ମେଷ: ଧୈର୍ଯ୍ୟ ଧରନ୍ତୁ। ଆପଣଙ୍କ କଠିନ ପରିଶ୍ରମର ଫଳ ମିଳିବ। ମାତ୍ର ଆପଣ ନିଜ କାର୍ଯ୍ୟ୍ୟ ବ୍ୟସ୍ତତା ଯୋଗୁଁ ଘର କଥାରେ ମନୋନିବେଶ କରିବାକୁ ସମୟ ପାଇବେ ନାହିଁ। ନିଜର ପାକସ୍ଥଳୀ ଜନିତ ଯନ୍ତ୍ରଣା ତଥା ସନ୍ତାନ ସନ୍ତତିଙ୍କ ଭବିଷ୍ୟତ ଚିନ୍ତା ଆପଣଙ୍କୁ ବ୍ୟସ୍ତ ଓ ବିବ୍ରତ କରିପାରେ। ସରକାରୀ କାର୍ଯ୍ୟ୍ୟଟିକୁ ଆପଣ ସୁଚାରୁ ରୁପେ ତୁଲାଇବାରେ ସକ୍ଷମ ହେବେ। ଆଜିଦିନଟି ମିଶ୍ରିତଫଳ ପ୍ରଦାନକାରୀ ଅଟେ।
ବୃଷ: ଆପଣଙ୍କ ଦୃଢ ବିଶ୍ୱାସ ଓ ସଂକଳ୍ପ ଆପଣଙ୍କୁ ସବୁ କାର୍ଯ୍ୟରେ ସାଫଲ୍ୟମଣ୍ଡିତ କରିପାରେ। ତେଣୁ ଆପଣଙ୍କ ହୃଦୟରେ ଖୁସିର ଲହରୀ ସୃଷ୍ଟି ହେବ। ପିତୃପକ୍ଷ ଲୋକମାନଙ୍କ ଦ୍ୱାରା ଆପଣ ଉପକୃତ ହେବାର ସମ୍ଭାବନା ଅଛି। ବିଦ୍ୟାର୍ଥୀମାନେ ନିଜ ପାଠପଢାରେ ମନୋନିବେଶ କରି ବେଶ ସଫଳତା ଅର୍ଜନ କରିପାରିବେ। ଆପଣ ନିଜର ସନ୍ତାନ ସନ୍ତତିଙ୍କ ସୁଖୀ ଭବିଷ୍ୟତ ପାଇଁ ଅର୍ଥ ସଞ୍ଚୟ କରିବେ। ନିଜର ଦାୟୀତ୍ୱକୁ ନିଜେ ବହନ କରି କୃତକାର୍ଯ୍ୟ ହେବେ।
ମିଥୁନ: ଆପଣ ନିଜର ଉପରିସ୍ଥ କର୍ମଚାରୀଙ୍କ ସହାୟତାରେ ସରକାରୀ କାର୍ଯ୍ୟକୁ ସୁଚାରୁ ରୁପେ ସମ୍ପାଦନ କରିପାରିବେ। ଆପଣଙ୍କର କାର୍ଯ୍ୟକଳାପ ସନ୍ତୋଷ ଜନକ ହୋଇଥିବାରୁ ସମସ୍ତଙ୍କର ପ୍ରଶଂସା ଭାଜନ ହୋଇପାରିବେ। ପଡୋଶୀ ଓ ବନ୍ଧୁ ମାନଙ୍କର ସହ ମତାନ୍ତର ଦୂର ହୋଇଯାଇପାରେ। ଆଜି ଆପଣଙ୍କ ଚିନ୍ତାଧାରା ଓ ବ୍ୟବହାରରେ ଏକ ବିଶେଷ ପରିବର୍ତ୍ତନ ଦେଖାଦେଇପାରେ। ନିଜର ସ୍ୱାସ୍ଥ୍ୟ ତଥା ଆର୍ଥିକ ସ୍ଥିତି ପ୍ରତି ସଚେତନ ହୁଅନ୍ତୁ।
କର୍କଟ:ନିଜକୁ ସତର୍କ ରହିବା ପାଇଁ ପ୍ରୟାସ କରନ୍ତୁ। ଆପଣଙ୍କର ଶାରୀରିକ ତଥା ମାନସିକ ସ୍ଥିତି ଭଲନଥିବାରୁ ବିଶ୍ରାମ ନେବା ଆପଣଙ୍କ ପାଇଁ ଜରୁରୀ ଅଟେ। ଅସନ୍ତୋଷ ଓ ଉଦାସ ମନୋଭାବ ଯୋଗୁଁ ମନ ବିଚଳିତ ହେବ ଏବଂ ଆପଣ ପ୍ରତିକଥାରେ ବିରକ୍ତିଭାବ ପ୍ରକାଶ କରିପାରନ୍ତି। ତେଣୁ ପରିବାରର ସଦସ୍ୟମାନଙ୍କ ନିମିତ୍ତ ନିଜର ଆଚରଣ ଓ ବ୍ୟବହାରକୁ ମାର୍ଜିତ କରନ୍ତୁ। ସର୍ବୋତ୍ତମ ଫଳ ହାସଲ କରିବାକୁ ବିଦ୍ୟାର୍ଥୀମାନେ କଠିନ ପରିଶ୍ରମ କରିବା ବାଞ୍ଛନୀୟ।
ସିଂହ: ଆତ୍ମବିଶ୍ୱାସ ଏବଂ ସ୍ୱଛମନ ନେଇ ଆପଣ ଯେ କୌଣସି ଯୋଜନାର ସଫଳ ରୂପାୟନ କରିପାରିବେ। ଏହାଦ୍ୱାରା ସାମାଜିକ ଜୀବନରେ ଆପଣଙ୍କର ମର୍ଯ୍ୟାଦା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଆପଣଙ୍କୁ ଆତ୍ମସନ୍ତୋଷ ମିଳିବ। ଆପଣଙ୍କର ପିତା ଆପଣଙ୍କୁ ପ୍ରତି ପଦକ୍ଷପରେ ସାହାଯ୍ୟ କରିବେ। ନିଜର ହିଂସ୍ରୁକ ମନୋବୃତ୍ତି ପରିହାର କରିପାରିଲେ ପରିସ୍ଥିତି ଅନ୍ୟରୁପ ନେଇପାରେ। ଆପଣ ନିଜେ ଶାରିରୀକ ଅସୁସ୍ଥତା ଭୋଗ କରିପାରନ୍ତି। ତେଣୁ ଶରୀରର ଯତ୍ନ ନେବା ବିଧେୟ ଅଟେ।
କନ୍ୟା: ନିଜ ଉପରେ ଚାପ ପଡିବ। ବନ୍ଧୁ ଓ ପ୍ରିୟଜନଙ୍କ ସଙ୍ଗେ ଯୁକ୍ତିତର୍କ କରନ୍ତୁ ନାହିଁ। ଏପରି ଅପ୍ରୀତିକର ପରିସ୍ଥିତିଠାରୁ ଦୁରେଇ ନରହିଲେ ଏହା ଆପଣଙ୍କର ଶରୀର ଉପରେ କୁପ୍ରଭାବ ପକାଇପାରେ। ଧର୍ମକାର୍ଯ୍ୟ୍ୟରେ ଯୋଗଦାନ କରି ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଧ୍ୟାନକଲେ ଆପଣ ଆପଣଙ୍କର ମାନସିକ ଶାନ୍ତି ଫେରିପାଇ ପାରନ୍ତି। ନିଜ ଶରୀରର ଯତ୍ନ ନିଅନ୍ତୁ।