ଓଡିଶା

odisha

ETV Bharat / sukhibhava

ଆନୋର୍ଗାଜମିଆ: ମହିଳାଙ୍କ ଜଟିଳ ଯୌନ ସମସ୍ୟା

ଶାରୀରିକ, ମାନସିକ ଓ ଭାବନାତ୍ମକ ଦୃଷ୍ଟିରୁ ଜଣେ ସୁସ୍ଥ ରହିଲେ ହିଁ ସେ ଭଲରେ ଅଛି ବୋଲି କୁହାଯାଇପାରେ । ଯୌନ ତୃପ୍ତି ମଧ୍ୟ ଜଣଙ୍କ ଜୀବନରେ ସୁଖ ଓ ଖୁସିର ପରିପୂର୍ଣ୍ଣତା ଆଣିଥାଏ । କିନ୍ତୁ ଯୈାନ ଅତୃପ୍ତି ସେମାନଙ୍କ ନକାରାତ୍ମକ ବ୍ୟବହାରର ଗୋଟିଏ କାରଣ ହୋଇପାରେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Aug 10, 2020, 11:01 PM IST

ଆନୋର୍ଗାଜମିଆ : ମହିଳାଙ୍କ ଜଟିଳ ଯୌନ ସମସ୍ୟା
ଆନୋର୍ଗାଜମିଆ : ମହିଳାଙ୍କ ଜଟିଳ ଯୌନ ସମସ୍ୟା

ଶାରୀରିକ, ମାନସିକ ଓ ଭାବନାତ୍ମକ ଦୃଷ୍ଟିରୁ ଜଣେ ସୁସ୍ଥ ରହିଲେ ହିଁ ସେ ଭଲରେ ଅଛି ବୋଲି କୁହାଯାଇପାରେ । ଯୌନ ତୃପ୍ତି ମଧ୍ୟ ଜଣଙ୍କ ଜୀବନରେ ସୁଖ ଓ ଖୁସିର ପରିପୂର୍ଣ୍ଣତା ଆଣିଥାଏ । ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ନକାରାତ୍ମକ ବ୍ୟବହାର ସେମାନଙ୍କ ଯୈାନ ଅସନ୍ତୁଷ୍ଟତାକୁ ବୁଝାଏ । ଅବଶ୍ୟ ସବୁ ମହିଳାଙ୍କ କ୍ଷେତ୍ରରେ ଏହା ସତ ହୋଇ ନପାରେ । କିନ୍ତୁ ଯୈାନ ଅତୃପ୍ତି ସେମାନଙ୍କ ନକାରାତ୍ମକ ବ୍ୟବହାରର ଗୋଟିଏ କାରଣ ହୋଇପାରେ । ନିଜେ ସୁସ୍ଥ ରହିବା ସହ ସମାଜକୁ ସୁସ୍ଥ ରଖିବା ସମସ୍ତଙ୍କର ଅଧିକାର ।

ତେଣୁ ଯୌନଗତ ଅସନ୍ତୋଷ ଜୀବନରେ ନିରାନନ୍ଦ ଓ ଦୁଃଖର କାରଣ ହୋଇଥାଏ । ଏହି ସମସ୍ୟାକୁ ଖୋଲାଖୋଲି ଭାବେ ଆଲୋଚନା କରି ତାହାର ସମାଧାନର ବାଟ ଖୋଲିବା ଦରକାର । ସାଇକୋଲୋଜିଷ୍ଟ ରଶ୍ମି ୱାଧୱା ଏ ପ୍ରସଙ୍ଗର ଆଲୋକପାତ କରିଛନ୍ତି ।

ସମ୍ଭୋଗ ବେଳେ ଚରମାନନ୍ଦର ପ୍ରାପ୍ତିର ଅନୁପସ୍ଥିତି ହିଁ ମହିଳାଙ୍କ ମଧରେ ଯୌନ ଅତୃପ୍ତିର ଅନୁଭବ ଆଣେ । ସମ୍ଭୋଗ ପ୍ରକ୍ରିୟା ସେମାନଙ୍କ ପାଇଁ ସୁଖକର ଓ ସନ୍ତୋଷଜନକ ନୁହେଁ ବୋଲି ମହିଳାମାନେ ଅନୁଭବ କରନ୍ତି । ସେମାନେ ଜାଣିପାରନ୍ତି ନାହିଁ ଯେ, ଚରମାନନ୍ଦ ପ୍ରାପ୍ତିର ଅଭାବ ହିଁ ସେମାନଙ୍କ ନିରାନନ୍ଦର ମୁଖ୍ୟ କାରଣ । ଏହି ଭାବନା ଯୋଗୁଁ ମହିଳାମାନେ ଯୌନ କାମନା ଜାଗ୍ରତ ହୁଏ ନାହିଁ । ଫଳରେ ସେମାନଙ୍କ ବୈବାହିକ ଜୀବନରେ ଅଶାନ୍ତି ସୃଷ୍ଟି ହୁଏ । କିଶୋର ଅବସ୍ଥା ବେଳେ ପ୍ରାପ୍ତବୟସ୍କ ସମ୍ଭୋଗ ନେଇଥିବା ମନୋଭାବ ହିଁ ଚରମାନନ୍ଦ ପ୍ରାପ୍ତିରେ ବିଫଳତାର କାରଣ ବୋଲି କୁହାଯାଏ ।

