ଓଡିଶା

odisha

ETV Bharat / sukhibhava

Horoscope: ଏହି ରାଶିର ବ୍ୟକ୍ତିଙ୍କର ହୋଇପାରେ ପାରିବାରିକ ଶତ୍ରୁତା, ସାବଧାନ ରହିବାକୁ ପରାମର୍ଶ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope

By ETV Bharat Odisha Team

Published : Sep 5, 2023, 12:06 AM IST

ମେଷ: ଆପଣ କାର୍ଯ୍ୟସ୍ଥଳରେ ସାହସୀ ପଦକ୍ଷେପ ନେଇପାରନ୍ତି। ଏପରିକି ଆପଣଙ୍କ ମନରେ କିଛି ଅଭିନବ ଧାରଣା ଓ ମତ ମଧ୍ୟ ଆସିପାରେ। କିନ୍ତୁ ଅପରାହ୍ନ ବେଳକୁ ଆପଣ ପୁଣି କ୍ଷତିରେ ପଡିବେ। କିଛି ଦିନ କାମରୁ ବିରତି ନେଇ ଶରୀରକୁ ବିଶ୍ରାମ ଦିଅନ୍ତୁ।

ବୃଷ:ଆଜି କିଛି ଦୀର୍ଘସ୍ଥାୟୀ ଜିନିଷ କିଛି କିଣିପାରନ୍ତି। ଏହା ପରେ ଆପଣ ଏକ ପ୍ରଦର୍ଶନୀ ଯାଇ କିଛି କଳାତ୍ମକ ଓ ଆକର୍ଷକ ଜିନିଷ ଆଣିପାରନ୍ତି।

ମିଥୁନ: ପାରିପାରିବ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ଆଜି ଆପଣଙ୍କୁ ଆଉ ଏକ ସୁଯୋଗ ମିଳିପାରେ। ଆପଣ ଅପରାହ୍ନରେ ଆପଣଙ୍କ ଘରର ରୂପ ବଦଳାଇବାକୁ ଯୋଜନା କରନ୍ତୁ। ସଂଧ୍ୟା ସୁଦ୍ଧା, ଆପଣ ଆପଣଙ୍କ ପୂର୍ବ ଅବସ୍ଥାକୁ ଆସି ଜଣେ ଛୋଟ ବେଳର ବନ୍ଧୁଙ୍କ ସହ ଏକ ଲୋକପ୍ରିୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।

କର୍କଟ: ଆଜି ଆପଣ ବହୁତ ଦିନ ଧରି ନୂଆ ଘର କିଣିବାକୁ କିମ୍ଵା ବର୍ତ୍ତମାନର ଘରକୁ ନୂଆ କରିବା ପାଇଁ କରିଥିବା ଯୋଜନାକୁ ଉପରେ କାମ କରିବା ଆରମ୍ଭ କରିବେ। ଏହି ଖର୍ଚ୍ଚଗୁଡିକ ପାଇଁ ଆପଣଙ୍କ ପାଖରେ ଯଥେଷ୍ଟ ଟଙ୍କା ହୋଇଯିବ ଓ ଏକ ବ୍ୟବସାୟରେ ମଧ୍ୟ କିଛି ଟଙ୍କା ନିବେଶ ପାଇଁ ଆପଣଙ୍କ ନିକଟରେ ଟଙ୍କା ରହିବ।

ସିଂହ: ସବୁ ପରିବାରରେ କିଛି କିଛି ସମସ୍ୟା ଥାଏ। ଆଜି ଆପଣଙ୍କର ନିଜ ଭାଇଭଉଣୀ ଓ ପରିବାରର ଅନ୍ୟ ସଭ୍ୟମାନଙ୍କ ସହ ମତଭେଦ ହୋଇପାରେ। ଟଙ୍କା ଓ ସମ୍ପତ୍ତି ଆପଣଙ୍କ ଚିନ୍ତାର ମୁଖ୍ୟ ବିଷୟ ହେବ। କାର୍ଯ୍ୟସ୍ଥଳରେ ମଧ୍ୟ ସହକର୍ମୀମାନଙ୍କ ସହ ଆନମନା ହୋଇପାରେ। ଆଜି ଆପଣଙ୍କୁ ଆପଣଙ୍କ ଭାବନାକୁ ନିୟନ୍ତ୍ରଣରେ ରଖିବାକୁ ପଡିବ।

