ହାଇଦ୍ରାବାଦ:ଆଲୋଭେରାକୁ ସାଧାରଣତଃ ସୌନ୍ଦର୍ଯ୍ୟ ପାଇଁ ସମସ୍ତେ ବ୍ୟବହାର କରିଥାଆନ୍ତି । ପ୍ରାୟତଃ ଏହାକୁ ସ୍କିନ୍ରେ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏହାକୁ ଦାନ୍ତ ସଫାରେ ମଧ୍ୟ ବ୍ୟବହାର କରାଯାଇଥାଏ । ସକାଳୁ ଉଠିବା ମାତ୍ରେ ସମସ୍ତେ ଦାନ୍ତ ସଫା କରିବା ପାଣି ପେଷ୍ଟର ବ୍ୟବହାର କରିଥାନ୍ତି । କିନ୍ତୁ ଏହା ବଦଳରେ ଆପଣ ଆଲୋଭେରା ଜେଲକୁ ମଧ୍ୟ ବ୍ୟବହାର କରିପାରିବେ । ଆଲୋଭେରା ଜେଲ ଲଗାଇଲେ ଦାନ୍ତ ପାଇଁ ଗୋଟିଏ ନୁହେଁ ଅନେକ ଲାଭ ମିଳିଥାଏ । ଆଲୋଭେରା ଜେଲ୍ରେ ବ୍ରସ୍ କରିବା ଦ୍ବାରା କେଉଁ ସବୁ ସୁବିଧା ମିଳିଥାଏ ଜାଣନ୍ତୁ...
ହଳଦିଆ ରଙ୍ଗ ଦୂର ହୁଏ: ଦାନ୍ତ ହଳିଦିଆ ହୋଇଯିବା ଏକ ସାଧାରଣ କଥା । ଲୋକଙ୍କ ବେପରୁଆ ଦାନ୍ତ ଘଷିବା ଅଭ୍ୟାସ ଯୋଗୁଁ ଦାନ୍ତ ହଳଦିଆ ପଡିବା ଆରମ୍ଭ ହୋଇଥାଏ। ଏହାପରେ ଲୋକଙ୍କୁ ହସିବା ପାଇଁ ଇଚ୍ଛା ହୋଇନଥାଏ । ହସରେ ଗ୍ରହଣ ଲାଗିଲା ଭଳି ମନେ ହୋଇଥାଏ । ଯଦି ଦାନ୍ତରୁ ହଳଦିଆ ରଙ୍ଗ ହଟାଇବା ପାଇଁ ଚାହୁଁଛନ୍ତି, ତାହାଲେ ପେଷ୍ଟ ବଦଳରେ ଆଲୋଭେରା ଜେଲ୍ ବ୍ୟବାହର କରିପାରିବେ । ଏଥିରେ ବ୍ରସ୍ କରିବା ଦ୍ବାରା 7 ଦିନ ପରେ ଦାନ୍ତରୁ ହଳଦିଆ ରଙ୍ଗ ଦୂର ହୋଇଥାଏ ।
ସଂକ୍ରମଣରୁ ରକ୍ଷା: ଆଲୋଭେରା ଜେଲ୍ କେବଳ ଚର୍ମକୁ ସଂକ୍ରମଣରୁ ରକ୍ଷା କରେ ତାହା ନୁହେଁ ବରଂ ଏହା ପାଟିକୁ ଅନେକ ପ୍ରକାରର ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ । ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ କେବଳ ଦାନ୍ତ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରେ ନାହିଁ, ଏହାସହ ଜିଭ, କଳ ଏବଂ ପାଟିକୁ ସଂକ୍ରମଣ ଦାଉରୁ ରକ୍ଷା କରିଥାଏ ।