଢନ୍ତୁ

National Reading Day
National Reading Day

By

Published : Jun 19, 2023, 6:01 AM IST

ହାଇଦ୍ରାବାଦ: PN ପାନିକରଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଜୁନ୍ 19ରେ ଜାତୀୟ ପଠନ ଦିବସ ପାଳନ କରାଯାଏ । ଭାରତରେ ଅଧ୍ୟୟନ ପାଇଁ ପ୍ରତିବଦ୍ଧତା ବିକାଶ ପାଇଁ ଏହି ଦିନ ପାଳନ କରାଯାଏ । ପାନିକରକୁ କେରଳର ଲାଇବ୍ରେରୀ ଏବଂ ସାକ୍ଷରତା ଆନ୍ଦୋଳନର ପିତା କୁହାଯାଏ । ସେ 19 ଜୁନ୍ 1995 ରେ ମୃତ୍ୟୁ ବରଣ କରିଥିଲେ । 1996 ପର ଠାରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଜାତୀୟ ପଠନ ଦିବସ ଭାବରେ ପାଳନ କରାଯାଉଛି ।

ପୁଥୁଭେଇଲ ନାରାୟଣ ପାନିକର୍ କେରଳରେ ଲାଇବ୍ରେରୀ ଆନ୍ଦୋଳନର ପିତା ଭାବରେ ଜଣାଶୁଣା । କେରଳର ଶିକ୍ଷା ମନ୍ତ୍ରଣାଳୟ ଜୁନ୍ 19 ରୁ 25 ପର୍ଯ୍ୟନ୍ତ ପଠନ ସପ୍ତାହ ଘୋଷଣା କରିଛି । 1926 ମସିହାରେ ନିଜ ସହରରେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ ପାନିକର । ସେ ସାନଦାନା ଡାଲମାନ ଲାଇବ୍ରେରୀ ପ୍ରତିଷ୍ଠା କରିଥିଲେ । 1945ରେ 20 ବର୍ଷ ପରେ ସେ ତିରୁଭିଥାମକୁର ଗ୍ରନ୍ଥସାଲା ସାଙ୍ଗମ୍ ମାଧ୍ୟମରେ ଟ୍ରାଭାନକୋର ଲାଇବ୍ରେରୀ ଆସୋସିଏସନର ନେତୃତ୍ୱ ନେଇଥିଲେ ଯାହା 47ଟି ସ୍ଥାନୀୟ ଲାଇବ୍ରେରୀକୁ ନେଇ ଗଠିତ ହୋଇଥିଲା । ଏହି ଲାଇବ୍ରେରୀ ଗୁଡିକ ପ୍ରତିଷ୍ଠା କରିବାର ମୂଳ ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ଶିକ୍ଷା ଏବଂ ପଠନକୁ ଗୁରୁତ୍ୱ ଦେବା ।

1956 ମସିହାରେ ଯେତେବେଳେ କେରଳ ରାଜ୍ୟ ପ୍ରତିଷ୍ଠା ହେଲା, ସେତେବେଳେ ଆସୋସିଏସନ କେରଳ ଗ୍ରନ୍ଥାଶାଲା ସଙ୍ଗମ ହେଲା । ପାନିକର୍ ତାଙ୍କ ନେଟୱାର୍କରେ ପ୍ରାୟ 6,000 ଲାଇବ୍ରେରୀ ଆଣିବାରେ ସଫଳ ହୋଇଥିଲେ । 1977 ମସିହାରେ ରାଜ୍ୟ ସରକାର ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ପାନିକର୍ 32 ବର୍ଷ ପାଇଁ ସାଧାରଣ ସମ୍ପାଦକ ଥିଲେ । ଏହା ପରେ କେରଳ ରାଜ୍ୟ ଲାଇବ୍ରେରୀ ପରିଷଦ ହେଲା । ଯେଉଁଥିରେ ଗଣତାନ୍ତ୍ରିକ ଗଠନ ଏବଂ ପାଣ୍ଠି ଅନ୍ତର୍ଭୁକ୍ତ। ଏହି ପ୍ରତିଷ୍ଠା ପରେ ଏକ ମିଶନ ଗଠନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: Combat Desertification and Drought: ପରିବେଶର ଅବକ୍ଷୟ ଯୋଗୁଁ ବଢିବାରେ ଲାଗିଛି ମରୁଡି ଆଶଙ୍କା

ଏହା ମଧ୍ୟ ପଢନ୍ତୁ: Bathing Soap Side Effects: ପ୍ରତିଦିନ ସାବୁନରେ ସ୍ନାନ କରୁଥିଲେ ସାବଧାନ, ହୋଇପାରେ ଏହି ରୋଗ

ଜାତୀୟ ପଠନ ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଅଧ୍ୟୟନ କରିବାକୁ ଉତ୍ସାହିତ କରିବା । କେରଳରେ 100% ସାକ୍ଷରତା ହାର ପ୍ରତି ତାଙ୍କର ଅସାଧାରଣ ଅବଦାନକୁ ସ୍ମରଣ କରିବା ପାଇଁ ଏହି ଦିନ ପାଳନ କରାଯାଏ । ଏହି ଦିନ ଦେଶର ବିଭିନ୍ନ ବିଦ୍ୟାଳୟ ନିଜ ନିଜ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ । ପିଲାମାନେ ଏହି ଦିନ ଦ୍ୱାରା ଅନୁପ୍ରାଣିତ ହୋଇ ଅଧ୍ୟୟନ ଏବଂ ଧ୍ୟାନ କରିବାକୁ ଅନୁପ୍ରାଣିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details