ଓଡିଶା

odisha

ETV Bharat / sukhibhava

ତ୍ବଚାରେ ଦେଖାଯାଉଛି କି ମେନୋପୋଜ ଲକ୍ଷଣ ? ଏଭଳି ନିଅନ୍ତୁ ଯତ୍ନ

ମେନୋପୋଜର ଲକ୍ଷଣ ଚର୍ମ ଉପରେ ମଧ୍ୟ ପଡିଥାଏ । ଏହି ସମୟ ମଧ୍ୟରେ ଚର୍ମ ଶୁଷ୍କ ଏବଂ କୁଞ୍ଚନ ଭଳି ସମସ୍ୟା ଦେଖାଯାଇଥାଏ । ଯଦି ଆପଣ ମଧ୍ୟ ଏହି ସମସ୍ୟା ଦେଇ ଗତି କରୁଛନ୍ତି, ତେବେ ପଢନ୍ତୁ ପୁରା ଖବର

By ETV Bharat Odisha Team

Published : Oct 20, 2023, 6:44 PM IST

menopause
menopause

ହାଇଦ୍ରାବାଦ:ମହିଳାଙ୍କ କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ବୟସ ପରେ ମେନୋପୋଜ ହୋଇଥାଏ । ଏହା ରୋଗ ନୁହେଁ ବରଂ ଏହା ଏକ ପର୍ଯ୍ୟାୟ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଥାଆନ୍ତି । ଏହି ପ୍ରକ୍ରାୟାକୁ ରୋକିବା ସମ୍ଭବ ହୁଏ ନାହିଁ । ତେବେ ମେନୋପୋଜ ପରେ ମହିଳାଙ୍କ ଋତୁସ୍ରାବ ବନ୍ଦ ହୋଇଯାଉଥିବା ବେଳେ ଏହି ଅବସ୍ଥାରେ ହରମୋନରେ ଅନେକ ପରିବର୍ତ୍ତନ ହୋଇଥାଏ । ମହିଳାଙ୍କ ଲାଇଫ ଷ୍ଟାଇଲ ଉପରେ ଅଧିକ ପ୍ରଭାବ ପଡିଥାଏ । ତେବେ ସାଧାରଣତଃ ମହିଳାଙ୍କ କ୍ଷେତ୍ରରେ ମେନୋପୋଜ 45ରୁ 50 ବର୍ଷ ମଧ୍ୟରେ ହେଉଥିବା ବେଳେ ଏହା ପୂର୍ବରୁ ପ୍ରଭାବ ତ୍ବଚାରେ ଦେଖାଯାଇଥାଏ । ତେହେ ମେନୋପୋଜ ଲକ୍ଷଣ ଅଧିକ ତ୍ବଚା ଉପରେ ଦେଖାଯାଉଥିବା ବେଳେ ବ୍ରଣ ସମସ୍ୟା ଅଧିକ ଦେଖାଯାଇଥାଏ । ତେବେ ଜାଣନ୍ତୁ ମେନୋପୋଜ ପୂର୍ବରୁ ତ୍ବଚାରେ କେଉଁ ପ୍ରକାର ଲକ୍ଷଣ ଦେଖାଯାଏ ଏବଂ ଏହି ସମସ୍ୟାରୁ କିଭଳି ବର୍ତ୍ତିବେ ।

ତ୍ବଚା ଉପରେ ମେନୋପୋଜର ଏହି ଲକ୍ଷଣ ଦେଖାଯାଏ: ମେନୋପୋଜ କାରଣରୁ ଶରୀରରେ ଅନେକ ହରମୋନରେ ପରିବର୍ତ୍ତନ ହୋଇଥାଏ । କେତେକ ମାତ୍ରା ଅଧିକ ହେଉଥିବା ବେଳେ ଅନ୍ୟ କିଛିର ମାତ୍ରା କମ ହୋଇଥାଏ । ଏହା ଦ୍ବାରା କୋଲେଜନର ମାତ୍ରା କମ ହୋଇଯାଇଥାଏ । ଫଳରେ ତ୍ବଚାରେ ରୁକ୍ଷ, ଆକନି, କୁଞ୍ଚନ ଭଳି ସମସ୍ୟା ଦେଖାଯାଇଥାଏ । ଏପରି ପରିସ୍ଥିତିରେ ମୁହଁ ଅଧିକ ସରୁ ହେଲା ଭଳି ଦେଖାଯାଇଥାଏ । ମେନୋପାଜ୍ ସମୟରେ ଇଷ୍ଟ୍ରୋଜେନ୍ ନାମକ ହରମୋନ୍ ସ୍ତର କମ ହେବା କାରଣରୁ ତ୍ବଚାରେ ଶୁଷ୍କତା ଦେଖାଯାଇଥାଏ ଏବଂ ଚେହେରାରେ କୁଞ୍ଚନ ସମସ୍ୟା ଦେଖାଯାଇଥାଏ । ଆଖି ତଳ କଳା ପଡିବା ସହିତ ଆଖିରେ ସମସ୍ୟା ଦେଖାଯାଇଥାଏ ।

