ଓଡିଶା

odisha

ଅନ୍ତର୍ଜାତୀୟ ମାନବ ଏକତା ଦିବସ, ଏକତା ହିଁ ସମୃଦ୍ଧ ପୃଥିବୀର ଚାବିକାଠି

By ETV Bharat Odisha Team

Published : Dec 20, 2023, 9:44 AM IST

International Human Solidarity Day: ସମସ୍ତ ଦେଶକ ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିଲେ ସମୃଦ୍ଧ ପୃଥିବୀର ଲକ୍ଷ୍ୟ ସାଧନ ହୋଇପାରିବ । ଦାରିଦ୍ର୍ୟ ହ୍ରାସ କରିବା ନିମନ୍ତେ ବିକଶିତ ଦେଶକୁ ସଚେତନତା କରିବା ପାଇଁ ପ୍ରତିବର୍ଷ ଡିସେମ୍ବର 20 ତାରିଖରେ ଅନ୍ତର୍ଜାତୀୟ ମାନବ ଏକତା ଦିବସ ପାଳନ କରାଯାଏ । ଅଧିକ ପଢ଼ନ୍ତୁ

International Human Solidarity Day
International Human Solidarity Day

ହାଇଦ୍ରାବାଦ:ବିବଧତା ମଧ୍ୟରେ ଏକତାକୁ ସମ୍ମାନ ଜଣାଇ ପ୍ରତିବର୍ଷ ଡିସେମ୍ବର 20 ତାରିଖକୁ ଅନ୍ତର୍ଜାତୀୟ ମାନବ ଏକତା ଦିବସ ଭାବେ ପାଳନ କରାଯାଏ । ମିଳିତ ଜାତିସଂଘ ଏବଂ ଏହାର ସଦସ୍ୟ ରାଷ୍ଟ୍ରଗୁଡ଼ିକ ଏହି ଦିବସ ଉପରେ ଅଧିକ ଗୁରୁତ୍ବାରୋପ କରିଥାଆନ୍ତି । ସଦସ୍ୟ ରାଷ୍ଟ୍ରଗୁଡ଼ିକର ଦାରିଦ୍ର୍ୟ ହ୍ରାସ କରିବା ତଥା ଦାରିଦ୍ର୍ୟ ହ୍ରାସ ରଣନୀତି ପ୍ରସ୍ତୁତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ବିଶ୍ବସ୍ତରରେ ଏହି ଏକତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଡିସେମ୍ବର 20 ତାରିଖକୁ ବିଶ୍ୱ ମାନବ ଏକକା ଦିବସ ଭାବେ ପାଳନ କରାଯାଇଥାଏ ।

ଦିବସର ଇତିହାସ:କୁହାଯାଏ ଏକତା ହିଁ ସବୁଠାରୁ ବଡ଼ ଶକ୍ତି । ଏକତା ରହିବା ଦ୍ବାରା ଯେ କୌଣସି ସମସ୍ୟାର ସମାଧାନ ସମ୍ଭବ ଅଟେ । ଏକତା ରହିବା ଦ୍ବାରା ସମାଜର ଗୁରୁତ୍ୱ ସାବ୍ୟସ୍ତ ହୋଇଥାଏ । ସାମାଜିକ ତଥା ଅର୍ଥନୈତିକ ବିକାଶ, ମାନବିକ ଅଧିକାର ଏବଂ ଶାନ୍ତି ପାଇଁ ମିଳିତ ଜାତିସଂଘର ପ୍ରତିଷ୍ଠା ସହିତ ବିଶ୍ୱର ଜନଜାତି ଏବଂ ରାଷ୍ଟ୍ରମାନେ ଏକାଠି ହୋଇଥିଲେ । ସ୍ଥାୟୀ ବିକାଶ ଲକ୍ଷ୍ୟ ମାଧ୍ୟମରେ ଦାରିଦ୍ର୍ୟ ତଥା ଅନାନ୍ୟ ସାମାଜିକ ପ୍ରତିବନ୍ଧକ ବିରୋଧରେ ଏକଜୁଟ ରହି ଲଢେଇ କରିବା ପାଇଁ ଏହି ଦିବସ ପାଳନ କରିବା ଉଦ୍ଦଶ୍ୟରେ ବିଭିନ୍ନ ସଦସ୍ୟ ରାଷ୍ଟ୍ରର ସରକାରଙ୍କୁ ଉତ୍ସାହିତ କରାଯାଇଥାଏ।

