ଓଡିଶା

odisha

ETV Bharat / sukhibhava

Horoscope: ଅଶୁଭ ରହିବ ଏହି ରାଶିର ବ୍ୟକ୍ତିଙ୍କ ଯାତ୍ରା, ଖର୍ଚ୍ଚାନ୍ତ ହେବେ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope

By

Published : Aug 22, 2023, 12:06 AM IST

ମେଷ: ଆପଣ ଆଜି ଆଧ୍ୟାତ୍ମିକତା ଆଡକୁ ଢଳି ପଡିବେ। ଏଣୁ ଆପଣଙ୍କର ମାନସିକ ଅବସ୍ଥା ଏବଂ ଶାରୀରିକ ସୁସ୍ଥତାରେ ଅଭାବ ଦେଖାଦେବ। ଅଯଥା ଖର୍ଚ୍ଚ ବଢିପାରେ। ସଞ୍ଚିତ ଅର୍ଥକୁ କୌଣସି କାର୍ଯ୍ୟରେ ବିନିଯୋଗ କରିବେ। ଅନ୍ୟ କାହାର ସାହାଯ୍ୟ ପାଇପାରିବେ ନାହିଁ। ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଉଛି।

ବୃଷ: ଏହି ଦିନରେ ଆପଣ ବହୁତ ଖୁସିରେ ରହିବେ। ବନ୍ଧୁ ଏବଂ ପ୍ରିୟଜନ ଆପଣଙ୍କ ପରିବେଶକୁ ଖୁସିରେ ଭରପୁର କରିଦେବେ। ନୂଆ ନୁଆ ଯୋଗାଯୋଗ ଏବଂ ବନ୍ଧୁତ୍ୱ ଆପଣଙ୍କର ବ୍ୟବସାୟ ଏବଂ ପେଶା ପାଇଁ ଲାଭ ଜନକ ସାବ୍ୟସ୍ତ ହେବ। ଗୋଟିଏ ଛୋଟ ଯାତ୍ରା ଆପଣଙ୍କୁ ଆନନ୍ଦ ଦେବ। ଦିନଟି ହସଖୁସିରେ କଟିବ।

ମିଥୁନ: ଆଜି ଆପଣ ମାନସିକ ଭାବରେ ଶାନ୍ତି ଏବଂ ଶାରୀରୀକ ଭାବରେ ସୁସ୍ଥ ରହିବେ । ପେଶା କ୍ଷେତ୍ରରେ ଆପଣଙ୍କର ଆଗ୍ରହ ବଢିବ, ଯାହା ଫଳରେ ଆପଣ କାର୍ଯ୍ୟରେ ପୁରସ୍କାର ପାଇପାରନ୍ତି । ଆପଣଙ୍କ ସହକର୍ମୀ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବେ। ସମାଜରେ ଖ୍ୟାତି ବଢିବ।

କର୍କଟ: ଆଜି ଦିନଟି ମହିଳାଙ୍କ ପାଇଁ ଭାଗ୍ୟଶାଳୀ ରହିବ। ଆପଣ ଏବଂ ଛୋଟ ତୀର୍ଥ ଯାତ୍ରାରେ ଯାଇପାରନ୍ତି। ଏହା ଆପଣଙ୍କୁ ଅଧିକ ଆନନ୍ଦ ଦେବ। ମାନସିକ ଭାବରେ ଶାନ୍ତି ଏବଂ ଶାରୀରିକ ଭାବରେ ସୁସ୍ଥ ରହିବେ । ଆପଣ ଆଜି ଦିନଟି ମଧ୍ୟ ଆପଣଙ୍କ ବନ୍ଧୁ ଏବଂ ପ୍ରିୟଜନମାନଙ୍କ ସହ ଖୁସିରେ ବିତାଇବେ ।

ସିଂହ: ନିଜ କର୍ମରେ ପ୍ରତିଯୋଗୀମାନଙ୍କୁ ପରାସ୍ତ କରି ନିଜର କାର୍ଯ୍ୟକୁ ସଫଳକାମ କରିଥିବାରୁ ପ୍ରଫୁଲ୍ଳିତ ହେବେ। ଭାଇଭଊଣୀଙ୍କ ସହ ସମ୍ପର୍କ ଅତି ମଧୁମୟ ହୋଇପାରେ। ବନ୍ଧୁ ଓ ପ୍ରିୟଜନଙ୍କ ଗହଣରେ କୌଣସି ଏକ ସୌନ୍ଦର୍ଯ୍ୟମୟ ଦର୍ଶନୀୟ ସ୍ଥାନକୁ ପରିଭ୍ରମଣରେ ଯାଇପାରନ୍ତି। ଶାରିରୀକ ସୁସ୍ଥତା ଅକ୍ଷୁର୍ଣ୍ଣ ରହିପାରେ। ଅର୍ଥଲାଭର ଶୁଭ ସୂଚନା ଅଛି। ମନ ସ୍ଥିର ଓ ଶାନ୍ତ ରହିବ। ମହିଳାମାନଙ୍କଠାରୁ ଶୁଭେଚ୍ଛା ମିଳିବ। ନୂତନ କର୍ମର ଶୁଭାରମ୍ଭ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭଙ୍କର।

