ଓଡିଶା

odisha

ETV Bharat / sukhibhava

Low BP: ନିମ୍ନ ରକ୍ତଚାପକୁ କିପରି ନିୟନ୍ତ୍ରଣ କରିବେ, ଜାଣନ୍ତୁ - ନିମ୍ନ ରକ୍ତଚାପ ନିରାକରଣ

ନିମ୍ନ ରକ୍ତଚାପ ବା ଲୋ ବିପି ବା ହାଇପୋଟେନ୍ସନକୁ ଅବହେଳା କରନ୍ତୁ ନାହିଁ । ଏହା ଏକ ସାଧାରଣ ସମସ୍ୟା ହୋଇଥିଲେ ମଧ୍ୟ ଧୀରେ ଧୀରେ ଶରୀରକୁ ଦୁର୍ବଳ କରିଦିଏ । ଖାଦ୍ୟ ମାଧ୍ୟମରେ କିପରି ଏହାକୁ ନିୟନ୍ତ୍ରଣ କରିବେ, ଜାଣନ୍ତୁ

Etv Bharat
Etv Bharat

By

Published : Apr 13, 2023, 5:33 PM IST

ହାଇଦ୍ରାବାଦ: ଯଦି ଆପଣଙ୍କର ରକ୍ତଚାପ କମ୍ ଅଛି ତେବେ ସତର୍କ ହୋଇଯାଆନ୍ତୁ । କମ୍ ବିପି ଅର୍ଥ ହାଇପୋଟେନ୍ସନ୍, ଯାହାକୁ ପ୍ରାୟତଃ ଅଣଦେଖା କରାଯାଏ, ଏହା ବିପଜ୍ଜନକ ହୋଇପାରେ । ଔଷଧ ବିନା ଜୀବନଶୈଳୀରେ ପରିବର୍ତ୍ତନ ଆଣିପାରିଲେ ଏହି ସମସ୍ୟା ସମାଧାନ ହୋଇପାରିବ । ନିମ୍ନ ରକ୍ତଚାପ ପରିଚାଳନା ପାଇଁ କଣ କରିବେ, ଜାଣନ୍ତୁ

ଜଣେ ସାଧାରଣ ବ୍ୟକ୍ତିର BP କିପରି ରିହିବା ଉଚିତ୍ ?

ନିମ୍ନ ରକ୍ତଚାପକୁ ସାଧାରଣତଃ ଚିହ୍ନଟ କରାଯାଇ ପାରେନାହିଁ । କାରଣ ଏହାର ଲକ୍ଷଣ ପ୍ରାରମ୍ଭିକ ପର୍ଯାୟରେ ଦେଖାଯାଏନି । ଆରମ୍ଭରେ ଏହାକୁ ଚିହ୍ନଟ କରିବା ଅତ୍ୟନ୍ତ କଷ୍ଟକର । ଯଦି ଆପଣ ଜଣେ ବୟସ୍କ ଅଟନ୍ତି ତେବେ BP(ବ୍ଲଡ୍ ପ୍ରେସର୍) 120/80 mmHg ହେବା ଉଚିତ୍ । 90/60 mmHgରୁ କମ୍ BP ନିମ୍ନ ରକ୍ତଚାପ ରୂପେ ବିବେଚନା କରାଯାଏ । ଏହାକୁ ହାଇପୋଟେନ୍ସନ୍ କୁହାଯାଏ ।

ନିମ୍ନ ରକ୍ତଚାପର କାରଣ

  • ଶରୀରର ଡିହାଇଡ୍ରେସନ୍
  • ଅଧିକ ଚାପ
  • ବହୁତ ସମୟ ପର୍ଯ୍ୟନ୍ତ ଭୋକରେ ରହିବା
  • ଅସ୍ୱାସ୍ଥ୍ୟକର ଜୀବନଶୈଳୀ
  • ଗଭୀର ଆଘାତ କିମ୍ବା ଅସ୍ତ୍ରୋପଚାର

ଏହା ମଧ୍ୟ ପଢନ୍ତୁ:-ସାବଧାନ ! ଥଣ୍ଡା, ଜ୍ବର ସମୟରେ ରେଡ୍ ୱାଇନ୍ ସମେତ ଏହି ସବୁ ଖାଦ୍ୟର ପାଖ ମାଡନ୍ତୁନି

ନିମ୍ନ ରକ୍ତଚାପର ଲକ୍ଷଣ

  • ମୁଣ୍ଡ ବୁଲାଇବା
  • ଅସ୍ପଷ୍ଟ ଦର୍ଶନ
  • ଅତ୍ୟଧିକ ଥଣ୍ଡା
  • ଅତ୍ୟଧିକ ଦୁର୍ବଳତା କିମ୍ବା ଥକ୍କା

ଯଦି ଏପରି ଲକ୍ଷଣ ଶରୀରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଖାଯାଏ, ତେବେ ସତର୍କ ହେବା ଆବଶ୍ୟକ । କାରଣ ଏହା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ । ନିମ୍ନ ରକ୍ତଚାପର ସ୍ଥିତିରେ ଶରୀରର ଅଙ୍ଗକୁ ରକ୍ତ ଯୋଗାଣ ଠିକ୍ ଭାବରେ ହୋଇପାରେ ନାହିଁ । ଏହି କାରଣରୁ, ହୃଦଘାତ, ଷ୍ଟ୍ରୋକ୍ ଏବଂ ଅନ୍ୟାନ୍ୟ ଗମ୍ଭୀର ସମସ୍ୟା ଆଶଙ୍କା ଥାଏ ।

ଏହା ମଧ୍ୟ ପଢନ୍ତୁ:-ବାରମ୍ବାର ଭୋକ ଲାଗୁଛି କି ? ହୋଇପାରେ ଏହି ରୋଗ

ରକ୍ତଚାପର ପରିଚାଳନା

ଏଥିପାଇଁ ଡାଏଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ବିପି ପରିଚାଳନା ପାଇଁ କିଛି ଜିନିଷର ଯତ୍ନ ନେବା ଉଚିତ୍

  • ଅଧିକରୁ ଅଧିକ ପାଣି ପିଅନ୍ତୁ, ଯାହା ଦ୍ବାରା ଶରୀର ହାଇଡ୍ରେଟ୍ ରହିବ
  • ଲୁଣ ସହ ବିପି ସ୍ତରକୁ ସଠିକ୍ ରଖାଯାଇପାରିବ । ସେଥିପାଇଁ ଖାଦ୍ୟରେ ସୋଡିୟମର ପରିମାଣ ଠିକ୍ ରଖନ୍ତୁ
  • ଖାଦ୍ୟରେ ଚା-କଫି ପରି କ୍ୟାଫିନଯୁକ୍ତ ଜିନିଷ ହ୍ରାସ କରନ୍ତୁ
  • ଋତୁକାଳୀନ ଫଳ ଏବଂ ପନିପରିବା ଖାଆନ୍ତୁ
  • ଯଦି BPର ଅଧିକ ସମସ୍ୟା ଥାଏ ତେବେ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ABOUT THE AUTHOR

...view details