ହାଇଦ୍ରାବାଦ: ଆମ ଶରୀରର ଅଙ୍ଗଗୁଡ଼ିକ ଉତ୍ତମ କାର୍ଯ୍ୟ ପାଇଁ ଭିଟାମିନ୍ Dର ଆବଶ୍ୟକତା ରହିଛି । ଏହାର ସର୍ବୋତ୍ତମ ଉତ୍ସ ହେଉଛି ସୂର୍ଯ୍ୟ । କିନ୍ତୁ ସମ୍ପ୍ରତି ଦ୍ରୁତ ଗତିଶୀଳ ଜୀବନରେ ଲୋକମାନେ ସୂର୍ଯ୍ୟକିରଣରେ ଅଧିକ ସମୟ ବିତାଇ ପାରୁନାହାଁନ୍ତି । ଯାହାକି ଜୀବନରେ ଆମ ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ଏଣୁ ଅଧିକ ସମୟ ଘର ଭିତରେ ରହିବା ଏବଂ ବାହାରକୁ ନ ବାହାରିବା ଶରୀର ପାଇଁ ଭଲ ହୋଇନଥାଏ ।
ପୁଷ୍ଟିକର ତଥା ମଧୁମେହ ବିଶେଷଜ୍ଞ ଦିବ୍ୟା ଗୁପ୍ତା କହିଛନ୍ତି ଯେ 'ଭିଟାମିନ୍ D ହାଡ଼ର ସ୍ବାସ୍ଥ୍ୟ ବଜାୟ ରଖିବା ସହିତ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ, ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ଆମର ସ୍ନାୟୁ ପ୍ରଣାଳୀ ପାଇଁ ମଧ୍ୟ ଭଲ ହୋଇଥାଏ । ଏହାସହିତ ଆମ ମସ୍ତିଷ୍କ ମଧ୍ୟ ଭଲ ରହିଥାଏ । ' ଶାରୀରିକ ବିକାଶ ପାଇଁ ତଥା ଅଙ୍ଗ ଭଲ କାର୍ଯ୍ୟ ପାଇଁ ଭିଟାମିନ୍ ଡି ଉପକାରୀ ବୋଲି ବିବେଚନା କରାଯାଏ । ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ ଏବଂ ଆଇସିଏମ୍ଆର ଦ୍ବାରା କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ ପ୍ରାୟ 70 ପ୍ରତିଶତ ଭାରତୀୟ ଭିଟାମିନ୍ ଡି ଅଭାବରେ ପୀଡିତ ।
ଏହି ସଂଖ୍ୟାରେ ଉଭୟ ଶିଶୁ ଏବଂ ବୟସ୍କ ମଧ୍ୟ ରହିଛନ୍ତି । ଦିଲ୍ଲୀର ଜଣେ ଚିକିତ୍ସକ ଡ଼ ମଣିନ୍ଦର ସିଂ କହିଛନ୍ତି ଯେ ସୂର୍ଯ୍ୟଙ୍କଠାରୁ ଦୂରତା ଅନେକ ରୋଗର ନିମନ୍ତ୍ରଣ ଅଟେ । ସୂର୍ଯ୍ୟଙ୍କଠାରୁ ଭିଟାମିନ୍ ଡି ଶରୀରରେ କ୍ୟାଲସିୟମ୍ ଏବଂ ଫସଫେଟର ପରିମାଣ ବଢାଏ, ଯାହାକି ହାଡ, ଦାନ୍ତ ଏବଂ ମାଂସପେଶୀକୁ ଶକ୍ତିଶାଳୀ ଏବଂ ସୁସ୍ଥ କରିବାରେ ସାହାଯ୍ୟ କରିଥାଏ । ସୂର୍ଯ୍ୟକିରଣର ଅଭାବରୁ ଯୋଗୁଁ ରିକେଟ୍ ଏବଂ ଅଷ୍ଟିଓପୋରୋସିସ୍ ଭଳି ହାଡ ରୋଗ ହୋଇପାରେ ।
ଏହା ବି ପଢନ୍ତୁ: World Leprosy Day 2022: କାରଣ, ଲକ୍ଷଣ ଓ ନିରାକରଣ