ଓଡିଶା

odisha

ETV Bharat / sukhibhava

ଚେତାଇଲେ ବିଶେଷଜ୍ଞ ! ଲଙ୍ଗ୍ କୋଭିଡ୍ ଲକ୍ଷଣ ବାସ୍ତବରେ ମେନୋପୋଜ୍ ହୋଇପାରେ - ପେରିମେନୋପୋଜ୍

ପେରିମେନୋପୋଜ୍ ସମୟରେ ମହିଳାମାନଙ୍କଠାରେ ଦେଖା ଯାଉଥିବା ଲକ୍ଷଣକୁ ସେମାନେ ଲଙ୍ଗ୍ କୋଭିଡ ବୋଲି ଭାବୁଛନ୍ତି(Long Covid may actually be onset of menopause for women, say experts) । ଏହା ମେନୋପୋଜ୍ ସୃଷ୍ଟି କରିପାରେ, ବିଶେଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି କହିଲେ ବିଶେଷଜ୍ଞ । ଅଧିକ ପଢନ୍ତୁ

menopause
menopause

By

Published : Jan 2, 2023, 12:29 PM IST

Updated : Jan 2, 2023, 2:01 PM IST

ଲଣ୍ଡନ: ପେରିମେନୋପୋଜ୍(perimenopause) ସମୟରେ ମହିଳାମାନଙ୍କ ଠାରେ ଥକାପଣ, ମାଂସପେଶୀ ଯନ୍ତ୍ରଣା ଏବଂ ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖାଯାଏ । ମାତ୍ର କିଛି ମହିଳା ଏହାକୁ ଲଙ୍ଗ୍ କୋଭିଡ୍ ବୋଲି କହିଥାନ୍ତି । କିନ୍ତୁ ପ୍ରକୃତରେ ସେମାନେ ମେନୋପୋଜ୍ ସମସ୍ୟା ଦେଇ ଗତିକରିଥାନ୍ତି ଏବଂ ଏହି ସମୟରେ ହରମୋନ୍ ରିପ୍ଲେସମେଣ୍ଟ ଥେରାପି (Hormone Replacement Therapy, HRT) ଆବଶ୍ୟକ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

ସାଉଥମ୍ପଟନ୍ ବିଶ୍ୱବିଦ୍ୟାଳୟର ନେତୃତ୍ୱରେ ଦୀର୍ଘ କୋଭିଡ୍ ବା ଲଙ୍ଗ୍‌ କୋଭିଡ୍‌ରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କୁ ନେଇ ଏକ ପରୀକ୍ଷଣ କରାଯାଇ ଥିଲା । ସର୍ଭେରେ ସାମିଲ ଥିବା ବ୍ୟକ୍ତିଙ୍କ ହାରାହାରି ବୟସ 46.5 ଥିବାବେଳେ ଏଥିରେ 82.5 ପ୍ରତିଶତ ମହିଳା ସାମିଲ ହୋଇଥିଲେ । ପେରିମେନୋପାଜ୍ ଏବଂ ମେନୋପାଜ୍ ସମୟରେ ମହିଳାଙ୍କ ଦ୍ବାରା ଅନୁଭୂତ ହୋଇଥିବା ଅବସ୍ଥାର ଲକ୍ଷଣ ଗୁଡିକ ଅସ୍ପଷ୍ଟ ଏବଂ ଅତ୍ୟଧିକ ଅଲଗା ହୋଇଯାଏ, ଯେପରିକି ଥକ୍କା, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡ ବୁଲାଇବା ଏବଂ ଶୋଇବାରେ ସମସ୍ୟା ଆଦି ଦେଖାଯାଇ ଥିଲା ବୋଲି ଅଧ୍ୟୟନକାରୀମାନେ କହିଛନ୍ତି । ତେବେ କହିରଖୁଛୁ ଯେ, 12 ମାସ ପର୍ଯ୍ୟନ୍ତ ମାସିକ ଋତୁସ୍ରାବ ବନ୍ଦ ହୋଇଗଲେ ଏହାକୁ ମେନୋପାଜ୍(menopause) ବୋଲି କୁହାଯାଏ । କିନ୍ତୁ ଏହା ପୂର୍ବରୁ ପେରିମୋନୋପଜ୍ ଲକ୍ଷଣ ଦେଖାଦିଏ ।

ଏହା ମଧ୍ୟ ପଢନ୍ତୁ:- World Perimenopause day: ପେରିମେନୋପଜ୍ କଣ ? ଜାଣନ୍ତୁ କାରଣ, ଲକ୍ଷଣ ଓ ନିରାକରଣ

