ମେଷ: ଆଜି ଆପଣଙ୍କ ପ୍ରିୟ ସାଥିଙ୍କ ସହିତ ସମୟ ବିତାଇବେ। ପ୍ରତିବଦ୍ଧତା ହୋଇ କାମ କରିବେ। କୌଣସି କାରଣ ପାଇଁ ଉପରିସ୍ଥ ଅଧିକାରୀମାନେ ଆପଣଙ୍କ ଉପରେ କ୍ରୋଧ କରିପାରନ୍ତି। ତଥାପି ଦିନଟି ଆପଣଙ୍କ ଫୁଲ ଓ ପ୍ରେମ ପତ୍ରରେ ପରିପୂର୍ଣ୍ଣ ରହିବ।
ବୃଷ: ଆଜି ବିଭିନ୍ନ ବୁଦ୍ଧି ମନକୁ ଆସିବ କାରଣ ଆଜି ଆପଣ ସମ୍ପୂର୍ଣ୍ଣ ସୃଜନାତ୍ମକ ମନୋଭାବରେ ରହିବେ। ଆପଣଙ୍କ ବ୍ୟବସାୟ ପ୍ରଖରତା ଆପଣଙ୍କୁ ସମସ୍ୟାଗୁଡିକର ସହଜ ସମାଧାନରେ ସାହାଯ୍ୟ କରିବ। ଅଫିସରେ କୌଣସି ଜଟିଳ ସମସ୍ୟାର ସମାଧାନ କରି ପ୍ରଶଂସିତ ହୋଇପାରନ୍ତି।
ମିଥୁନ: ଆଜି ଆପଣଙ୍କ ଭାବନା ଆପଣଙ୍କ ବିବେକ ବୁଦ୍ଧିକୁ ପ୍ରଭାବିତ କରିବ। ଆପଣ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। କିଛି ଧାର୍ମିକ ସ୍ଥାନକୁ ଯିବା ଦ୍ଵାରା ଆପଣଙ୍କ ମନକୁ ଶାନ୍ତି ମିଳିବ। ଶାନ୍ତ ମନୋଭାବ ଯୋଗୁଁ ଆପଣ ପ୍ରଶଂସିତ ହୋଇପାରନ୍ତି।
କର୍କଟ: କୌଣସି ଏକ କାର୍ଯ୍ୟରେ ସଫଳ ନହେବା କାରଣରୁ ଆପଣ ନିଜ ଉପରେ ଆତ୍ମ ବିଶ୍ବାସ ହରାଇବେ। କାର୍ଯ୍ୟକୁ ସଫଳ କରିବା ପାଇଁ କଠିନ ପରିଶ୍ରମ କରିଲେ ମଧ୍ୟ ସଫଳତା ପାଇବେ ନାହିଁ। ତେବେ ଏହି ସମସ୍ୟାରୁ ମୁକ୍ତ ପାଇବା ପାଇଁ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ।
ସିଂହ: ସକାଳୁ ଉଠୁଉଠୁ ଭଗବାନଙ୍କ ନାମ ନେବା ଦ୍ବାରା ସବୁ କାର୍ଯ୍ୟରେ ସଫଳତା ପାଇବେ। ନିଜ କାର୍ଯ୍ୟ ମାଧ୍ୟରେ ଆଜି ବ୍ୟକ୍ତିତ୍ବ ପ୍ରମାଣିତ କରିବେ। ମାନସିକ ଶାନ୍ତି ପାଇଁ ଏକ ମନ୍ଦିର ଯାଆନ୍ତୁ। ନଚେତ ଅନ୍ୟ ପକ୍ଷରେ ଘରେ ହୋମ ଯଜ୍ଞର ଆୟୋଜନ କରନ୍ତୁ।
କନ୍ୟା: ଆଜି ଆପଣଙ୍କ ଶକ୍ତି ଓ ଆର୍ଥିକ ଅବସ୍ଥା ସବୁଠାରୁ ଭଲ ରହିବ। ଆହୁରି ମଧ୍ୟ ଆଗକୁ ଯଦି କୌଣସି ଆର୍ଥିକ ସମସ୍ୟା ଆସିପାରେ ତାହା ପାଇଁ ଏବେ ଠାରୁ କିଛି ଆର୍ଥିକ ବ୍ୟବସ୍ଥା କରିବାକୁ ଚାହିଁବେ। ଆପଣଙ୍କ ଚାରିପାଖରେ ଥିବା ଲୋକମାନେ ଆଜି ଆପଣଙ୍କ ନେତୃତ୍ଵ ନେବା ଗୁଣକୁ ପ୍ରଶଂସା କରିପାରନ୍ତି।