ଏହା ମଧ୍ୟ ପଢନ୍ତୁ: Menopause: ରିସର୍ଚ୍ଚରେ ଖୁଲାସା, ମେନୋପୋଜ ପରେ 4ଜଣଙ୍କ ମଧ୍ୟରୁ ଜଣଙ୍କୁ ହୁଏ ଏହି ରୋଗ

ମେନୋପୋଜ ସମୟରେ ନିଅନ୍ତୁ ତ୍ବଚାର ଯତ୍ନ:ମେନୋପାଜ୍ ଏକ ପ୍ରାକୃତିକ ପ୍ରକ୍ରିୟା, ତେଣୁ ଏହାକୁ ରୋକିବା ସମ୍ଭବ ନୁହେଁ । କିନ୍ତୁ ତ୍ବଚା ଉପରେ ଏହାର ପ୍ରଭାବକୁ ରୋକାଯାଇ ପାରିବ । ତ୍ୱଚା ଉପରେ ଏହାର ପ୍ରଭାବକୁ ହ୍ରାସ କରି ଆପଣ ନିଜ ଚର୍ମକୁ ୟଙ୍ଗ ରଖିପାରିବେ। ଏପରି ପରିସ୍ଥିତିରେ ଚର୍ମରେ କୋଲାଜେନର ସ୍ତର କମିଲେ ତ୍ବଚାର ବିଶେଷ ଯତ୍ନ ନେବା ଜରୁରୀ ଅଟେ । ପ୍ରମୁଖ ଭାବେ ସନସ୍କ୍ରିନ ବ୍ୟବହାର କରିବା ଜରୁରୀ ଅଟେ । ଖାସ କରି ଚର୍ମରେ ଆଦ୍ରତା ବଜାୟୀ ରଖିବା ଉଚିତ । ଚର୍ମରେ ଶୁଷ୍କତା ହ୍ରାସ କରିବା ପାଇଁ ମଶ୍ଚରାଇଜର ଏବଂ ଅତ୍ୟାବଶ୍ୟକ ତେଲ ବ୍ୟବହାର କରିବା ଉଚିତ। ଆଖି ତଳେ ଡାର୍କ ସର୍କଲଗୁଡିକ ହଟାଇବା ପାଇଁ ଆଇକ୍ରିମର ବ୍ୟବହାର କରିପାରିବେ। ତେବେ ମୁହଁରେ କୁଞ୍ଚନ ଦେଖାଗଲେ ମସାଜ କରିବା ଜରୁରୀ ଅଟେ। ପ୍ରତିଦିନ ଆଣ୍ଟି-ଏଜିଂ କ୍ଲିନଜର ବ୍ୟବହାର କରନ୍ତୁ ଏବଂ ବାହାରୁ ଆସିବା ମାତ୍ରେ ଚେହେରାକୁ ପରିଷ୍କାର ଭାବେ ଧୁଅନ୍ତୁ। ଚର୍ମର ଯତ୍ନ ନେବା ଦ୍ବାରା ତ୍ବଚାରେ ମେନୋପୋଜର ଲକ୍ଷଣ ଦେଖାଯାଏ ନାହିଁ।

ବିଦ୍ର: ଏହା ନିର୍ଦ୍ଦିଷ୍ଟ ସୂଚନା ଉପରେ ଆଧାରିତ ଖବର। ଯଦି ତ୍ବଚାରେ କୌଣସି ସମସ୍ୟା ଦେଖାଯାଉଛି ତାହାଲେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଜରୁରୀ ଅଟେ।

ABOUT THE AUTHOR

...view details