କନ୍ୟା: ଆଜି ଦିନଟି ସୌଭାଗ୍ୟଶାଳୀ ଅଟେ। ଆପଣଙ୍କର ମେଳାପୀ ଯୋଗୁଁ ଜନସାଧାରଣ ଆପଣଙ୍କୁ ଶ୍ରଦ୍ଧା ଓ ସ୍ନେହ କରିବେ। ପାରିବାରିକ ଶାନ୍ତି ଅତୁଟ ରହିବ। ତଥାପି ଆପଣ ନିଜର ଭାଷାକୁ ସଞ୍ଜତ ନକଲେ ମନାନ୍ତର ବା ଝଗଡା ହେବାର ସମ୍ଭାବନା ଅଛି। ଦେଣ ନେଣ କାରବାରରେ ସନ୍ତୁଷ୍ଟ ହେବେ। ହାନିକାରକ ଚିନ୍ତା ମନରୁ ଦୂରକରନ୍ତୁ। ଆପଣନିଜର ପ୍ରିୟଜନ ଓ ବନ୍ଧୁଙ୍କ ସହ ସାକ୍ଷାତ କରିବେ। ଅଳ୍ପଦିନ ପାଇଁ ପରିଭ୍ରମଣରେ ଯାଇପାରନ୍ତି।

ତୁଳା: ଆପଣ ନିଜର ଆତ୍ମବିସ୍ୱାସ ବଳରେ ଯେଉଁ କାର୍ଯ୍ୟ ହାତକୁ ନେବେ, ସେଥିରେ ସଫଳ ହେବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଶାରିରୀକ ଓ ମାନସିକ ସୁସ୍ଥତା ବଜାୟୀ ରହିବ। ମଊଜ ମଜଲିସ୍ ଏବଂ ଜିନିଷପତ୍ର କିଣାବିକାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଆପଣ ନିଜ ମନରେ ଦୃଢ଼ ବିଶ୍ୱାସ ରଖନ୍ତୁ। ସୃଜନଶୀଳ କାର୍ଯ୍ୟକଳାପରେ ଆପଣ ନିଜକୁ ବ୍ୟସ୍ତ ରଖିପାରନ୍ତି।

ବିଛା: ଆଜି ଆପଣଙ୍କର ଖର୍ଚ୍ଚର ମାତ୍ରା ଅତ୍ୟାଧିକ ହୋଇପାରେ। ବିଦେଶ ଯାତ୍ରାର ସମ୍ଭାବନା ରହିଛି। ତେବେ ଆପଣଙ୍କ ଶରୀର ଆଜି ଅସୁସ୍ଥ ରହିପାରେ। ସେଥିପାଇଁ ନିଜକୁ ଦୁଃଖି ଓ ଅସହାୟ ମନେକରିବେ। କୌଣସି ଡାକ୍ତରି ଚିକିତ୍ସା ପାଇଁ ଆଜି ଦିନଟି ଶୁଭପ୍ରଦ ନୁହେଁ | ଏପରି ଘଟଣାରୁ ନିଜକୁ ଦୂରେଇ ରଖନ୍ତୁ। ଯେଉଁଥି ପାଇଁ ଆପଣ ନିଜ ବନ୍ଧୁ ବାନ୍ଧବ ଓ ପ୍ରିୟଜନଙ୍କ ସହ ଭୁଲ ବୁଝାମଣାର ଶିକାର ହେବେ। ଜଣେ ଆତ୍ମିୟଙ୍କ ଦୁଃବ୍ୟବହାର ଯୋଗୁଁ କ୍ରୋଧିତ ହେବେ।

