ହାଇଦ୍ରାବାଦ:ମହିଳାମାନଙ୍କ କ୍ଷେତ୍ରରେ 45ରୁ 50 ବର୍ଷ ବୟସ ମଧ୍ୟରେ ଋତୁସ୍ରାବ ବନ୍ଦ ହୋଇଯାଇଥାଏ । ଏହାକୁ ମେନୋପୋଜ ମଧ୍ୟ କୁହାଯାଏ । ଏହାର ଅର୍ଥ ମହିଳାମାନେ ଋତୁସ୍ରାବ ନହେବା । ଯେପରି ଋତୁସ୍ରାବ ହେଲେ ମହିଳା କିମ୍ବା ଯୁବତୀଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ରହିଥିବା ବିବେଚନା କରାଯାଏ, ସେହିଭଳି 45ରୁ 50 ବର୍ଷ ବୟସ ମଧ୍ୟରେ ଋତୁସ୍ରାବ ବନ୍ଦ ହେବା ମଧ୍ୟ ସ୍ବାସ୍ଥ୍ୟ ଠିକ ରହିଥିବା ଦର୍ଶାଇଥାଏ । କିନ୍ତୁ ଏହାରି ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରତ୍ୟେକ ମହିଳା ଋତୁସ୍ରାବ ଅବଧି ଶେଷ ହେବା ପରେ ନିଜ ଶରୀରର ବିଶେଷ ଯତ୍ନ ନେବା ଉଚିତ୍ । ଯେତେବେଳେ ଅବଧି ବନ୍ଦ ହୁଏ, ଶରୀର ଭିତରେ ହରମୋନର ଅସ୍ଥିରତା ଦେଖାଯାଇଥାଏ, ସେହି ସମୟ ମଧ୍ୟରେ କଣ କରିବା ଉଚିତ୍ କିମ୍ବା ନିଜକୁ କିପରି ଯତ୍ନ ନେବେ ଜାଣନ୍ତୁ...
ଡାକ୍ତରୀ ଯାଞ୍ଚ:ଋତୁସ୍ରାବ ବନ୍ଦ ହେବା ପରେ ଭୟରେ ଏଣୁତେଣୁ ଔଷଧ ଖାଇବା ଉଚିତ ନୁହେଁ । କିମ୍ବା ବାରମ୍ବାର ଡାକ୍ତରଙ୍କ ପାଖକୁ ଯିବାର କୌଣସି ଆବଶ୍ୟକତା ନାହିଁ । ଏହା ବଦଳରେ ଆପଣ ନିଜ ଶରୀରର ଯତ୍ନ ନିଅନ୍ତୁ । ନିଜ ଶରୀର ପ୍ରତି ଧ୍ୟାନ ଦେବା ସହିତ ନିଜକୁ ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କ ଶରୀରରେ କିଛି ପରିବର୍ତ୍ତନ ହେଉଛି କି ନାହିଁ । ଯଦି କୌଣସି ପ୍ରକାର ପରିବର୍ତ୍ତନ ଦେଖାଯାଉଛି ତାହାଲେ ସଙ୍ଗେସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଡାଏଟରେ ଅଧିକ ଧ୍ୟାନ ଦିଅନ୍ତୁ:ଋତୁସ୍ରାବ ବନ୍ଦ ହେବା ପରେ ମହିଳାମାନଙ୍କୁ ଖାଦ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏହି ସମୟରେ ତେଲ ମସଲା ଯୁକ୍ତ ଖାଦ୍ୟ ନଖାଇ ପୃଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ । 30 ବର୍ଷ ପରେ ମହିଳାଙ୍କ ହାଡ଼ ଦୁର୍ବଳ ହେଉଥିବାରୁ ଅଧିକ ଫାଇବର, କ୍ୟାଲସିୟମ ଥାଏ ସେଭଳି ଖାଦ୍ୟ ଖାଇବା ଆବଶ୍ୟକ । ଋତୁସ୍ରାବ ବନ୍ଦ ହେବା ପରେ ଶରୀରରେ ଅନେକ ପ୍ରକାର ସମସ୍ୟା ହୋଇଥାଏ । ତେବେ ଆପଣ ଲୁଣିଆ ଖାଦ୍ୟରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ ।
କ୍ୟାଲସିୟମଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ:ମେନୋପାଜ୍ ପରେ ଖାଦ୍ୟରେ ଅଧିକରୁ ଅଧିକ କ୍ୟାଲସିୟମ୍ ଅନ୍ତର୍ଭୂକ୍ତ କରିବା ଆବଶ୍ୟକ । ଋତୁସ୍ରାବ ସମୟରେ କ୍ୟାଲସିୟମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯାହାକି ହାଡ଼କୁ ଶକ୍ତ କରିଥାଏ । ସେଥିପାଇଁ ଅଧିକରୁ ଅଧିକ କ୍ଷୀର, କଦଳୀ, ଅଣ୍ଡା ଏବଂ ମାଛ ଖାଇବା ଆବଶ୍ୟକ ।