ମେଷ: ଥଣ୍ଡା, କାଶ ଏବଂ ସାମାନ୍ୟ ଅସୁସ୍ଥତା ଆପଣଙ୍କୁ ବ୍ୟସ୍ତ କରିପାରେ। କିନ୍ତୁ ଏହା ଆପଣଙ୍କର ଚିନ୍ତାଧାରା ଏବଂ ପଦକ୍ଷେପକୁ ପ୍ରଭାବିତ କରିପାରିବ ନାହିଁ । ସ୍ବାସ୍ଥ୍ୟ ସମସ୍ୟା ଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ। ବିଚଳିତ ନହୋଇ ଗୀତ ଶୁଣନ୍ତୁ।
ବୃଷ: ଏକ ଭାଗ୍ୟଶାଳୀ ଦିନ ଆପଣଙ୍କ ଅପେକ୍ଷାରେ ଅଛି । କ୍ଷମତା, ଆତ୍ମ ସମ୍ମାନ ଏବଂ ଆର୍ଥିକ ଅବସ୍ଥାରେ ଉନ୍ନତି ହେବାର ଅଛି । ଆପଣ କାର୍ଯ୍ୟରେ ପଦୋନ୍ନତି ହୋଇପାରେ କିମ୍ୱା ବ୍ୟବସାୟରେ ବଡ ପ୍ରକଳ୍ପ ପାଇପାରନ୍ତି । ବାଣିଜ୍ୟରେ କରିଥିବା କୌଣସି କାରବାର ଆପଣଙ୍କ ପାଇଁ ଲାଭଦାୟକ ହେବ ।
ମିଥୁନ: ସମସ୍ତ ବାଦବିବାଦ ଏବଂ ସଂଘର୍ଷ ପରେ ମଧ୍ୟ ଆପଣ ସମ୍ମାନିତ ହେବେ। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି। ବନ୍ଧୁମାନଙ୍କଠାରୁ ଉପହାର ଏବଂ ସହକର୍ମୀ ମାନଙ୍କଠାରୁ ସହଯୋଗ ଆଶା କରିପାରିବେ ।
କର୍କଟ: ଆଜି ସଫଳତାର ସହ ସମସ୍ତ କାର୍ଯ୍ୟ ସମାପନ ହେବ । ଆପଣ ଆପଣଙ୍କ ସିନିଅର୍ମାନଙ୍କ ସହ କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେଇପାରନ୍ତି। ଆପଣଙ୍କର ପଦୋନ୍ନତି ହୋଇପାରେ। ଆପଣଙ୍କ ପରିବାର ବର୍ଗଙ୍କ ସହ ଯୋଗାଯୋଗ କରି ଖୁସି ହେବେ ଏବଂ ଆପଣ ଏକ ନୂଆ ଜିନିଷ କରିବେ ଯାହାକି ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବ ।
ସିଂହ: ଆଜି ନିଜର ଶରୀର ପ୍ରତି ଯତ୍ନବାନ ହୁଅନ୍ତୁ। ଚିକିତ୍ସା ପାଇଁ କିଛି ଅର୍ଥ ଖର୍ଚ୍ଚ କରିପାରନ୍ତି। ଆଜି ବାହାରକୁ ଯାଇ ରାତ୍ରିଭୋଜନ କରନ୍ତୁ ନାହିଁ। ଅର୍ଥହାନୀ ଚିନ୍ତା ଆଜି ଦିନସାରା ଆପଣଙ୍କୁ ବିବ୍ରତ କରିବ। ଧ୍ୟାନ ଓ ଠାକୁରଙ୍କର ପ୍ରାର୍ଥନାରେ ନିଜକୁ ନିୟୋଜିତ କଲେ ମାନସିକ ଶାନ୍ତି ପାଇବେ।
କନ୍ୟା: ଆଜି ଆପଣ ନିଜେ କୌଣସି ନୂଆ ଦୁଃସାହାସିକ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ। ରାସ୍ତା କଡରେ ବିକ୍ରି ହେଉଥିବା ଖାଦ୍ୟ ଖାଇବା ଦ୍ବାରା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡିପାରେ। ଆପଣ ନିଜର କ୍ରୋଧକୁ ବାରଣ କରିବା ସଙ୍ଗେ ସଙ୍ଗେ ତିକ୍ତ ବାର୍ତ୍ତାଳାପକୁ ମଧ୍ୟ ସଞ୍ଜତ କରନ୍ତୁ ନଚେତ୍ ଆପଣ କିଛି ଅପ୍ରୀତିକର ଘଟଣାର ସମ୍ମୁଖୀନ ହୋଇପାରନ୍ତି। ପରିବାରର ସଦସ୍ୟଙ୍କ ସହ ତର୍କ ବିତର୍କ ଯୋଗୁଁ ଆପଣଙ୍କ ମନ ଅଶାନ୍ତ ରହିବ। ଜଳାଶୟ ବା ଜଳଠାରୁ ଦୂରତାକୁ ରକ୍ଷା କରନ୍ତୁ।