ଓଡିଶା

odisha

ETV Bharat / sukhibhava

Horoscope: ସାବଧାନ ! ଆଜି ସମ୍ପର୍କରେ ଆସିପାରେ ଫାଟ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope

By ETV Bharat Odisha Team

Published : Sep 23, 2023, 12:01 AM IST

ମେଷ: ରାଗକୁ ଦମନ କରନ୍ତୁ। ନଚେତ ସମ୍ପର୍କରେ ଫାଟ ଆସିପାରେ। ବ୍ୟାକୁଳତା ଏବଂ ଶତୃତା ମନୋଭାବ ଆପଣଙ୍କୁ କାର୍ଯ୍ୟରେ ଏକାଗ୍ରତା ରଖିବାକୁ ଦେବ ନାହିଁ । ଆପଣ ଆଜି ଅତ୍ୟନ୍ତ ସାଧାରଣ ରହିବେ । ଆପଣ ଏକ ଧର୍ମ ସ୍ଥାନକୁ ପରିଦର୍ଶନ କରିପାରନ୍ତି କିମ୍ୱା ଶୁଭ ଆୟୋଜନକୁ ନିମନ୍ତ୍ରିତ ହୋଇପାରନ୍ତି ।

ବୃଷ: ଆଜି ଆପଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ ନାହିଁ । ଉଭୟ ଶାରିରୀକ ଏବଂ ମାନସିକ ଭାବରେ ଅସ୍ଥିରତା ଅନୁଭବ କରିବାର ସମ୍ଭାବନା ରହିଛି । ଆପଣଙ୍କ ଖାଦ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇଲେ ପରିସ୍ଥିତି ଆହୁରି ଖରାପ ଆଡକୁ ଗତି କରିପାରେ। ଭ୍ରମଣ କରିବା ଏଡାନ୍ତୁ । ଆଜି ଯୋଜନା କରିଥିବା ସମସ୍ତ କାର୍ଯ୍ୟ ହୁଏତ ସମାପ୍ତ କରିବା ପାଇଁ ଆପଣ ସମର୍ଥ ହେବେ ନାହିଁ ।

ମିଥୁନ: ଆଜିର ଦିନ ପୁରା ଭାବରେ ହସ ଖୁସୀ ଏବଂ ଆନନ୍ଦରେ ଭରା ରହିବ । ଆପଣଙ୍କ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସହିତ ଆପଣ ହସ କୌତୁହଳରେ ସମୟ ବିତାଇ ପାରନ୍ତି । ଆପଣ କେତେକ ପ୍ରକାର ସାମାଜିକ ସମ୍ମାନ ଏବଂ ଖ୍ୟାତି ପାଇବାର ଆଶା ରଖନ୍ତୁ । ବୈବାହିକ ଜୀବନ ଆନନ୍ଦମୟ ହେବ ।

କର୍କଟ: ନକ୍ଷତ୍ରଗଣ ଆପଣଙ୍କ ପାଇଁ ଏକ ଆନନ୍ଦମୟ ଏବଂ ଘଟଣା ବହୁଳ ଦିନ ଗଚ୍ଛିତ କରି ରଖିଛନ୍ତି । ଆପଣ ଆଜି ଅନେକ ସଫଲତା ଏବଂ ଖୁସୀ ପାଇବାର ଆଶା କରିପାରିବେ । ଆପଣଙ୍କ ପରିବାର ସଦସ୍ୟ ଆପଣଙ୍କ ପ୍ରତି ଅନୁକୂଳ ମନୋଭାବ ନେବେ। ଘର ପରିବେଶ ଉଜ୍ଜ୍ୱଳ ଏବଂ ହସଉଲ୍ଲାସରେ ଭରା ରହିବ। ଆବଶ୍ୟକ ଜିନିଷ ଗୁଡିକରେ ଆପଣ କିଛି ଖର୍ଚ୍ଚ କରିପାରନ୍ତି ।

