ଓଡିଶା

odisha

ETV Bharat / sukhibhava

National Cancer Awareness Day: ସଚେତନ ହେଲେ ହାରିବ କର୍କଟ

ଆଜି ଜାତୀୟ କର୍କଟ ସଚେତନତା ଦିବସ । ଜାଣନ୍ତୁ ପ୍ରତିବର୍ଷ ନଭେମ୍ବର 7 ତାରିଖରେ କାହିଁକି ପାଳନ କରାଯାଏ ଏହି ଦିବସ

By ETV Bharat Odisha Team

Published : Nov 7, 2023, 7:00 AM IST

ational Cancer Awareness Day
ational Cancer Awareness Day

ହାଇଦ୍ରାବାଦ: ବିଶ୍ୱ ସ୍ତରରେ କ୍ୟାନ୍ସର ଏକ ଗମ୍ଭୀର ରୋଗ ଭାବେ ଉଭା ହୋଇଛି । ଏହି ରୋଗରେ ଆକ୍ରାନ୍ତ ରୋଗୀ ଏବଂ ମୃତ୍ୟୁ ସଂଖ୍ୟା ପ୍ରତି ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ମଧ୍ୟ କିଛି ବର୍ଷ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପିଲାଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ବୟସର ଲୋକମାନେ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଜୀବନଶୈଳୀରେ ପରିବର୍ତ୍ତନ ସହିତ ଖାଦ୍ୟପେୟରେ ଅନିୟମିତତା ଯେଉଁଭଳି ଭାବେ ପରିଲକ୍ଷିତ ହେଉଛି, ଏଭଳି ଧାରା ଆଗରୁ ଜାରି ରଖିଲେ ଆସନ୍ତା କିଛି ବର୍ଷ ମଧ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଏହା ସ୍ୱାସ୍ଥ୍ୟ ସେବା ଉପରେ ଏକ ବଡ଼ ଚାପ ହୋଇପାରେ । ଏହାର ବିପଦକୁ ବିଚାରକୁ ନେଇ ସମସ୍ତ ଲୋକ କର୍କଟ ରୋଗକୁ ରୋକିବା ପାଇଁ ପଦକ୍ଷେପ ନେବା ଉଚିତ୍ ବୋଲି ପରାମର୍ଶ ଦିଆଯାଇଛି ।

କର୍କଟ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇବା ଦ୍ବାରା ଏକ ସୁସ୍ଥ ଜୀବନ ଏବଂ ଠିକ ସମୟରେ କ୍ୟାନସରର ପ୍ରତିରୋଧ ଏବଂ ଚିକିତ୍ସା କରାଯାଇ ପାରିବ । କର୍କଟ ଚିହ୍ନଟ, ପ୍ରତିରୋଧ ଏବଂ ଚିକିତ୍ସା ବିଷୟରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ପ୍ରତିବର୍ଷ ନଭେମ୍ବର ମାସ 7 ତାରିଖରେ ଜାତୀୟ କର୍କଟ ସଚେତନତା ଦିବସ ପାଳନ କରାଯାଏ ।

ରିପୋର୍ଟ ଅନୁସାରେ, ପ୍ରତିବର୍ଷ ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ଏକ ରିପୋର୍ଟ ଅନୁଯାୟୀ, ଭାରତର ପ୍ରତି 1 ଲକ୍ଷ ମହିଳାଙ୍କ ମଧ୍ୟରୁ 105.4 ଜଣ ସ୍ତନ କର୍କଟ ରୋଗରେ ଚିକିତ୍ସା କରାଉଛନ୍ତି। ଏହି ଗମ୍ଭୀର କର୍କଟ ରୋଗକୁ ରୋକିବା ପାଇଁ ଅକ୍ଟୋବର ମାସରେ ସ୍ତନ କର୍କଟ ସଚେତନତା ମାସ ପାଳନ କରାଯାଏ।

