ହାଇଦ୍ରାବାଦ: ଉଚ୍ଚ ରକ୍ତଚାପ ସମସ୍ୟା ବୟସ୍କ ବ୍ୟକ୍ତିଙ୍କ ଠାରେ ଦେଖାଯାଏ ବୋଲି କୁହାଯାଏ, କିନ୍ତୁ ବର୍ତ୍ତମାନ ସମୟରେ ଏହା ଏକ ସାଧାରଣ ଶାରୀରିକ ସମସ୍ୟାରେ ପରିଣତ ହୋଇଛି । ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖରାପ ଖାଦ୍ୟ ଅଭ୍ୟାସ ହେତୁ ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ବର୍ତ୍ତମାନ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଉଛି । ଏହା ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଏକ ବିପଜ୍ଜନକ ରୋଗ ହୋଇପାରେ, କାରଣ ଏହା ହୃଦଘାତ ଏବଂ ଷ୍ଟ୍ରୋକ୍ ପରି ଅବସ୍ଥା ସୃଷ୍ଟି କରିପାରେ, ତେଣୁ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା କ'ଣ, କେମିତି ବିନା ଘରୋଇ ଉପଚାର ମାଧ୍ୟମରେ ଏହାକୁ ରୋକିବେ ଜାଣନ୍ତୁ...
ଉଚ୍ଚ ରକ୍ତଚାପ(High Blood Pressure, bp) ସମସ୍ୟା କ’ଣ ?
ଆମ ହୃଦୟ ଧମନୀ ମାଧ୍ୟମରେ ରକ୍ତ ସମଗ୍ର ଶରୀରକୁ ସଞ୍ଚାଳିତ ହୋଇଥାଏ । ଶରୀରର ସମସ୍ତ ଅଙ୍ଗ ସଠିକ୍ ଭାବରେ କାର୍ଯ୍ୟ ଜାରି ରଖିବା ପାଇଁ ଏକ ନିର୍ଦ୍ଦିଷ୍ଟ ଚାପ ସହିତ ରକ୍ତ ପ୍ରବାହ ଆବଶ୍ୟକ, କିନ୍ତୁ ଯେତେବେଳେ ଧମନୀରେ ଚାପ ବଢିଯାଏ, ଏହା ରକ୍ତ ସଞ୍ଚାଳନକୁ ପ୍ରଭାବିତ କରେ । ଯେତେବେଳେ ଧମନୀରେ ଚାପ ବଢିଥାଏ ଏହାକୁ ଉଚ୍ଚ ରକ୍ତଚାପ ଏବଂ ଯେତେବେଳେ ଚାପ କମିଯାଏ, ତାକୁ ବିପି ଲୋ' ବା ନିମ୍ନ ରକ୍ତଚାପ କହିଥାଉ ।
ପ୍ରିଭେନସନ୍ ଡଟ୍ କମ୍ ରିପୋର୍ଟ ଅନୁଯାୟୀ, ସାମଗ୍ରିକ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ରକ୍ତଚାପକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦିଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ହାଇ ବିପି ହ୍ରାସ କରିବାକୁ ଔଷଧ ଦିଅନ୍ତି, କିନ୍ତୁ କିଛି ଆୟୁର୍ବେଦିକ ଏବଂ ଘରୋଇ ଉପଚାର ଅଛି ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିପାରିବ… ଆସନ୍ତୁ ଘରୋଇ ଉପଚାର ବାବଦରେ ଜାଣିବା...
- ଉଚ୍ଚ ରକ୍ତଚାପ ସମସ୍ୟା ଥିଲେ, ଅଳ୍ପ ପରିମାଣରେ ଲୁଣ ଖାଆନ୍ତୁ । ଯଦି ସମ୍ଭବ ହୁଏ, ତେବେ ଲୁଣକୁ ସମ୍ପୂର୍ଣ୍ଣ ଛାଡିଦିଅନ୍ତୁ ।
- ଉଚ୍ଚ ରକ୍ତଚାପରେ କଫି ଏବଂ ଚା’ ସେବନ ଠାରୁ ଦୂରେଇ ରୁହନ୍ତୁ ।
- କୃତ୍ରିମ ମିଠା ଅନେକ ରୋଗର କାରଣ ହୋଇପାରେ, ଏହାକୁ ସୀମିତ ବ୍ୟବହାର କରନ୍ତୁ ।
- ଯଦି ଲୋ ବିପି ଥାଏ, ତେବେ ଦିନରେ 2000 ରୁ 4,000 ମିଲିଗ୍ରାମ ପୋଟାସିୟମ୍ ଥିବା ଖାଦ୍ୟ ଖାଆନ୍ତୁ ।
- ଯଦି ଅଧିକ ବିପି ଥାଏ, ତେବେ ପୋଟାସିୟମର ପରିମାଣକୁ ହ୍ରାସ କରନ୍ତୁ ।