ସିଂହ: ଆଜି ଆପଣ ଉତ୍ତମ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ମନ ଉତ୍ସାହିତ ରହିବ । ଆପଣ ଦିନସାରା ଆଶାବାଦୀ ରହିବେ । ସମସ୍ତ ପ୍ରଚେଷ୍ଟା ଗଠନମୂଳକ ହେବ ଏବଂ ଫଳାଫଳ ଆଶାବାଦୀ ହେବ । ଆପଣଙ୍କ ପିଲାମାନଙ୍କଠାରୁ କିଛି ଭଲ ଜିନିଷ ଆଶା କରିବେ । ଆପଣଙ୍କ ବନ୍ଧୁମାନଙ୍କ ସହିତ ଏକ ହସଖୁସୀର ସନ୍ଧ୍ୟା ଆପଣ ବିତାଇବେ ।

କନ୍ୟା: ନକ୍ଷତ୍ର ଆପଣଙ୍କ ସପକ୍ଷରେ ନାହିଁ । ଦିନସାରା ବ୍ୟସ୍ତତା ଏବଂ ବ୍ୟାକୁଳତାରେ ଭରା ରହିବ । ଏହା ଆପଣଙ୍କୁ ଅନେକ ଶାରିରୀକ ଏବଂ ମାନସିକ ଷ୍ଟ୍ରେସ୍‌ ଦେଇପାରେ । ଆପଣଙ୍କ ପରିବାର ସଦସ୍ୟ ଆପଣଙ୍କ ପ୍ରତି ଅପ୍ରୀତିକର ଏବଂ ଅସହଯୋଗୀ ହୋଇ ପାରନ୍ତି । ଆପଣଙ୍କର ମାଆଙ୍କର ସ୍ୱାସ୍ଥ୍ୟ ଅନ୍ୟଏକ ବ୍ୟସ୍ତତାର କାରଣ ହୋଇପାରେ।

ତୁଳା: ଆଜି ଦିନଟି ଭଲରେ କଟିବ। ଭ୍ରାତୃ ସମ୍ପର୍କ ବଢିବ। ଦର୍ଶନୀୟ ସ୍ଥାନ ପରିଦର୍ଶନରେ ଯିବେ। ଅର୍ଥ ବ୍ୟୟ ବଢିବ। ବିଦେଶରୁ ସୁସମ୍ୱାଦ ପାଇବେ। କୌଣସି ବିବାହ କାର୍ଯ୍ୟରେ ଯୋଗ ଦେଇ ଖୁସି ହେବ। ନୂତନ କାର୍ଯ୍ୟରମ୍ଭ ପାଇଁ ଦିନଟି ଖୁବ ଭଲ ଅଟେ। ଶରୀର ଓ ମନ ଭଲ ରହିବ। ଧନ ଲଗାଣ କ୍ଷେତ୍ରରୁ ଲାଭ ବାନ ହେବେ। ସ୍ତ୍ରୀଙ୍କର ଭାଗ୍ୟ ଆପଣଙ୍କୁ ସହାୟ ହେବ।

ବିଛା: ଆଜିଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ହୋଇପାରେ । ଅନାବଶ୍ୟକ ଖର୍ଚ୍ଚ ଠାରୁ ଦୂରେଇ ରୁହନ୍ତୁ। କଥାବାର୍ତ୍ତା କଲାବେଳେ ଆପଣ ଯତ୍ନଶୀଳ ରହନ୍ତୁ, ନମ୍ର ଏବଂ ଉଲ୍ଲାସ ରହନ୍ତୁ । ଅନାବଶ୍ୟକ ଭାବରେ ନିରାଶାବାଦୀ ହୁଅନ୍ତୁ ନାହିଁ । ଧର୍ମ କାର୍ଯ୍ୟରେ ଆପଣ ଖର୍ଚ୍ଚ କରିପାରନ୍ତି ।

