ମେଷ: ଆଜି ଏକ ଆନନ୍ଦ ଉଲ୍ଳାସର ଦିନ ଅଟେ। ଆପଣଙ୍କ ବିନିଯୋଗ ଅର୍ଥରୁ ପ୍ରଚୁର ଲାଭ ମିଳିବ। ଆପଣ ଅର୍ଥ ସମ୍ପନ୍ଧୀୟ ସେମିନାରରେ ଯୋଗ ଦେବେ କିମ୍ୱା ପରିଚାଳନା କରିବେ। ପୁରୁଣା ବନ୍ଧୁଙ୍କୁ ପାଇ ଖୁସି ହେବେ। ନିଜର ବୁଦ୍ଧି ଖଟାଇ ପ୍ରଜ୍ଞାଶାଳୀ ଯୋଜନା ପାଇଁ କାମ କରି ନିଜକୁ ଭାଗ୍ୟବାନ ମଣିବେ। ଅଳ୍ପଦିନ ପାଇଁ ପରିଭ୍ରମଣରେ ଯାଇ ପାରନ୍ତି। କଠିନ ପରିଶ୍ରମ କରିବା ପାଇଁ ଦିନଟି ଅତି ଶୁଭଙ୍କର ଅଟେ। ଶାରିରିକ ସୁସ୍ଥତା ଓ ମାନଶିକ ଶାନ୍ତି ଅବ୍ୟାହିତ ରହିବ।
ବୃଷ: ମିଠାକଥାରେ ସମସ୍ତଙ୍କୁ ବଶ କରିବେ । ବନ୍ଧୁଙ୍କର ସଂଖ୍ୟା ବୃଦ୍ଧି ପାଇପାରେ। ଅନେକ ଘଟଣାରେ ସଫଳ ବ୍ୟକ୍ତିତ୍ୱ ଭାବେ ପରିଚିତ ହେବେ। ନୂତନ କାର୍ଯ୍ୟର ଶୁଭାରମ୍ଭ କରିପାରନ୍ତି। ନିଜର କାର୍ଯ୍ୟ ଦକ୍ଷତା ବଳରେ ନିଜ କାର୍ଯ୍ୟରେ ମଧ୍ୟ ସଫଳତା ପାଇବେ। ଆର୍ଥିକ ସ୍ଥିତି ସ୍ୱଛଳ ରହିବ। ଆଜି ଆପଣ ଯାହା ଇଛା କରିବେ ତାହା ଅକ୍ଲେଶରେ ପାଇପାରିବେ।
ମିଥୁନ: ଆଜି ମନ ବିଚଳିତ ରହିବ। ମନରେ ଦ୍ୱନ୍ଦ ଓ ଦୁର୍ବଳ ଚିନ୍ତାଧାରା ପାଇଁ ଆପଣ କ୍ଲାନ୍ତି ଅନୁଭବ କରିବେ। କୌଣସି ଅନୈତିକ ସମ୍ପର୍କ ଆପଣଙ୍କ ପରିବାରରେ କଳହ ଆଣିବ। ଆଜି ଯାତ୍ରା ନକରି ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖନ୍ତୁ। ଖଳ ପ୍ରକୃତିର ଲୋକଙ୍କଠାରୁ ଦୂରେଇ ରୁହନ୍ତୁ। ଧ୍ୟାନ କଲେ ମାନସିକ ଶାନ୍ତି ମିଳିପାରେ।
କର୍କଟ: ଆଜି ଭାଇମାନଙ୍କଠାରୁ କିଛି ସାହାଯ୍ୟ ପାଇବେ। ବନ୍ଧୁମାନଙ୍କ ସହ ମିଳନ ଏବଂ ପ୍ରିୟଜନଙ୍କ ରୌଶ୍ୟରୁ ଆପଣ ଲାଭବାନ ହେବେ। କୌଣସି ଏକ ରମଣୀୟ ସ୍ଥାନ ଦେଖିବାକୁ ଯାଇପାରନ୍ତି। ଆଜି ଆପଣ ସବୁକାର୍ଯ୍ୟରେ ସଫଳତା ହାସଲ କରିବେ। ଶତ୍ରୁ ପରାଜିତ ହେବେ। ଆପଣଙ୍କର ଭାବାବେଗ ପ୍ରିୟଜନଙ୍କ ସହିତ ସମ୍ପର୍କୁ ବୃଦ୍ଧି କରିବେ। ସମାଜିକ ଜୀବନରେ ପ୍ରତିଭା ଓ ସମ୍ମାନ ବୃଦ୍ଧି ପାଇବ। ଆର୍ଥିକ ସ୍ୱଚ୍ଛଳତାର ବୃଦ୍ଧି ବି ହୋଇପାରେ।
ସିଂହ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ଦିନଟିକୁ କିପରି କାଟିବେ ତାହା ଆପଣଙ୍କ ବିହ୍ୱଳିତ ମନ ଠିକ୍ କରିପାରିବ ନାହିଁ। ସେ ଯାହାହେଉ ପରିବାର ସଦସ୍ୟଙ୍କ ସହଯୋଗ ଯୋଗୁଁ ଆପଣ ଖୁସିରେ ଦିନଟିକୁ କାଟିପାରିବେ। ବହୁ ଦୂରତ୍ୱରେ ରହୁଥିବା ବନ୍ଧୁଙ୍କ ସହ ନିଗୁ଼ଢ ବନ୍ଧନରେ ବାନ୍ଧିହୋଇ ପଡିବେ। ଏହି ସମ୍ପର୍କ ଆପଣଙ୍କୁ ଭବିଷ୍ୟତରେ ସାହାଯ୍ୟ ପ୍ରଦାନ କରିପାରେ। ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ। ନିଜର କଠିନ ପରିଶ୍ରମର ଫଳ ଆଜି ମିଳିବ ନାହିଁ।
କନ୍ୟା: ଆଜି ଦିନଟି ଶୁଭ ଫଳଦାୟକ ଅଟେ। ମାନସିକ ତଥା ଶାରିରୀକ ସୁସ୍ଥତା ବଜାୟ ରହିବ। ଆର୍ଥିକ ସ୍ଥିତି ସୁଦୃ଼ଢ ହେବ। ନିଜର ବନ୍ଧୁ ଓ ପ୍ରିୟନଙ୍କ ସହ ଆମୋଦ ପ୍ରମୋଦରେ ସମୟ କଟାଇବେ। ଯେକୌଣସି ଯାତ୍ରା ପାଇଁ ଦିନଟି ଶୁଭ ଅଟେ।