ବାରଣାସୀ: ପ୍ଲେଟ୍ଲେଟ୍ କମ୍ର ଅର୍ଥ ନୁହେଁ ଡେଙ୍ଗୁ । ପ୍ଲେଟ୍ଲେଟ୍ କମ୍ ହୋଇଗଲେ ତାହା ଯେ, ଡେଙ୍ଗୁ ରୋଗର ଲକ୍ଷଣ ଏପରି ସର୍ବଦା ଭାବିବା ଭୁଲ୍ । ଏହା ଅନ୍ୟାନ୍ୟ ରୋଗର କାରଣ ହୋଇପାରେ ବୋଲି ଉତ୍ତରପ୍ରଦେଶ ବାରାଣାସୀର ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ରକ୍ତରେ ପ୍ଲେଟ୍ଲେଟ୍ ସଂଖ୍ୟା ହ୍ରାସ ହେବା ସାଧାରଣତଃ ଡେଙ୍ଗୁ ରୋଗର ଲକ୍ଷଣ, ଏଥିପାଇଁ ଏଲିସା ଟେଷ୍ଟ୍ ବା enzyme-linked immunoassay(ELISA) ଟେଷ୍ଟ୍ କରାଯାଏ । ମାତ୍ର ଏହାର ଅର୍ଥ ନୁହେଁ ଯେ, ଯେଉଁ ବ୍ୟକ୍ତିଙ୍କର ପ୍ଲେଟ୍ଲେଟ୍ କମ୍ ଥିବ, ତାଙ୍କୁ ଡେଙ୍ଗୁ ହୋଇଥିବ(Low platelet count does not always mean dengue) ।
ଏହା ଅନ୍ୟ ରୋଗ କାରଣରୁ ମଧ୍ୟ ହୋଇପାରେ ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ସନ୍ଦୀପ ଚୌଧରୀ କହିଛନ୍ତି । ସେ କହିଛନ୍ତି ଯେ, ପ୍ଲେଟ୍ଲେଟ୍-ଡେଙ୍ଗୁ ସମ୍ପର୍କକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅନେକ ଦ୍ୱନ୍ଦ୍ୱ ରହିଛି । ଲୋକମାନେ, ପ୍ଲେଟ୍ଲେଟ୍ ହ୍ରାସ ଘଟିବା ମାତ୍ରେ ଏହା ଡେଙ୍ଗୁ ବୋଲି ଭାବିନିଅନ୍ତି । କିନ୍ତୁ, ବାସ୍ତବତା ଏହିପରି ନୁହେଁ ।
ଟାଇଫଏଡ୍ ଏବଂ ଭାଇରାଲ୍ ଜ୍ୱର ଭଳି ଅନେକ ରୋଗ ଅଛି, ଯେଉଁଥିରେ ପ୍ଲେଟ୍ଲେଟ୍ ମଧ୍ୟ କମିଯାଏ ବୋଲି ଡ. ଚୌଧରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ଲେଟ୍ଲେଟ୍ ଗୁଡିକ ରକ୍ତ ଜମାଟ ବାନ୍ଧିବା ପାଇଁ ଉଦ୍ଦିଷ୍ଟ । ସାଧାରଣ ପ୍ଲେଟ୍ଲେଟ୍ ଗଣନା 1.5 ଲକ୍ଷରୁ ଚାରି ଲକ୍ଷ ମଧ୍ୟରେ ବୋଲି ବିବେଚନା କରାଯାଏ । ଯଦି ପ୍ଲାଲେଟ ଗଣନା ୧୦, ୦୦୦ରୁ କମ୍ ନଥାଏ ଏବଂ କୌଣସି ସକ୍ରିୟ ରକ୍ତସ୍ରାବ ନହୁଏ ତେବେ ରୋଗୀ ପ୍ଲେଟ୍ଲେଟ୍ ଟ୍ରାନ୍ସଫ୍ୟୁଜନ୍ ଆବଶ୍ୟକ କରେ ନାହିଁ ।