କନ୍ୟା: ଲୋକମାନେ ଓ ସମ୍ପର୍କଗୁଡିକୁ ସମ୍ଭାଳିବାରେ ଆପଣ ଅଭିଜ୍ଞ। ଦିବସର ଦ୍ଵିତୀୟାର୍ଦ୍ଧରେ ଆପଣ କିଛି ଘଟଣାଗୁଡିକ ବିଷୟରେ ଚିନ୍ତିତ ହୋଇଯାଇପାରନ୍ତି। ଦିନର ଶେଷ ସମୟରେ ଆପଣ ଚିନ୍ତିତ ହେବେ। ମଜା ଓ କୌତୁକପୂର୍ଣ୍ଣ ସମୟ ପାଇଁ ବହୁତ ଖର୍ଚ୍ଚ ପଡିପାରେ।

ତୁଳା: ସମୟ ବହୁତ ମୂଲ୍ୟବାନ। ଆଜି ଏହି ବାକ୍ୟର ଗୁରୁତ୍ଵ ବହୁତ ରହିବ କାରଣ ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ପରିଣାମର ସମୟ ଚିହ୍ନଟ କରିବେ। ଆପଣଙ୍କ ପାଇଁ ପ୍ରତି ସେକେଣ୍ଡ ମୂଲ୍ୟବାନ ହେବ ଓ ସବୁ ଠିକ ଠାକ କରିବା ପାଇଁ ପୁରୁଣା ସମୟ ଭଳି ଯୋଜନା କରିପାରନ୍ତି।

ବିଛା: ଆଜଣା ସ୍ଥାନକୁ ସାଙ୍ଗ ସହ ବୁଲିବାକୁ ଯାଇ ଖୁସି ହେବ। କାର୍ଯ୍ୟସ୍ଥଳରେ ଆପଣ ନିଜର ଅଦ୍ଵିତୀୟ କାର୍ଯ୍ୟଦକ୍ଷତା ପାଇଁ ଧ୍ୟାନର କେନ୍ଦ୍ର ହୋଇ ରହିବେ। ବ୍ୟବସାୟ ଆପଣଙ୍କ ପାଇଁ ମଜାଦାର ଓ ଚିତ୍ତାକର୍ଷକ ହେବ।

ଧନୁ: ଆପଣଙ୍କ ପ୍ରିୟଜନଙ୍କ ସ୍ଵାର୍ଥ ରକ୍ଷା ପାଇଁ ଆପଣଙ୍କୁ ଉତ୍ତରଦାୟୀତ୍ଵ ବହନ କରିବାକୁ ପଡିପାରେ। ଅପରାହ୍ନରେ ଏକ ବ୍ୟବସାୟିକ ଯାତ୍ରାରେ ଯାଇପାରନ୍ତି। ଯୁକ୍ତି ତର୍କରୁ ଦୂରେଇ ରୁହନ୍ତୁ। ଅଧିକ ଖର୍ଚ୍ଚାନ୍ତର ଶିକାର ହୋଇପାରନ୍ତି।

ମକର: କାମ କରିବା ଓ ନିଜର ଦାବିଗୁଡିକ ପୂରଣ କରିବାରେ ଦିନ ଶେଷ ହୋଇଯିବ। ଏଥିରେ ଆପଣ ଆପଣଙ୍କ ବନ୍ଧୁ ଓ ପରିବାର ସଦସ୍ୟମାନଙ୍କୁ ଅଧିକ ସମୟ ଦେବେ। ବନ୍ଧୁଙ୍କ ସହ ଖୁସିରେ ସମୟ କାଟିବେ।

କୁମ୍ଭ: ଆପଣ ବିଭିନ୍ନ ଧାରଣାଗୁଡିକୁ ଆଜି କାର୍ଯ୍ଯକାରୀ କରିବେ ଓ କୌଶଳରେ ଲଗାଇବେ ଓ ପ୍ରଶଂସା ପାଇବେ। ଆପଣ ମଧ୍ୟ ଜୀବନକୁ ଅଧିକ ଭଲ ପାଇବେ ଓ ଏହାର ମୂଲ୍ୟ ଅଧିକ ଭଲ ଭାବେ ବୁଝିବେ। ଆଜି ମନ୍ଦିର ଭ୍ରମଣରେ ଯାଇପାରନ୍ତି।

ମୀନ: ଆଜି ଆପଣ ଦ୍ଵନ୍ଦ୍ଵରେ ରହିବେ। ଯାହା ଫଳରେ ଆପଣ ଏକ ଦୃଢ ନିଷ୍ପତ୍ତି ନେବାକୁ ସକ୍ଷମ ହେବେ ନାହିଁ। ଆପଣଙ୍କ ମନରୁ ଦ୍ଵନ୍ଦ୍ଵ ନ ବାହାରିବା ପର୍ଯ୍ୟନ୍ତ କୌଣସି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ସତର୍କତାର ସହ କାର୍ଯ୍ୟ କରନ୍ତୁ।

ABOUT THE AUTHOR

...view details