ଧନୁ: ଏକ ଧାର୍ମିକ କାର୍ଯ୍ୟରେ ଯୋଗ ଦେବାକୁ ଆପଣ ନିଜକୁ ପ୍ରସ୍ତୁତ ରଖନ୍ତୁ। ଯେଉଁ କାର୍ଯ୍ୟକରିବାକୁ ଆପଣ ଯୋଜନା କରିଥିଲେ, ତାହା ଆଜି ସାରିବାକୁ ସକ୍ଷମ ହେବେ। ଏହା ଆପଣଙ୍କ ଉତ୍କଣ୍ଠିତ ଚିତ୍ତକୁ ଉତ୍ସାହିତ କରିପାରେ। ଆପଣଙ୍କ ଘରେ ଏକ ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ ଏବଂ ଆପଣ ନିଜର ପ୍ରିୟଜନଙ୍କ ସଙ୍ଗ ଲାଭ କରି ଖୁସି ହେବେ। ସାମାଜିକ ଜୀବନରେ ଆପଣଙ୍କ ସମ୍ମାନ ବୃଦ୍ଧି ଘଟିପାରେ।

ମକର: ଆଜି ଦିନଟି ଆପଣଙ୍କ ଧାର୍ମୀକ କାର୍ଯ୍ୟରେ ଅତିବାହିତ ହେବ। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ଆପଣଙ୍କୁ କିଛି ଖର୍ଚ୍ଚ କରିବାକୁ ପଡିପାରେ। ଆଇନ ସମ୍ମତ କାଗଜପତ୍ର ସଂକ୍ରାନ୍ତୀୟ କର୍ମ ପାଇଁ ଆପଣ ଆଗ୍ରହ ପ୍ରକାଶ କରିପାରନ୍ତି। ମାତ୍ର ଆଦୌ କୌଣସି କାର୍ଯ୍ୟକରିବାକୁ ଆପଣଙ୍କ ଇଛା କମିଯିବ। ଦୁର୍ଘଟଣା ପ୍ରତି ସାବଧାନ ରୁହନ୍ତୁ।

କୁମ୍ଭ: ଆଜି ଆପଣଙ୍କ ପାଇଁ ଏକ ମହତ୍ୱପୁର୍ଣ୍ଣଦିନ ରହିବ। ଏହି ସମୟ ଭିତରେ ଆପଣ ପ୍ରାପ୍ତ କରିଥିବା ଲାଭ ଯୋଗୁଁ ଖୁସୀ ହେବେ। ନୂଆ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଆଜି ହେଉଛି ଉପଯୁକ୍ତ ସମୟ। ବ୍ୟବସାୟ ବାଣିଜ୍ୟରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ଫଳ ପ୍ରଦ ରହିବ। ଆପଣଙ୍କ ସମ୍ମାନ ଏବଂ ଲୋକପ୍ରୀୟତାରେ ବୃଦ୍ଧି ହେବ।

ମୀନ: ଆଜି ଦିନ ଆପଣଙ୍କ ପାଇଁ ଏକ ପ୍ରୀତିକର ଏବଂ ଉତ୍ସାହିତ ଦିନ ରହିବ। ଆପଣଙ୍କଠାରୁ ବଡ ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ। ବ୍ୟବସାୟ ହେଉ କିମ୍ୱା ସର୍ଭିସ୍‌ ହେଉ, ଆପଣ ଅନୁକୂଳ ଫଳାଫଳ ଆଶା କରିବେ। ପ୍ରତ୍ୟେକ ଜିନିଷ ଯେଉଁ ଭାବରେ ଆଗେଇବ, ଆପଣ ଦେଖି ଖୁସୀ ହେବେ । ବାପା ଏବଂ ବଡମାନଙ୍କ ଠାରୁ ଆପଣ ଲାଭ ଏବଂ ସପକ୍ଷ ଆଶା କରିପାରିବେ।

ABOUT THE AUTHOR

...view details