ବିଭ୍ରାନ୍ତିକର ସୂଚନା, ମିଥ୍ , ଅଜ୍ଞାନତା, ଭୟ ଓ ତ୍ରୁଟିପୂର୍ଣ୍ଣ ସୂଚନା ଇତ୍ୟାଦି ମହିଳାମାନଙ୍କୁ ସାମଗ୍ରିକ ଭାବେ ଓ ଓ ସମ୍ଭୋଗରୁ ଦୂରେଇ ରଖେ । ଦ୍ୱିତୀୟତଃ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଉତେଜନା ବା ‘ଆରାଉଜଲ୍ ଟାଇମ୍‌’ ଅଧିକ ହୋଇଥାଏ । ପାରସ୍ପରିକ ଦକ୍ଷତା ଓ ବୁଝାମଣାର ଅଭାବରେ ସମ୍ଭୋଗ କ୍ରିୟା ଆନନ୍ଦଦାୟକ ହୋଇ ନଥାଏ । ଏ ପ୍ରସଙ୍ଗରେ ଏକ ଜୈବିକ କାରଣ ରହିଛି । ମହିଳା ଅର୍ଗାନିଜମିକ ଡିସ୍‌ଫଙ୍କ୍‌ସନର ମୁଖ୍ୟ କାରଣ ଫ୍ରିଜିଡିଟି ହୋଇଥାଇ ପାରେ । ଏହା ଏମିତି ଏକ ସ୍ଥିତି, ଯାହା ଦ୍ୱାରା କି ମହିଳାଙ୍କ ମଧରେ ଯୌନ ଭାବନା ଉଦ୍ରେକ ହୁଏ ନାହିଁ । ସେମାନେ ଯୌନ ଉତେଜନାର ଜବାବ ଦେବାରେ ଅସମର୍ଥ ହୁଅନ୍ତି । କିନ୍ତୁ ଏଭଳି ଆଚରଣ କ୍ୱଚିତ ହିଁ ଦେଖାଯାଏ ।

ସିଚ୍ୟୁଏସନାଲ୍ ଅର୍ଗାନିଜମିକ ଡିସଫଙ୍କସନ ହେଲା ଆଉ ଏକ କାରଣ । ଏଭଳି ସ୍ଥିତିରେ ମହିଳାଙ୍କ ପାଇଁ ଚରମାନନ୍ଦ ପ୍ରାପ୍ତି କଷ୍ଟକର ହୋଇପଡେ ବା କେବଳ ନିର୍ଦ୍ଦିଷ୍ଟ ସ୍ଥିତିରେ ହିଁ ଚରମାନନ୍ଦ ପ୍ରାପ୍ତି କରନ୍ତି । ତାହା ପୁଣି କେବଳ ନିର୍ଦ୍ଦିଷ୍ଟ ପୁରୁଷଙ୍କ ସହ । ନିଜର ସ୍ୱାମୀଙ୍କ ସହ ସମ୍ଭୋଗ କ୍ରିୟାରେ ହୁଏ ତ ଜଣେ ମହିଳା ଚରମାନନ୍ଦ ହାସଲ କରିପାରନ୍ତି ନାହିଁ । କିନ୍ତୁ ଅନ୍ୟ ପୁରୁଷଙ୍କ ସହ ସେ ଚରମାନନ୍ଦ ହାସଲ କରନ୍ତି । ଫ୍ରିଜିଡିଟି ତୁଳନାରେ ସିଚ୍ୟୁଏସନାଲ ଅର୍ଗାନିଜମିକ୍ ଡିସଫଙ୍କସନ୍ ଅସାଧାରଣ ନୁହେଁ ।

ଯୌନ ଅକ୍ଷମତା ଦୁଃଖର କାରଣ ହୋଇପାରେ । ଭୁଲ ଧାରଣା, ଭୟ ଓ ଆଶଙ୍କା ହିଁ ଅପର୍ଯ୍ୟାପ୍ତ ଯୌନତାର କାରଣ ହୋଇଥାଆନ୍ତି । ମହିଳାଙ୍କ ମଧ୍ୟରେ ଯୌନ କାମନାର ଅଭାବ ଭଳି ସମ୍ବେଦନଶୀଳ ସମସ୍ୟାକୁ ସମସ୍ତେ ଖୋଲାଖୋଲି ସ୍ୱୀକାର କରି ସମାଧାନର ବାଟ ବାହାର କରିବା ଉଚିତ । ଏ ନେଇ ଥିବା ଭ୍ରାନ୍ତ ଧାରଣାକୁ ଦୂର କରାଯିବା ଦରକାର, ଯାହା ଫଳରେ କି ଓ ସମ୍ଭୋଗ କ୍ରିୟା ଏକ ସୁଖଦ ଅନୁଭୂତିରେ ପରିଣତ ହୋଇପାରିବ ।

ABOUT THE AUTHOR

...view details