ଓଡିଶା

odisha

ETV Bharat / sukhibhava

Cancer: ଆପଣଙ୍କ କଫି ଏହାର କାରଣ ନୁହେଁ ତ ?

ଅନେକ ମୃଦୁପାନୀୟ ଭାବେ କଫିକୁ ପସନ୍ଦ କରିଥାନ୍ତି । ତେବେ ଆପଣଙ୍କ ଏହି ମୃଦୁ ପାନୀୟ କର୍କଟର କାରଣ ନୁହେଁ ତ ? ଅଧିକ ପଢନ୍ତୁ

Cancer: ଆପଣଙ୍କ କଫି ଏହାର କାରଣ ନୁହେଁ ତ ?
Cancer: ଆପଣଙ୍କ କଫି ଏହାର କାରଣ ନୁହେଁ ତ ?

By

Published : Jun 7, 2022, 7:01 PM IST

ହାଇଦ୍ରାବାଦ: ଶତାବ୍ଦୀ ଧରି ମୃଦୁ ପାନୀୟ ଭାବେ କଫିକୁ ପିଇଥାନ୍ତି ଅନେକ । ସକାଳ ହେଲେ ଭାରତରେ ଚା' ଭଳି ବିଦେଶରେ ଅନେକ କଫି ପିଅନ୍ତି । କଫିରେ ଅନେକ ରାସାୟନିକ ପଦାର୍ଥ ରହିଥାଏ । ଏଥିରେ କେଫିନ ସହିତ କ୍ଲୋରୋଜେନିକ ଏସିଡ଼, ପ୍ୟୁଟ୍ରେସିନ ଆଦି ରହିଥାଏ । କଫି ପ୍ରସ୍ତୁତରେ ରାସାୟନିକ ପଦାର୍ଥ, ଇନସେକ୍ଟିସାଇଡ ମିଶ୍ରଣ କରାଯାଏ । ତେବେ ଆବଶ୍ୟକତାଠୁ ଅଧିକ କଫି ପିଇବା ଦ୍ବାରା ଶରୀରରେ ଅନେକ ମାରାତ୍ମକ ରୋଗ ହୋଇଥାଏ । କଫିରେ ରାସାୟନିକ ପଦାର୍ଥ ଭରପୂର ହୋଇ ରହିଥାଏ । ଏହା କିଛି ପ୍ରକାର କର୍କଟ ରୋଗର କାରଣ ହୋଇପାରେ ବୋଲି କିଛି ଅଧ୍ୟୟନରୁ ଜଣାପଡ଼ିଛି ।

କଫିରେ ଭରି ରହିଥାଏ ରାସାୟନିକ ପଦାର୍ଥ:-

କିଛି ଗବେଷଣା ଅନୁସାରେ କଫିର ଅତ୍ୟଧିକ ବ୍ୟବହାର ଅନେକ ପ୍ରକାରେ ମାରାତ୍ମକ ରୋଗ ସହିତ ଜଡିତ । ଯେକୌଣସି ପ୍ରକାର ଜିନିଷର ଆବଶ୍ୟକତାଠୁ ଅଧିକ ବ୍ୟବହାର ସ୍ବାସ୍ଥ୍ୟ ପକ୍ଷେ ହାନିକାରକ । ଏଥିରୁ କଫି କିପରି ବା ବାଦ୍‌ ପଡିବ ? ତଥାପି କିଛି ଅଧ୍ୟୟନରୁ ଜଣାପଡିଛି ଯେ ସାଧାରଣତଃ କଫି କର୍କଟ ସହିତ ଜଡିତ ନୁହେଁ । କିଛି ଅଧ୍ୟୟନରୁ ଜଣାପଡ଼ିଛି କଫି ବ୍ଲାଡର କର୍କଟ ଏବଂ ଫୁସଫୁସ କର୍କଟ ହେବାର ଆଶଙ୍କା ରହିଛି, ମାତ୍ର ଏ ନେଇ କୌଣସି ପ୍ରମାଣ ମିଳିନାହିଁ । ଅନ୍ୟପଟେ କଲୋରେକ୍ଟାଲ୍ କର୍କଟ, ଯକୃତ କର୍କଟ ଏବଂ ସ୍ତନ କର୍କଟ ଉପରେ କଫିର ପ୍ରତିରକ୍ଷା ପ୍ରଭାବ ରହିଛି ।

କଫି କର୍କଟ ରୋଗର କାରଣ ବୋଲି ଏବେ କୌଣସି ପ୍ରମାଣ ମିଳିନାହିଁ । ଏଣୁ ଏହା ଉପରେ ଅଧିକ ଅଧ୍ୟୟନ ଆବଶ୍ୟକ । କଫିରେ ଉପସ୍ଥିତ ଥିବା ପଲିଫେନୋଲ୍ କର୍କଟ ଏବଂ ଅନ୍ୟାନ୍ୟ ରୋଗ ଯଥା ଉଚ୍ଚ ରକ୍ତଚାପ ଏବଂ ହୃଦରୋଗକୁ ରୋକିବାରେ ଏକ ଉପକାରୀ ପ୍ରଭାବ ପକାଇଥାଏ । ଅନ୍ୟପଟେ କଫିରେ ଥିବା କାର୍ସିନୋଜେନିକ୍‌ ଫୁସଫୁସ, ବ୍ଲାଡର ଏବଂ ରକ୍ତ କର୍କଟ ସହିତ ଜଡିତ । କଫିରେ ଥିବା କିଛି ଉପାଦାନ କର୍କଟ ସହିତ ଜଡିତ ଥିବା ବେଳେ ଅନ୍ୟ କିଛି ଉପାଦାନ କର୍କଟ ରୋଗଠୁ ରକ୍ଷା କରିବାରେ ସହାୟକ ।

ତେବେ ଏହା ଉପରେ ମୁମ୍ବାଇ କର୍କଟ ବିଶେଷଜ୍ଞ ପ୍ରତିକ୍ରିୟା ରଖି କହିଛନ୍ତି ଯେ କଫି ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥାଏ । ଏହାକୁ ଆମ ପୂର୍ବ ପୁରୁଷ ମୃଦୁ ପାନୀୟ ଭାବେ ବ୍ୟବହାର କରି ଆସୁଛନ୍ତି । ଯେକୌଣସି ପଦାର୍ଥ ହେଉ ନା କାହିଁକି ତାର ବହୁଳ ବ୍ୟବହାର ସ୍ବାସ୍ଥ୍ୟ ପକ୍ଷେ ହାନିକାରକ । ଏହାର କମ ବ୍ୟବହାର ଦ୍ବାରା ଶରୀର ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିନଥାଏ ।

ABOUT THE AUTHOR

...view details