ଓଡିଶା

odisha

ETV Bharat / sukhibhava

Nephrotic Syndrome: ନେଫ୍ରୋଟିକ୍ ସିଣ୍ଡ୍ରୋମ କଣ, ଜାଣନ୍ତୁ ରୋଗ ସମ୍ପର୍କରେ

ନେଫ୍ରୋଟିକ୍ ସିଣ୍ଡ୍ରୋମ ଯେକୌଣସି ବୟସରେ ଦେଖାଗଲେ ମଧ୍ୟ ପିଲାମାନଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଏ । ତେବେ ଏହି ସିଣ୍ଡ୍ରୋମ କଣ, ଏହାର ଲକ୍ଷଣ ବାବଦରେ ଜାଣନ୍ତୁ...

By

Published : Feb 28, 2023, 2:21 PM IST

Nephrotic Syndrome
Nephrotic Syndrome

ହାଇଦ୍ରାବାଦ: ନେଫ୍ରୋଟିକ୍ ସିଣ୍ଡ୍ରୋମ ଏକ ରୋଗ ନୁହେଁ ବରଂ ଏହା ଅନେକ ଲକ୍ଷଣର ଗୋଷ୍ଠୀ । ବାସ୍ତବରେ ଏହା ଏକ କିଡନୀ ସମସ୍ୟା । କିଡନୀ ସଠିକ୍ ଭାବରେ କାର୍ଯ୍ୟ କରିବାରେ ଅକ୍ଷମତା ହେତୁ ଏହି ସମସ୍ୟା ଦେଖାଦେଇଥାଏ । ଯଦିଓ ନେଫ୍ରୋଟିକ୍ ସିଣ୍ଡ୍ରୋମ ଯେକୌଣସି ବୟସରେ ହୋଇପାରେ, କିନ୍ତୁ ପିଲାମାନଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଏ । ଏହି ସମସ୍ୟାରେ କିଡନୀରୁ ମୂତ୍ର ମାଧ୍ୟମରେ ଅଧିକ ପରିମାଣର ପ୍ରୋଟିନ୍ ନିର୍ଗତ ହୋଇଥାଏ ।

ଯେତେବେଳେ ଏହା ଘଟେ, ନେଫ୍ରୋଟିକ୍ ସିଣ୍ଡ୍ରୋମର ଆଶଙ୍କା ବଢିଯାଏ । ଏହି ସମସ୍ୟା ଅନେକ ବିପଦ ସୃଷ୍ଟି କରିପାରେ । ତେବେ ନେଫ୍ରୋଟିକ୍ ସିଣ୍ଡ୍ରୋମ କଣ, କାହିଁକି ହୋଇଥାଏ, ଜାଣନ୍ତୁ...

ଏହା ମଧ୍ୟ ପଢନ୍ତୁ:-Rare Disease Day: ସଚେତନ ରହିଲେ ବିରଳ ରୋଗ ବି ଦୂର ହୋଇପାରିବ

ନେଫ୍ରୋଟିକ୍ ସିଣ୍ଡ୍ରୋମ୍ କ'ଣ ?

ଏକ ସ୍ୱାସ୍ଥ୍ୟ ୱେବସାଇଟ୍ ଅନୁଯାୟୀ, ନେଫ୍ରୋଟିକ୍ ସିଣ୍ଡ୍ରୋମ୍ ଏକ ସାଧାରଣ ସମସ୍ୟା । ଏହା 2 ରୁ 6 ବର୍ଷର ପିଲାମାନଙ୍କଠାରେ ଅଧିକ ଦେଖାଯାଏ । ଶରୀରର ବିଷାକ୍ତ ପଦାର୍ଥ ବାହାର କରି କିଡନୀ ଡିଟକ୍ସ କରିଥାଏ । କିନ୍ତୁ ଯେତେବେଳେ କିଡନୀରେ ଥିବା ଛିଦ୍ରଗୁଡ଼ିକ ବଡ଼ ହୋଇଯାଏ, ସେତେବେଳେ କିଡନୀ ପରିସ୍ରା ସହିତ ପ୍ରୋଟିନ୍ ବାହାର କରିବା ଆରମ୍ଭ କରେ । ଏହି କାରଣରୁ ଶରୀରରେ ପ୍ରୋଟିନର ଅଭାବ ଆରମ୍ଭ ହୁଏ ଏବଂ ନେଫ୍ରୋଟିକ୍ ସିଣ୍ଡ୍ରୋମ ବଢିଯାଏ । ପ୍ରୋଟିନର ଅଭାବ କାରଣରୁ ପେଟ ଫୁଲା ଏବଂ ପେଟରେ ଯନ୍ତ୍ରଣା, ଆଖି-ଚର୍ମ ସମସ୍ୟା ଏବଂ କୋଲେଷ୍ଟ୍ରଲ ବୃଦ୍ଧି ପାଇପାରେ ।

ଏହା ମଧ୍ୟ ପଢନ୍ତୁ:-National Science Day: ସିଭି ରମଣଙ୍କ 'ଆଲୋକ ରଶ୍ମି' ବିଜ୍ଞାନରେ ଭରିଥିଲା ନୂଆ କିରଣ

ଲକ୍ଷଣ:-

ନେଫ୍ରୋଟିକ୍ ସିଣ୍ଡ୍ରୋମ ହେଲେ କେତେକ ସାଧାରଣ ଲକ୍ଷଣ ଦେଖାଯାଏ, ସେଗୁଡିକ ହେଉଛି ଦୁର୍ବଳ ଓ ଥକ୍କା ଲାଗିବା, ଭୋକ ନଲାଗିବା, ହଠାତ୍ ଓଜନ ବୃଦ୍ଧି, ଚର୍ମ ଘା' ଏବଂ ଦାଗ, ଚର୍ମରେ ଶୁଷ୍କତା, କୋଲେଷ୍ଟ୍ରଲ ବୃଦ୍ଧି, ପରିସ୍ରା ରଙ୍ଗ ଲାଲ କିମ୍ବା ଗାଢ ହଳଦିଆ ଇତ୍ୟାଦି । ଏସବୁ ଲକ୍ଷଣ ଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍ ।

ନେଫ୍ରୋଟିକ୍ ସିଣ୍ଡ୍ରୋମ ଦ୍ୱାରା କେଉଁ ସମସ୍ୟାଗୁଡିକ ସୃଷ୍ଟି ହୁଏ ?

ଏହା କେବଳ ଗୋଟିଏ ରୋଗ ନୁହେଁ, ଅନେକ ରୋଗ ମଧ୍ୟ ସୃଷ୍ଟି କରିପାରେ । ସଠିକ୍ ସମୟରେ ଚିକିତ୍ସା କରାନଗଲେ ନେଫ୍ରୋଟିକ୍ ସିଣ୍ଡ୍ରୋମ ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରଲ, କିଡନୀ ରୋଗ, ନିମୋନିଆ, ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ସୃଷ୍ଟି କରିପାରେ । ଯେହେତୁ ଏହା କମ୍ ବୟସର ପିଲାମାନଙ୍କୁ ଅଧିକ ହୋଇଥାଏ ତେଣୁ ପ୍ରାରମ୍ଭରୁ ଚିକିତ୍ସା କରାଇନେବା ଉଚିତ୍ ।

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ABOUT THE AUTHOR

...view details