ଓଡିଶା

odisha

By

Published : Mar 4, 2021, 12:11 PM IST

ETV Bharat / sukhibhava

ଲକ୍‌ଡାଉନ ସମୟରେ ଓଜନ ହ୍ରାସ କରିବେ କେମିତି ?

କୋରୋନା ଭାଇରସର ମୁକାବିଲା ପାଇଁ ଜାରି ହୋଇଥିବା ଲକଡାଉନ ମାନସିକ ଓ ଶାରୀରିକ ଭାବେ ସମସ୍ତଙ୍କୁ ପ୍ରଭାବିତ କରିଥିଲା । ଲୋକମାନେ ଘରେ ବସି ବିଶେଷ କିଛି କାମ କରୁ ନ ଥିବାରୁ ସେମାନଙ୍କ ଓଜନ ବଢିଲା । ଓଜନ ବଢିଥିବା ଲୋକଙ୍କ ସଂଖ୍ୟା ଲକଡାଉନରେ ବୃଦ୍ଧି ପାଇଲା । ତେବେ ଏହି ଲକଡାଉନ ସମୟରେ କିପରି ଓଜନ ହ୍ରାସ କରିବେ ସେ ସମ୍ପର୍କରେ ଉପଚାର ଜାଣିବା ପାଇଁ ଅଧିକ ପଢନ୍ତୁ...

ଲକ୍‌ଡାଉନ ସମୟରେ ଓଜନ ହ୍ରାସ କରିବେ କେମିତି ?
ଲକ୍‌ଡାଉନ ସମୟରେ ଓଜନ ହ୍ରାସ କରିବେ କେମିତି ?

କୋରୋନା ଭାଇରସର ମୁକାବିଲା ପାଇଁ ଜାରି ହୋଇଥିବା ଲକଡାଉନ ମାନସିକ ଓ ଶାରୀରିକ ଭାବେ ସମସ୍ତଙ୍କୁ ପ୍ରଭାବିତ କରିଥିଲା । କ୍ୱାରେଂଟାଇନ ପିରିୟଡ ଲୋକଙ୍କ ପାଇଁ ଥିଲା ବେଶ ଆହ୍ୱାନମୂଳକ । ସମସ୍ତଙ୍କର ସାଧାରଣ ରୁଟିନ ସବୁ ଏପଟ ସେପଟ ହୋଇଗଲା । ଲୋକମାନେ ଘରେ ବସି ବିଶେଷ କିଛି କାମ କରୁ ନ ଥିବାରୁ ସେମାନଙ୍କ ଓଜନ ବଢିଲା । ଓଜନ ବଢିଥିବା ଲୋକଙ୍କ ସଂଖ୍ୟା ଲକଡାଉନରେ ବୃଦ୍ଧି ପାଇଲା । କୋରୋନା ଭାଇରସ ଲକଡାଉନ ବେଳେ ଲୋକଙ୍କ ଓଜନ ବଢିବା ପଛରେ ବିଭିନ୍ନ କାରଣ ରହିଛି । ଆଳସ୍ୟପରାୟଣତା, ଶାରୀରିକ କାର୍ଯ୍ୟକଳାପର ଅଭାବ, ତ୍ରୁଟିପୂର୍ଣ୍ଣ ଖାଇବା ଅଭ୍ୟାସ ଓ ଚାପ ଭଳି କିଛି କାରଣ ଲୋକଙ୍କ ଓଜନ ବୃଦ୍ଧି କରିଥିଲା । ଦୈନିକ କ୍ୟାଲୋରୀ ଇନଟେକ୍ ଆବଶ୍ୟକରୁ ଅଧିକ ବଢିଗଲେ ଓଜନ ବଢିଥାଏ । ଲକଡାଉନ ପିରିୟଡରେ ଲୋକଙ୍କ ଦୈନିକ କ୍ୟାଲୋରୀ ପରିମାଣ ଯଥେଷ୍ଟ ଅଧିକ ଥିଲା ।

ଲୋକେ ଆଗରୁ ଏତେ ଅଧିକ କ୍ୟାଲୋରୀ କେବେ ନେଇ ନ ଥିଲେ । ସକାଳ ଚା’ ରୁ ଆରମ୍ଭ କରି ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ର ଭୋଜନ ଓ ବିଳମ୍ବିତ ରାତିର ସ୍ନାକ୍ସ ସବୁ ଘରେ ପ୍ରସ୍ତୁତ ହୋଇ ଖିଆହେଲା ବୋଲି ଡାଏଟକୁଇନର ପ୍ରତିଷ୍ଠାତା ଡକ୍ଟର କିରଣ ରୁକାଡିକର କହିଛନ୍ତି । ଡକ୍ଟର ରୁକାଡିକରଙ୍କ ଅନୁସାରେ ଖାଇବା ଏକ ଭଲ ଅଭ୍ୟାସ, ଏହା ମିଜାଜକୁ ଭଲ ରଖେ । ଚାପରୁ ମୁକ୍ତି ଦିଏ । ଅଧିକ ଖାଇଲେ , ଅଧିକ ଖୁସି ମିଳେ । କିନ୍ତୁ ଏହାର ଅନ୍ୟ ଦିଗ ମଧ୍ୟ ରହିଛି । ଅଧିକ ଖାଇଲେ ହୃଦଜନିତ ସମସ୍ୟା ବି ରହିଛି । ବର୍ତ୍ତମାନ ଆମେ ମହାମାରୀକୁ ନିୟନ୍ତ୍ରଣ କରିବାରେ ଲାଗିଛେ । ତେଣୁ ଆଗଭଳି ଏବେ ଆମେ ଅଧିକ ଖାଇବା ଉଚିତ ନୁହେଁ । ବିଶ୍ୱ ସ୍ୱାଭାବିକ ସ୍ଥିତିକୁ ଫେରୁଥିବା ବେଳେ ଆମେ ବି ସ୍ୱାଭାବିକ ଅବସ୍ଥାକୁ ଫେରିବା ଦରକାର ବୋଲି ଡକ୍ଟର ରୁକାଡିକର କହିଛନ୍ତି ।