ଧନୁ: ଅତ୍ୟଧିକ ମାନସିକ ଚାପ ଯୋଗୁଁ ଚିଡଚିଡ ହୋଇପାରନ୍ତି। ଆଜି ଏପରି ଗୋଟିଏ ଦିନ ଯେ ଆପଣଙ୍କ ଉପରେ ବହୁ କାର୍ଯ୍ୟର ଭାର ବ୍ୟସ୍ତ ଥାଇ ମଧ୍ୟ ଅବିଚଳିତ ଭାବରେ କାର୍ଯ୍ୟକୁ ବିଶ୍ରାମହୀନ ଭାବେ ସମ୍ପୂର୍ଣ୍ଣ କରିବାରେ ସଫଳତା ପାଇବେ ଏବଂ ଆତ୍ମସନ୍ତୋଷ ଲାଭ କରିବେ। ଭଗବାନଙ୍କ ଆଶିର୍ବାଦରୁ ଆପଣଙ୍କର ଦମ୍ପତ୍ୟ ଜୀବନର ସ୍ୱାଦ ଅତ୍ୟନ୍ତ ମଧୁର ହୋଇପାରେ। ବନ୍ଧୁମାନଙ୍କ ଗହଣରେ କୌଣସି ଏକ ଦର୍ଶନୀୟ ସ୍ଥାନକୁ ପରିଭ୍ରମଣରେ ଯାଇ ଆନନ୍ଦ ଉଲ୍ଳାସରେ ସମୟ କାଟିପାରନ୍ତି। ଆର୍ଥିକ ସ୍ଥିତି ସୁଦୃଢ ହେବ।

ମକର: ଆଜି ଆପଣଙ୍କର ପାରିବାରିକ ଜୀବନ ମଧୁମୟ ହେବ। ବନ୍ଧୁ ଓ ପ୍ରିୟଜନଙ୍କ ସହ ସାକ୍ଷାତ ଲାଭ କରି ସନ୍ତୋଷ ପ୍ରକାଶ କରିବେ। ନିଜର ବ୍ୟବସାୟରେ ଆର୍ଥିକ ଉପାର୍ଜନକୁ ବ଼ଢାଇବା ପାଇଁ ବିଭିନ୍ନ ସ୍ଥାନ ବୁଲିପାରନ୍ତି। ବୃତ୍ତିଗତ ଜୀବନରେ ବହୁ ଅର୍ଥ ଉପାର୍ଜନ କରିବା ସଙ୍ଗେ ସଙ୍ଗେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ। ଆପଣଙ୍କ ଉପରିସ୍ଥ ହାକିମ ଆପଣଙ୍କର କାର୍ଯ୍ୟକଳାପରେ ସନ୍ତୋଷ ପ୍ରକାଶ କରିବେ। ଦୁର୍ଘଟଣାରୁ ନିଜକୁ ରକ୍ଷା କରିବା ପାଇଁ ସତର୍କତା ଅବଲମ୍ୱନ କରନ୍ତୁ।

କୁମ୍ଭ: ଆପଣ ନିଜର ପ୍ରତିଯୋଗୀଙ୍କ ସହ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରନ୍ତୁ ନାହିଁ। ଆଜି ଶାରିରୀକ ଅସୁସ୍ଥତା ଅନୁଭବ କରିବେ। ମାନସିକ ଶାନ୍ତି ଅବ୍ୟାହତ ରହିବ। ନିଜର ଉପରିସ୍ଥ ହାକିମଙ୍କ ସହ ମାର୍ଜିତ ବ୍ୟବହାର କରନ୍ତୁ। ମନୋରଞ୍ଜନ କାର୍ଯ୍ୟକ୍ରମରେ ଖର୍ଚ୍ଚାନ୍ତ ହେବେ। ସନ୍ତାନମାନଙ୍କ ଚିନ୍ତା ଯୋଗୁଁ ମାନସିକ ଚାପ ବଢିପାରେ। ବିଦେଶରୁ ଶୁଭଖବର ମିଳିପାରେ।

ମୀନ: ଆପଣଙ୍କର ଈର୍ଷାଳୁ ଓ ଅଶାନ୍ତ ଇର୍ଷାଳୁ ସ୍ବଭାବ ଠାରୁ ଦୂରେଇ ରୁହନ୍ତ। କେହିଜଣେ ଆପଣଙ୍କ ଛଵିକୁ ଖରାପ କିମ୍ବା ପ୍ରତିଷ୍ଠାରେ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରିବ, ତେଣୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଉଛି। ବାହାରକୁ ଯିବା ପୂର୍ବରୁ ଭଗବାନଙ୍କ ଆଶିଷ ନିଅନ୍ତୁ।

ABOUT THE AUTHOR

...view details