ହାଇଦ୍ରାବାଦ: ସ୍ମରଣ ଶକ୍ତି ଆମ ବ୍ୟକ୍ତିକୁ ବୃଦ୍ଧି କରିଥାଏ । ଅଧିକାଂଶ କ୍ଷେତ୍ରରେ ଏବଂ ପ୍ରତିଯୋଗିତାରେ ଆମେ ଆମ ସ୍ମରଣ ଶକ୍ତି କାରଣରୁ ଉଚ୍ଚ ପ୍ରଶଂସିତ ହୋଇଥାନ୍ତି । ତେଣୁ ଜଣେ ବ୍ୟକ୍ତିଙ୍କ ପାଇଁ ସ୍ମରଣ ଶକ୍ତି ନିହାତି ଆବଶ୍ୟକ । କିନ୍ତୁ ଏହା ଏପରି ଏକ ଜିନିଷ, ସମସ୍ତଙ୍କ ପାଖରେ ନଥାଏ । ବହୁତ୍ କମ୍ ଲୋକେ ପ୍ରଗାଢ ସ୍ମରଣ ଶକ୍ତି ନେଇ ଜନ୍ମ ହୋଇଥାନ୍ତି । ତଥାପି କେତେକ ଖାଦ୍ୟ ଓ ଜୀବନଶୈଳୀରେ ପରିବର୍ତ୍ତନ ମାଧ୍ୟମରେ ସ୍ମରଣ ଶକ୍ତି ବୃଦ୍ଧି କରାଯାଇପାରବି ।
ରିଫାଇନଡ୍ ଚିନି ଓ କାର୍ବୋ ଖାଦ୍ୟରୁ ଦୂରେଇ ରହନ୍ତୁ:-ଆବଶ୍ୟକ ଠାରୁ ଅଧିକ ଚିନି ଖାଇଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଏପରିକି ମାନସିକ ସ୍ୱାସ୍ଥ୍ୟ ଉପରେ ବି ଏହାର ପ୍ରଭାବ ପଡେ । ଖାଦ୍ୟରେ ଅଧିକ ପରିମାଣର ଚିନି ଖାଇଲେ ସ୍ମରଣ ଶକ୍ତି ହ୍ରାସ ପାଏ ବୋଲି ଗବେଷକମାନେ କହନ୍ତି । ଏସବୁ ଆଲଜାଇମର ରୋଗର ପ୍ରାରମ୍ଭିକ ଲକ୍ଷଣ ମଧ୍ୟ, ତେଣୁ ଚିନି ବା ମିଠା ଯୁକ୍ତ ଖାଦ୍ୟ, ଫଳ ଓ ପାନୀୟରୁ ଦୂରେଇ ରୁହନ୍ତୁ ।
ଜଙ୍କ୍ଫୁଡ:- ଅଧିକ ପରିମାଣରେ ଜଙ୍କ ଫୁଡ୍ ଖାଇଲେ ସ୍ମରଣ ଶକ୍ତି ପାଇଁ କ୍ଷତିକାରକ । ଏହା ରକ୍ତରେ ଶର୍କରା ସ୍ତର ବୃଦ୍ଧି କରି ପରବର୍ତୀ ପର୍ଯ୍ୟାୟରେ ମସ୍ତିଷ୍କରେ ବି କ୍ଷତି କରିଥାଏ ଜଙ୍କ୍ଫୁଡ୍ । ରିଫାଇନଡ କାର୍ବୋହାଇଡ୍ରେଟେଡ୍ ଯୁକ୍ତ ଖାଦ୍ୟ ଡିମେନସିଆ ସହ ବି ଜଡିତ । ଏହା ମସ୍ତିଷ୍କର କ୍ଷମତା ବି ହ୍ରାସ କରିଥାଏ ।
ସଠିକ୍ ଶୋଇବା ଅଭ୍ୟାସ କରନ୍ତୁ:- ଭଲ ସ୍ୱାସ୍ଥ୍ୟ ଓ ନୀରୋଗ ଜୀବନ ପାଇଁ ଭଲ ନିଦ ହେବା ଜରୁରୀ । ଭଲ ନିଦ୍ରା ସ୍ମରଣ ଶକ୍ତି ବୃଦ୍ଧି କରିଥାଏ । ଯେଉଁମାନଙ୍କର ଭଲ ନିଦ ହୁଏ ନାହିଁ, ସେମାନଙ୍କର ସ୍ମୃତି ଶକ୍ତି ଉପରେ ଏହା ନକାରାତ୍ମକ ପ୍ରଭାବ ପଡେ ବୋଲି ଅଧ୍ୟୟନରୁ ଜଣାପଡିଛି । ଭଲ ସ୍ମରଣ ଶକ୍ତି ପାଇଁ ଦିନକୁ ୭ରୁ ୯ ଘଣ୍ଟା ଭଲ ଭାବେ ଶୋଇବା ଦରକାର ।