ଓଡିଶା

odisha

ETV Bharat / sukhibhava

ଶରୀରର ଏହିସବୁ ଅଙ୍ଗରେ ଅତ୍ୟଧିକ ଯନ୍ତ୍ରଣା ହୋଇପାରେ କର୍କଟର କାରଣ !

କର୍କଟ ଏକ ଜଟିଳ ରୋଗ, ଯାହା ଥରେ ଆକ୍ରାନ୍ତ କଲେ ଏଥିରୁ ମୁକୁଳିବା ବହୁ କଷ୍ଟକର । ବେଳେ ବେଳେ ଏହି କାରଣରୁ ଜୀବନ ମଧ୍ୟ ଚାଲିଯାଏ । ସଠିକ୍ ସମୟରେ ରୋଗ ନିରୂପଣ ହୋଇନପାରିବା ଏହାର ମୁଖ୍ୟ କାରଣ ହୋଇଥାଏ । ତେବେ ଜାଣନ୍ତୁ କର୍କଟ ହେବା ଦ୍ବାରା ଶରୀରର କେଉଁ ଅଙ୍ଗରେ ଯନ୍ତ୍ରଣା ଅଧିକ ହୋଇଥାଏ(Which part of the body is more painful due to cancer) । ଅଧିକ ପଢନ୍ତୁ

By

Published : Nov 26, 2022, 2:00 PM IST

ଶରୀରର ଏହିସବୁ ଅଙ୍ଗରେ ଅତ୍ୟଧିକ ଯନ୍ତ୍ରଣା ହୋଇପାରେ କର୍କଟର କାରଣ !
ଶରୀରର ଏହିସବୁ ଅଙ୍ଗରେ ଅତ୍ୟଧିକ ଯନ୍ତ୍ରଣା ହୋଇପାରେ କର୍କଟର କାରଣ !

ହାଇଦ୍ରାବାଦ: କର୍କଟ ସମଗ୍ର ଶରୀରକୁ ବ୍ୟାପିବା ପରେ ଯନ୍ତ୍ରଣା ତ ନିଶ୍ଚିତ ରୂପେ ହୋଇଥାଏ, କିନ୍ତୁ ଏହାପୂର୍ବରୁ, କର୍କଟର ପ୍ରାରମ୍ଭିକ ଅବସ୍ଥାରେ ଶରୀରର ଅନେକ ସ୍ଥାନରେ ଯନ୍ତ୍ରଣା ଆରମ୍ଭ ହୁଏ । ବେଳେ ବେଳେ ଯନ୍ତ୍ରଣା ଏତେ ଅସହ୍ୟ ହୋଇଥାଏ ଯେ, ଏହି କାରଣରୁ ହିଁ ରୋଗ ଚିହ୍ନଟ ହୋଇଥାଏ । ତେବେ ଶରୀରର କେଉଁ ଅଙ୍ଗରେ ଯନ୍ତ୍ରଣା ହେବା ଦ୍ବାରା କର୍କଟର ପ୍ରାରମ୍ଭିକ ଲକ୍ଷଣ ବୋଲି ଧରାଯାଏ ଆସନ୍ତୁ ଜାଣିବା(Which part of the body is more painful due to cancer)...

ପିଠି, ପେଟ, ମେରୁଦଣ୍ଡ ଏବଂ ହାଡରେ ଯନ୍ତ୍ରଣା କର୍କଟ ରୋଗର ଲକ୍ଷଣ ବୋଲି ବିବେଚନା କରାଯାଏ । ଅନେକ ଲୋକଙ୍କର ସ୍ନାୟୁ ସମ୍ବନ୍ଧୀୟ ଯନ୍ତ୍ରଣା ମଧ୍ୟ ହୁଏ । ଏହା ନୁହେଁ ଯେ ଏହି ଯନ୍ତ୍ରଣା ସର୍ବଦା କର୍କଟ କାରଣରୁ ହୋଇଥାଏ, ଏହାର ଅନ୍ୟାନ୍ୟ କାରଣ ମଧ୍ୟ ଥାଇପାରେ ।

ପିଠି ବ୍ୟଥା:-

ଯଦି ଆପଣଙ୍କର ପିଠି ଯନ୍ତ୍ରଣା ହେଉଛି ଏବଂ ଯନ୍ତ୍ରଣା ଜାରି ରହିଛି ତେବେ ସାବଧାନ ରୁହନ୍ତୁ । ମେରୁଦଣ୍ଡର ଅସ୍ଥି ବା ଆଖପାଖରେ ଥିବା ଟିସୁ ବଢିବା ଆରମ୍ଭ କଲାବେଳେ ଏହି ଯନ୍ତ୍ରଣା ବଢିଯାଏ । ଫୁସଫୁସ କର୍କଟ, ସ୍ତନ କର୍କଟରେ ପିଠି ଯନ୍ତ୍ରଣା ଅଧିକ ହୋଇଥାଏ ।

ପେଟ ଯନ୍ତ୍ରଣା:-

ଯଦି ପେଟ କିମ୍ବା କୋଲନ୍‌ରେ କର୍କଟ ହୋଇଥାଏ, ତେବେ ପେଟରେ ଯନ୍ତ୍ରଣା ହେବାର ସମ୍ଭାବନା ଅଧିକ ଥାଏ । ଏହି କାରଣରୁ ହଠାତ୍ ପେଟରେ ଯନ୍ତ୍ରଣା ହେବା ସହ ପେଟର ତଳ ଭାଗରେ ମଧ୍ୟ ଯନ୍ତ୍ରଣା ହୋଇଥାଏ ଏବଂ ଅଧିକ ଥକା ଲାଗିଥାଏ ।

ଫୁସଫୁସ କର୍କଟ:-

ଫୁସଫୁସ କର୍କଟ ମଧ୍ୟ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟକର ହୋଇଥାଏ । ଫୁସଫୁସ କର୍କଟ ହେଉଛି ସବୁଠାରୁ ସାଧାରଣ କର୍କଟ, ଯାହାର ମେରୁଦଣ୍ଡରେ ବିସ୍ତାର ହେବାର ଆଶଙ୍କା ଅଧିକ ଥାଏ । ଏହି ଜଟିଳତା ଦ୍ବାରା ପିଠି ଯନ୍ତ୍ରଣା, ଥକାପଣ, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଏବଂ କାଶରେ ରକ୍ତ ପଡିବା ଆଦି ଲକ୍ଷଣ ଦେଖାଯାଏ ।

ABOUT THE AUTHOR

...view details