ବିଶେଷଜ୍ଞଙ୍କ କରିବା ଅନୁସାରେ ଏହି ପେରିମେନୋପଜ୍ ସମୟରେ ଯେଉଁସବୁ ଲକ୍ଷଣ ଦେଖାଯାଏ ତାହା ଲଙ୍ଗ୍ କୋଭିଡ ଲକ୍ଷଣ ସହିତ ସମାନ ହୋଇଥାଏ । ମାତ୍ର ମହିଳାମାନେ ଏହାକୁ ଲଙ୍ଗ୍ କୋଭିଡ ଭାବି ଅବହେଳା କରିଦେଇଥାନ୍ତି । ନ୍ୟୁସନ୍ ହେଲ୍‌ଥ ରିସର୍ଚ୍ଚ ଆଣ୍ଡ ଏଜୁକେସନର ପ୍ରତିଷ୍ଠାତା ଡ଼, ଲୁଇସ୍ ନ୍ୟୁସନ୍ କହିଛନ୍ତି: "ଲଙ୍ଗ୍ କୋଭିଡ୍ ପାଇଁ କୌଣସି ଡାଇଗ୍ନୋଷ୍ଟିକ୍ ପରୀକ୍ଷା ନାହିଁ ଏବଂ ଏହାର ଲକ୍ଷଣ ପ୍ରାୟତ ମେନୋପାଜ୍, ମସ୍ତିଷ୍କ ଯନ୍ତ୍ରମା, ଥକାପଣ ଏବଂ ଗଣ୍ଠି ଯନ୍ତ୍ରଣା ସହିତ ସମାନ ହୋଇଥାଏ ।" ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲଙ୍ଗ୍ କୋଭିଡରେ ସଂକ୍ରମିତ ବୋଲି କହୁଥିବା ମହିଳାଙ୍କ ବୟସ 40 ମଧ୍ୟରେ ରହିଛି । ତେଣୁ ପ୍ରଥମେ ସନ୍ଦେହ ଦୂର କରିବା ପାଇଁ ସେମାନେ ମେନୋପୋଜ ଅନୁଭବ କରୁଛନ୍ତି କି ପରୀକ୍ଷା କରାଯିବା ଆବଶ୍ୟକ ।

ଲଙ୍ଗ୍ କୋଭିଡ୍ ନାହିଁ ବୋଲି ମୁଁ କହୁନାହିଁ, କିନ୍ତୁ ମହିଳାମାନଙ୍କୁ ହରମୋନ୍ ରିପ୍ଲେସମେଣ୍ଟ ଥେରାପି ସହିତ ସ୍କ୍ରିନିଂ କରାଯାଇ ଚିକିତ୍ସା କରାଯିବା ଉଚିତ୍ । ଯଦି HRT ଚିକିତ୍ସା ପରେ ସେମାନେ ଭଲ ନୁହନ୍ତି ଅର୍ଥାତ୍ ସେମାନଙ୍କର ମେନୋପଜ୍ ନାହିଁ ବୋଲି ଜଣାପଡେ ତେବେ ମୁଁ ବହୁତ ଖୁସି ହେବି ବୋଲି ନ୍ୟୁସନ୍ କହିଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଏହା ସମ୍ଭବ ନୁହେଁ ବୋଲି କେହି ଦୃଷ୍ଟି ଦେଉନଥିବା କହିଛନ୍ତି ନ୍ୟୁସନ୍ ।"

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ONS) ଅନୁଯାୟୀ, ପ୍ରାୟ 2.1 ନିୟୁତ ଲୋକ ବ୍ରିଟେନରେ ଲଙ୍ଗ୍ କୋଭିଡର ଲକ୍ଷଣ ଭୋଗୁଛନ୍ତି, ଯାହା ଜନସଂଖ୍ୟାର ପ୍ରାୟ 3.3 ପ୍ରତିଶତ । ONS ସର୍ବେକ୍ଷଣରେ ଅନ୍ତର୍ଭୁକ୍ତ ଲକ୍ଷଣଗୁଡ଼ିକ ହେଉଛି ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଦୁର୍ବଳତା/ଥକାପଣ, ବାନ୍ତି, ପେଟ ଯନ୍ତ୍ରଣା, ଝାଡ଼ା, ଗଳା ଯନ୍ତ୍ରଣା, କାଶ, ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା, ସ୍ୱାଦ ହରାଇବା ଏବଂ ଗନ୍ଧ ନଷ୍ଟ ଇତ୍ୟାଦି । ତେଣୁ ଏ ଦିଗରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ଲୁଇସ୍ ନ୍ୟୁସନ୍ ସୂଚାଇ ଦେଇଛନ୍ତି ।

Last Updated : Jan 2, 2023, 2:01 PM IST

ABOUT THE AUTHOR

...view details