ଲକ୍‌ଡାଉନ ସମୟରେ ଓଜନ ହ୍ରାସ କରିବେ କେମିତି ?

ଓଜନ ହ୍ରାସର କିଛି କୌଶଳ ଚାପ ମୁକ୍ତ ପାଇଁ ଚେଷ୍ଟା କରନ୍ତୁ ଚାପ ଆପଣଙ୍କ ଶରୀର ପାଇଁ ଏକାଧିକ ସମସ୍ୟା ସୃଷ୍ଟି କରେ । ଏକାଧିକ ଅଧ୍ୟୟନରୁ ଜଣାପଡିଛି ଯେ, ଚାପ ଦ୍ୱାରା ଓଜନ ବଢିଥାଏ । ଯଦି ଚାପ ଯୋଗୁଁ ଆପଣଙ୍କ ଓଜନ ବଢୁଛି ବୋଲି ଭାବୁଛନ୍ତି , ତାହା ହେଲେ ବ୍ୟସ୍ତବିବ୍ରତ ନ ହୋଇ ଡିଷ୍ଟ୍ରେସ ହେବା ଆରମ୍ଭ କରନ୍ତୁ । ଯୋଗ, ଧ୍ୟାନ କରନ୍ତୁ । କିଛି ବ୍ରିଥିଂ ଏକ୍ସରସାଇଜ ବି କରାଯାଇପାରେ । କେତେବେଳେ କ’ଣ କରିବେ, ତାହା ଲେଖି ରଖନ୍ତୁ ଆପଣ କଣ ଖାଇବେ, କଣ ପିଇବେ, କେତେବେଳେ ଖାଇବେ, କେତେଥର ଖାଇବେ, କେଉଁ ତେଲ ବ୍ୟବହାର କରିବେ ସବୁ ଏକ ଖାତାରେ ଟିପିବା ଦରକାର । ପୋର୍ସନ କଂଟ୍ରୋଲ କରିବା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ସବୁକିଛି ଆଗରୁ ଯୋଜନା କରି କାର୍ଯ୍ୟକାରୀ କରିବା ଦରକାର ।

ଲକ୍‌ଡାଉନ ସମୟରେ ଓଜନ ହ୍ରାସ କରିବେ କେମିତି ?

ଘର ଆଖପାଖ ଚଳପ୍ରଚଳ କରନ୍ତୁ ଯଦି ଆପଣ ଘରୁ କାମ କରନ୍ତି ଓ ଫୋନରେ କଥାବାର୍ତ୍ତା କରିବାକୁ ହୁଏ, ତାହା ହେଲେ ଆପଣ ଘରେ ବା ଘର ଆଖପାରେ ଚଳପ୍ରଚଳ କରି ଏହା କରିପାରିବେ । କାରଣ ଲାପଟପ ପାଖରେ ଘଣ୍ଟା ଘଣ୍ଟା ବସିରହିବା ଫଳରେ ଓଜନ ବଢିଥାଏ । ସେଥିପାଇଁ ଚଳପ୍ରଚଳ ହେବା ଦରକାର । ଘରେ ଯଦି ସମ୍ଭବ ହେଉଛି କିଛି ବ୍ୟାୟାମ କରିବା ଜରୁରୀ । ଏରୋବିକ୍ସ , ୱେଟ୍ ଟ୍ରେନିଂ ଓ ଜୁମ୍ବା କରିପାରିବେ । ଅଳ୍ପ ପରିମାଣରେ ଖାଦ୍ୟ ଖାଆନ୍ତୁ । ଉଚ୍ଚକ୍ୟାଲୋରୀ ଯୁକ୍ତ ଖାଦ୍ୟରୁ ଦୂରେଇ ରହନ୍ତୁ । ଆପଣଙ୍କ ରୋଷେଇ ଘର ହିଁ ଆପଣଙ୍କ ଓଜନ ହ୍ରାସର ଭଲ ସ୍ଥାନ ହୋଇପାରେ । ସେଥିପ୍ରତି ସର୍ବଦା ଧ୍ୟାନ ଦିଅନ୍ତୁ ।

ଲକ୍‌ଡାଉନ ସମୟରେ ଓଜନ ହ୍ରାସ କରିବେ କେମିତି ?

ABOUT THE AUTHOR

...view details