ପ୍ରଥମେ 2005 ମସିହାରେ ବିଶ୍ବ ଶିଖର ସମ୍ମିଳନୀରେ ଜାତିସଂଘ ସାଧାରଣ ସଭା ଦ୍ବାରା ଏହି ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହାପରେ 2005 ମସିହା ଡିସେମ୍ବର 22 ତାରିଖରେ ଏହାକୁ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା କରାଯାଇଥିଲା । ମିଳିତ ଜାତିସଂଘର ମତାନୁସାରେ ବିଶ୍ବ ମାନବ ଏକତା ଦିବସ ହେଉଛି ବିବିଧତା ମଧ୍ୟରେ ଆମର ଏକତାକୁ ପାଳନ କରିବାର ଦିନ । ଅନ୍ତର୍ଜାତୀୟ ଚୁକ୍ତିନାମା ପ୍ରତି ଦେଇଥିବା ପ୍ରତିଶୃତିକୁ ସମ୍ମାନ ଦେବା ପାଇଁ ପ୍ରତି ରାଷ୍ଟ୍ରର ସରକାରଙ୍କୁ ମନେପକେଇବା ଆଜି ଦିନର ଉଦ୍ଦେଶ୍ୟ ।

ଏହା ମଧ୍ୟ ପଢନ୍ତୁ: Hyderabad Liberation Day: କାଲି ହାଇଦ୍ରାବାଦ ମୁକ୍ତି ଦିବସ, ଜାଣନ୍ତୁ ନିଜାମ ବର୍ବରତାଠୁ ମୁକ୍ତିପଥର ଯାତ୍ରା

ଅନ୍ତର୍ଜାତୀୟ ସ୍ତରରେ ହୋଇଥିବା ବୁଝାମଣାକୁ ମନେ ପକାଇବା, ଲୋକଙ୍କୁ ଏକଜୁଟତାର ମହତ୍ତ୍ବ ବୁଝାଇବା, ସାମଗ୍ରିକ ବିକାଶ ଲାଗି ଜନତାଙ୍କୁ ପ୍ରେରିତ କରିବା ଆଜି ଦିନର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ବିଶ୍ବରେ ଅସମାନତା ଏବଂ ସାମାଜିକ ଅନ୍ୟାୟ ହ୍ରାସ ପାଇଁ ଏକତା ଏକ ସାଧନ । ଏକତା ଲୋକମାନଙ୍କର ସ୍ଥାୟୀ ବିକାଶକୁ ଆଗକୁ ନେଇଥାଏ । ଏହି କାରଣରୁ ଏକତା ଜରୁରୀ ଅଟେ । ଆଜିର ଦିନରେ ଜାତିସଂଘ କାର୍ଯ୍ୟାଳୟ ସମେତ ବିଶ୍ବର ଭିନ୍ନ ଭିନ୍ନ ଦେଶରେ ଗରିବୀ ଓ ରୋଗ ସହ ମୁକାବିଲା କରିବା ଲାଗି ଲୋକଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ବାନ କରାଯାଇଥାଏ । ଏକତା ପାଣ୍ଠି ଗଠନ ଏବଂ ଏହା ଦ୍ବାରା ଦାରିଦ୍ର ଦୂରୀକରଣ ଲକ୍ଷ୍ୟ ନେଇ ଏହି ଦିବସ ଉଦ୍ଦିଷ୍ଟ ।

ଥିମ୍‌: ପ୍ରତିବର୍ଷ ଏକ ଥିମ୍‌କୁ ନେଇ ଅନ୍ତର୍ଜାତୀୟ ମାନବ ଏକତା ଦିବସ ପାଳନ କରାଯାଇଥାଏ । ଚଳିତ ବର୍ଷର ଥିମ ରହିଛି ପରିବର୍ତ୍ତନ ପ୍ରତି ଗତିଶୀଳ (Advocate for Change)। ଏହାର ଅର୍ଥ ଅନ୍ତର୍ଜାତୀୟ ଚିନ୍ତାଧାରା ପ୍ରତି ଧ୍ୟାନ ଦେବା, ସାମାଜିକ ନ୍ୟାୟ, ସମାନତା ଏବଂ ମାନବିକ ଅଧିକାରକୁ ପ୍ରୋତ୍ସାହିତ କରୁଥିବା ଆଇନକୁ ସମର୍ଥନ କରିବା । ପ୍ରତିବର୍ଷ ଅନ୍ତର୍ଜାତୀୟ ମାନବ ଏକତା ଦିବସ ପାଳନ କରାଯାଇଥାଏ । ବିଶ୍ବରେ ରହିଥିବା ସମସ୍ୟାର ମୁକାବିଲା କରିବା, ସମନ୍ୱୟ, ସହଯୋଗ ଏବଂ ସହଭାଗିତା ମୂଲ୍ୟ ଉପରେ ଧ୍ୟାନ ଦେବା ମୂଳ ଉଦ୍ଦେଶ୍ୟ ଅଟ ।

ABOUT THE AUTHOR

...view details