ଜାତୀୟ କର୍କଟ ସଚେତନତା ଦିବସର ଇତିହାସ: ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରଥମେ ଜାତୀୟ କର୍କଟ ସଚେତନତା ଦିବସ ପାଳନ କରିବାକୁ ଘୋଷଣା କରିଥିଲେ। ପ୍ରଥମେ 2014 ମସିହା ସେପ୍ଟେମ୍ବର ମାସରେ ଏକ କମିଟି ଗଠନ କରାଯାଇଥିଲା । ତେବେ ଏଥିରେ ପ୍ରତିବର୍ଷ ନଭେମ୍ବର 7 ତାରିଖକୁ ଜାତୀୟ କର୍କଟ ସଚେତନତା ଦିବସ ହିସାବରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ସହଜ ହେବ କ୍ୟାନ୍ସର ଚିକିତ୍ସା, 3D ଟ୍ୟୁମର ମଡେଲର ବ୍ୟବହାର ଦ୍ବାରା ହେବ ସମ୍ଭବ !

ନଭେମ୍ବର 7 ତାରିଖକୁ କାହିଁକି ଜାତୀୟ କର୍କଟ ସଚେତନତା ଦିବସ ଭାବେ ପାଳନ କରାଯାଏ: 7 ନଭେମ୍ବରରେ କାହିଁକି ଜାତୀୟ କର୍କଟ ସଚେତନତା ଦିବସ ଦିବସ ପାଳନ କରାଯାଏ, ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ରିପୋର୍ଟ ଅନୁସାରେ ନୋବେଲ ପୁରସ୍କାର ବିଜେତା ମାଡାମ କ୍ୟୁରିଙ୍କ ଜନ୍ମଦିନକୁ ଜାତୀୟ କର୍କଟ ସଚେତନତା ଦିବସ ଭାବେ ପାଳନ କରାଯାଏ । କାରଣ କର୍କଟ ରୋଗର ମୁକାବିଲା ପାଇଁ ମାଡାମ କ୍ୟୁରିଙ୍କର ଏକ ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିଥିଲା । ତାଙ୍କ ଅବଦାନକୁ ମନେ ରଖିବା ପାଇଁ ପ୍ରତିବର୍ଷ ଆଜିର ଦିନରେ ଜାତୀୟ କର୍କଟ ସଚେତନତା ଦିବସ ପାଳନ କରାଯାଉଛି ।

କ୍ଯାନ୍ସରର ସାମାନ୍ଯ ଲକ୍ଷଣ ଏବଂ ଆଜି ଦିନର ମହତ୍ତ୍ବ: କ୍ୟାନ୍ସର ଏକ ଗମ୍ଭୀର ରୋଗ ଅଟେ । ଶରୀରର କୋଷିକା ଅବାସ୍ତବିକ ଭାବେ ବୃଦ୍ଧି ପାଇଥାଏ ଏବଂ ପରିବର୍ତ୍ତୀ ସମୟରେ ଏହା କ୍ୟାନ୍ସରର ରୂପ ନେଇଥାଏ । କ୍ୟାନ୍ସର ସେଲ ଶରୀରର ବିଭିନ୍ନ ଅଙ୍ଗରୁ ଶୀଘ୍ର ବ୍ୟାପି ଯାଇଥାଏ। ବ୍ରେନ, ପ୍ରୋଷ୍ଟେଷ୍ଟ, ସ୍ତନ, କିଡନୀ ଏବଂ ଲିଭରର ଅନ୍ୟ ଅଂଶକୁ ବ୍ୟାପି ଯାଇଥାଏ । କ୍ୟାନ୍ସରର କିଛି ନିର୍ଦ୍ଦିଷ୍ଟ ଲକ୍ଷଣ ନଥାଏ । କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ କାଶ ଲାଗି ରହିବା, କାଶରେ ରକ୍ତ ପଡିବା, ଅଧିକ ଝାଳ ବାହାରିବା, ଶରୀରରେ ଧଳା ଚିହ୍ନ ଦେଖାଯିବା, ତ୍ବଚାର ରଙ୍ଗରେ ପରିବର୍ତ୍ତନ ଦେଖାଗଲେ ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି କୁହାଯାଇଛି। ଆଜିର ଦିନରେ ଅନେକ ହସ୍ପିଟାଲରେ ଫ୍ରି ସ୍କ୍ରିନିଂ କରାଯାଉଛି।

ABOUT THE AUTHOR

...view details