ହାଇଦ୍ରାବାଦ: ଏକ ସୁସ୍ଥ ଶରୀର ପାଇଁ ରୋଗ ବିରୁଦ୍ଧରେ ଲଢିବା ପାଇଁ ଆମ ଶରୀର ସଶକ୍ତ ରହିବା ଆବଶ୍ୟକ। ଏବଂ ରୋଗ ହେଲେ ଟିକା ସଞ୍ଜବନୀ ଭଳି କାମ କରେ। ହେଲ ଏପରି ପରିସ୍ଥିତିରେ କେତେକ ରୋଗ ଏପରି ଯେ ଟିକା ଥାଇ ମଧ୍ୟ ବେଳେବେଳେ ଏହା ଶରୀର ଜୀବନ ପ୍ରତି ବିପଦ ହୋଇଯାଏ। ହେପାଟାଇଟିସ୍ ଏହି ରୋଗ ମଧ୍ୟରୁ ଗୋଟିଏ। ହେପାଟାଇଟିସ୍ ବାସ୍ତବରେ ଯକୃତ ସମ୍ବନ୍ଧୀୟ ଏକ ଗମ୍ଭୀର ରୋଗ ଏବଂ ଟୀକା ଉପଲବ୍ଧତା ସତ୍ତ୍ୱେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏହାର ଶିକାର ହୁଅନ୍ତି। ଆଜି ସାରା ବିଶ୍ବରେ ବିଶ୍ୱ ହେପାଟାଇଟିସ୍ ଦିବସ 2023 ପାଳନ କରାଯାଉଛି। ତେବେ ଏହି ଅବସରରେ ଏହି ରୋଗ ଜୀବନ ପ୍ରତି କାହିଁକି ବିପଦ ସୃଷ୍ଟି କରେ, ଜାଣନ୍ତୁ...
ହେପାଟାଇଟିସ୍ ରୋଗ କ’ଣ?
ହେପାଟାଇଟିସ୍ ହେଉଛି ଏକ ରୋଗ ଯାହା ହେପାଟାଇଟିସ୍ ନାମକ ଏକ ଜୀବାଣୁ ଦ୍ବାରା ହୋଇଥାଏ ଏବଂ ଏହି କାରଣରୁ ଯକୃତ ବହୁତ ଖରାପ ହୁଏ । ଏହି ରୋଗରେ ହେପାଟାଇଟିସ୍ ଜୀବାଣୁ ଯକୃତକୁ ସଂକ୍ରମିତ କରେ ଏବଂ ଯକୃତରେ ଫୁଲିଯାଇଥାଏ । କହିବାକୁ ଗଲେ ପାଞ୍ଚ ପ୍ରକାରର ହେପାଟାଇଟିସ୍ ଜୀବାଣୁ ଅଛି, ଯେଉଁଥିରେ A,B,C,D ଏବଂ E ଅନ୍ତର୍ଭୁକ୍ତ । କିନ୍ତୁ ଏହି ସମସ୍ତ ଜୀବାଣୁ ମଧ୍ୟରେ ହେପାଟାଇଟିସ୍ B,C ସବୁଠାରୁ ବିପଜ୍ଜନକ ବୋଲି ପ୍ରମାଣିତ ହୁଏ ଏବଂ ପ୍ରତିବର୍ଷ ଏହି ଦୁଇଟି କାରଣରୁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ । ଏହି ରୋଗରେ, ଯକୃତକୁ ସୁରକ୍ଷା ଦେବା ପରିବର୍ତ୍ତେ ଶରୀରର ପ୍ରତିରକ୍ଷା ପ୍ରଣାଳୀ ଏହାକୁ ଆକ୍ରମଣ କରି କ୍ଷତି ପହଞ୍ଚାଏ । ଏଥିରେ ଯକୃତ ଫୁଲିଯାଏ ଏବଂ ଯକୃତ ନଷ୍ଟ ହେବାର ଆଶଙ୍କା ଥାଏ । ଅଧିକ ଗୁରୁତର ଅବସ୍ଥାରେ ଲିଭର ଫେଲ୍ ଏବଂ ଯକୃତ କର୍କଟ ରୋଗରେ ମଧ୍ୟ ଜଣେ ବ୍ୟକ୍ତି ଆକ୍ରାନ୍ତ ହୋଇପାରେ । ସୂଚନା ଥାଉ କି, ଅତ୍ୟଧିକ ମଦ୍ୟପାନ ହେତୁ ହେପାଟାଇଟିସ୍ ହେବାର ସମ୍ଭାବନା ଅଧିକ ଥାଏ ।
ହେପାଟାଇଟିସର ଲକ୍ଷଣ: