ଓଡିଶା

odisha

ETV Bharat / sukhibhava

ଶାରୀରିକ କାର୍ଯ୍ୟକଳାପ ଏକ ଦେଶର ଆର୍ଥିକ ସ୍ବଚ୍ଛଳତା ବଜାୟ ରଖିପାରିବ, ଜାଣନ୍ତୁ କେମିତି

ପ୍ରତିଦିନ କିଛି ନା କିଛି ଶାରୀରିକ କାର୍ଯ୍ୟ ଶରୀରରକୁ ସକ୍ରିୟ ରଖିଥାଏ । ଏହି ନିୟମ ଆପଣାଇଲେ ସୁସ୍ଥତା ବଜାୟ ରୁହେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ହେଲେ ଏହା ଆର୍ଥିକ କ୍ଷେତ୍ରରେ ମଧ୍ୟ ଏକ ଦେଶକୁ ସହାୟକ ହୋଇପାରେ । ଅଧିକ ପଢନ୍ତୁ

By

Published : Feb 18, 2023, 1:50 PM IST

physical activity
physical activity

କୋପେନହେଗନ: ସୁସ୍ଥତା ବଜାୟ ରଖିବା ପାଇଁ ଶାରୀରିକ କାର୍ଯ୍ୟକଳାପର ଆବଶ୍ୟକତା ବାବଦରେ ଅଧିକାଂଶ ଲୋକେ ଜାଣିଥିବେ ନିଶ୍ଚୟ । ପ୍ରତିଦିନ କିଛିନା କିଛି ଶାରୀରିକ କାର୍ଯ୍ୟ ଶରୀରରକୁ ସକ୍ରିୟ ରଖିଥାଏ । ଏହି ନିୟମ ଆପଣାଇଲେ ସୁସ୍ଥତା ବଜାୟ ରୁହେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ହେଲେ ଏହା ଆର୍ଥିକ କ୍ଷେତ୍ରରେ ମଧ୍ୟ ଏକ ଦେଶକୁ ସହାୟକ ହୋଇପାରେ ବୋଲି ଜାଣନ୍ତି କି । ଆଜ୍ଞା ହଁ ଶାରୀରିକ କାର୍ଯ୍ୟର ଆଉ ଏକ ଉପକାରିତା ବାବଦରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଏବଂ ଅର୍ଗାନାଇଜେସନ୍ ଫର୍ ଇକୋନୋମିକ୍ କୋର୍ପୋରେସନ ଆଣ୍ଡ୍ ଡେଭ୍ଲପମେଣ୍ଟ(OECD) ରିପୋର୍ଟ କରିଛି ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶାରୀରିକ କାର୍ଯ୍ୟକଳାପ ବୃଦ୍ଧି କରିପାରିଲେ ଜୀବନ ରକ୍ଷା ସହ ୟୁରୋପୀୟ ୟୁନିଅନ୍(EU)ର କୋଟି କୋଟି ବାର୍ଷିକ ଖର୍ଚ୍ଚ ବଞ୍ଚାଇପାରିବ । WHO ଦ୍ୱାରା ସୁପାରିଶ କରାଯାଇଥିବା ସର୍ବନିମ୍ନ ସ୍ତରରେ ଶାରୀରିକ କାର୍ଯ୍ୟକଳାପ ବୃଦ୍ଧି କରିବା ଦ୍ବାରା 2050 ସୁଦ୍ଧା 11.5 ନିୟୁତ ଅଣ-ସଂକ୍ରାମକ ରୋଗ(NCDs) ରୋକାଯାଇପାରିବ, ହଜାର ହଜାର ଅନାବଶ୍ୟକ ମୃତ୍ୟୁରୁ ରକ୍ଷା ପାଇପାରିବ ଏବଂ ସ୍ୱାସ୍ଥ୍ୟସେବା ଖର୍ଚ୍ଚରେ ବାର୍ଷିକ ୟୁରୋପୀୟ ୟୁନିଅନ୍‌ର କୋଟି ୟୁରୋ ସଞ୍ଚୟ ହୋଇପାରିବ । ଏନେଇ Xinhua ନ୍ୟୁଜ୍ ଏଜେନ୍ସି ରିପୋର୍ଟ ପ୍ରକାଶ କରିଛି ।

ଏହା ମଧ୍ୟ ପଢନ୍ତୁ:-କରାଚି ପୋଲିସ ମୁଖ୍ୟାଳୟ ଉପରେ ଆତଙ୍କୀ ଆକ୍ରମଣ, ୫ ଆତଙ୍କୀ ମୃତ

OECD କାର୍ଯ୍ୟକ୍ରମର ନେତୃତ୍ୱ ନେଉଥିବା ମାଇକେଲ୍ ସେଚ୍ଚିନି କହିଛନ୍ତି ଯେ, ଆମର ମଡେଲିଂ ଅଧ୍ୟୟନ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ, ଶାରୀରିକ କାର୍ଯ୍ୟକଳାପ ସ୍ତର ବୃଦ୍ଧି କେବଳ ସ୍ୱାସ୍ଥ୍ୟ ପାଇଁ ମହତ୍ବପୂର୍ଣ୍ଣ ନୁହେଁ, ଏହା ଯେକୌଣସି ଦେଶର ଅର୍ଥନୀତି ପାଇଁ ଏକ ସକରାତ୍ମକ ପ୍ରଭାବ ସୃଷ୍ଟି କରିବ । WHO ପରାମର୍ଶ କ୍ରମେ ସପ୍ତାହରେ 150 ମିନିଟ୍ ମଧ୍ୟମ-ତୀବ୍ର ଶାରୀରିକ କାର୍ଯ୍ୟକଳାପ ଅନୁସରଣ କରିବା ଦ୍ବାରା, ୟୁରୋପରେ ନାଗରିକମାନେ ପ୍ରତିବର୍ଷ 10,000 ରୁ ଅଧିକ ଅକାଳ ମୃତ୍ୟୁକୁ ରୋକିପାରିବେ ।

ଏହା ମଧ୍ୟ ପଢନ୍ତୁ:-Cervical cancer: କିଶୋରୀଙ୍କୁ HPV ଭ୍ୟାକ୍ସିନ୍ ଦେବାର ଆବଶ୍ୟକତା କେତେ, ଜାଣନ୍ତୁ

ରିପୋର୍ଟ ଅନୁଯାୟୀ, ୟୁଏଇ ରାଷ୍ଟ୍ରମାନେ ଯଦି ସମୁଦାୟ ଜନସଂଖ୍ୟା ମଧ୍ୟରେ ଶାରୀରିକ ନିଷ୍କ୍ରିୟତା ସମସ୍ୟାକୁ ସମାଧାନ କରନ୍ତି ତେବେ ସେମାନଙ୍କ ସ୍ୱାସ୍ଥ୍ୟସେବା ବଜେଟର ହାରାହାରି 0.6 ପ୍ରତିଶତ ସଞ୍ଚୟ ହୋଇପାରିବ ବୋଲି ଆଶା କରାଯାଉଛି । ୟୁରୋପର WHO ଆଞ୍ଚଳିକ ନିର୍ଦ୍ଦେଶକ ହାନ୍ସ କ୍ଲୁଜ୍ କହିଛନ୍ତି ଯେ, ଏହି ରିପୋର୍ଟ ଏହା ପ୍ରମାଣ କରୁଛି, ଶାରୀରିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଥିବା ନୀତିରେ ବିନିଯୋଗ କରିବା କେବଳ ବ୍ୟକ୍ତିଗତ ସୁସ୍ଥତା ଏବଂ ଜନସଂଖ୍ୟା ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ନାହିଁ, ବରଂ ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ସହାୟକ ହୋଇପାରେ ।

ABOUT THE AUTHOR

...view details